ପ୍ରମୁଖ ଖବର

ବର୍ଷକୁ ୨ ଥର ହେବ ସିବିଏସଇ ଦଶମ ପରୀକ୍ଷା
ଡାଇରିଆ କଟକଣା ପରେ ଆଜିଠୁ ଯାଜପୁରରେ ଖୋଲିଲା ସ୍କୁଲ
ରାଜସ୍ୱ ସେବା ପାଇଁ ଇ-ରେଜିଷ୍ଟ୍ରେସନ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ବାହାଘର ଦିନକ ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ବରର ଜୀବନ
ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତିଙ୍କ ପରଲୋକ
ବାସହୀନଙ୍କୁ ଚିହ୍ନଟ କରିବାକୁ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଲଞ୍ଚ ହେଲା ଆକ୍ସିଅମ-୪: ମହାକାଶ ଅଭିମୁଖେ ଶୁଭାଂଶୁ

ସୋଆ ଏନ୍‌ଏସ୍‌ଏସ୍ ପକ୍ଷରୁ ଭୋଳା ଗ୍ରାମରେ ସ୍ୱତନ୍ତ୍ର ଶିବିର

0

ଭୁବନେଶ୍ୱର, ୨୫/୦୩: ସମାଜରେ ସ୍ୱଚ୍ଛତା ଓ ପରିମଳ ପରିବେଶର ଉପକାରିତା, ପ୍ଳାଷ୍ଟିକ୍ ବର୍ଜନ, ବୃକ୍ଷରୋପଣ ଏବଂ ଜଳ ସଂରକ୍ଷଣ ବିଷୟକୁ ନେଇ ଶିକ୍ଷା ଓ ଅନୁସନ୍ଧାନ ( ସୋଆ) ର ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌) ଶାଖା ପକ୍ଷରୁ ଶୁକ୍ରବାର ଭୁବନେଶ୍ୱର ଉପକଣ୍ଠ ଭୋଳା ଗ୍ରାମରେ ଏକ ସ୍ୱତନ୍ତ୍ର ଶିବିର ଉଦ୍‌ଘାଟିତ ହୋଇଯାଇଛି ।

ଏହି ଉତ୍ସବରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର କୁଳପତି ପ୍ରଫେସର ବିଜୟ କୁମାର ସାହୁ, ସୋଆର ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌)ର ସଂଯୋଜକ ପ୍ରଫେସର ଡକ୍ଟର ନଚିକେତା କେ. ଶର୍ମା, ଭୁବନେଶ୍ୱର ବ୍ଳକର ଉପସଭାପତି ଶ୍ରୀ ଅଜିତ୍ ଶ୍ରୀଚନ୍ଦନ, ସୋଆ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌) ର ଡଃ ସରୋଜ କୁମାର ମହାନ୍ତି, ଡଃ ସତ୍ୟନାରାୟଣ ଶତପଥୀ , ରାକେଶ ରୋଶନ ଶତପଥୀ, ଶ୍ୱେତା ରଥ, କୁମାର ସମ୍ଭବ ପ୍ରମୁଖ ଯୋଗ ଦେଇଥିଲେ ।

କାର୍ଯ୍ୟକ୍ରମରେ ଆଇଏଏସ୍ ର ୩ୟ ବର୍ଷର ଛାତ୍ରଛାତ୍ରୀ ତଥା ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀ ଓ ଭୋଳା ଗ୍ରାମବାସୀ ଉପସ୍ଥିତ ଥିଲେ । ଗ୍ରାମବାସୀ ଙ୍କ ସହ ଆଲୋଚନା ପରେ ତାଙ୍କ ଆବଶ୍ୟକତା ଅନୁଯାୟୀ ପାଳ ଛତୁ ଚାଷ, ମହୁଚାଷ, ଜିଆ ଖତ ପ୍ରସ୍ତୁତି, ମଞ୍ଜି ବିଶୋଧନ, ବ୍ୟବସାୟ ଉପଯୋଗୀ ଫୁଲ ଚାଷ ବିଷୟରେ ଜ୍ଞାନକୌଶଳ ପ୍ରଦାନ କରାଯିବ ବୋଲି ସ୍ଥିରୀକୃତ ହୋଇଛି । ଏଥିବ୍ୟତୀତ ଛାତ୍ର ଶୁଭମ୍ ପ୍ରକାଶ ସାହୁ ବିଭିନ୍ନ ପ୍ରକାରର ସାପର ଚିହ୍ନଟ ଏବଂ ସାପ କାମୁଡିଲେ କ’ଣ କରିବା ଆବଶ୍ୟକ ସେ ବିଷୟରେ ଗ୍ରାମବାସୀଙ୍କୁ ସଚେତନ କରାଇଥିଲେ । ଏହି ଶିବିର ୭ଦିନ ଧରି ଚାଲୁ ରହିବ ।

Leave A Reply

Your email address will not be published.