ପ୍ରମୁଖ ଖବର

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ମିଶିଲେ ୩୫ ରାଷ୍ଟ୍ର
ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପଦକ ପ୍ରଦାନ କରିଥିଲେ
ଆରମ୍ଭ ହେଲା ଡିଜିଟାଲ ଜନଗଣନା ୨୦୨୭
ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କଲା ଇସ୍ରୋ

0
  • ୩୬ଟି ଉପଗ୍ରହକୁ ଉତକ୍ଷେପଣ କଲା ଇସ୍ରୋ
  • ‘ୱାନ ୱେବ୍-୨’ ମିଶନରେ ମହାକାଶକୁ ଛଡ଼ାଗଲା ୩୬ ଉପଗ୍ରହ
  • ଆନ୍ଧ୍ର ଶ୍ରୀହରିକୋଟାରୁ LVM3 ରକେଟ ଜରିଆରେ ଉତକ୍ଷେପଣ
  • ୪୩.୫ ମିଟର ଲମ୍ବ, ୬୪୩ ଟନ୍‌ ଓଜନ ବିଶିଷ୍ଟ LVM3 ରକେଟ

ଏକା ସଙ୍ଗେ ମହାକାଶକୁ ଛଡାଗଲା ୩୬ଟି ସାଟେଲାଇଟ୍। ଇସ୍ରୋର ୱାନ୍ ୱେବ୍-୨ ମିଶନ୍ ଜରିଆରେ ମହାକାଶକୁ ୩୬ ସାଟେଲାଇଟ୍ ପଠାଇଛି। ଆଜି ସକାଳ ୯ଟାରେ ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ସବୁଠୁ ଓଜନିଆ LVM3 ରକେଟର ଉତକ୍ଷେପଣ ହୋଇଛି। ପୃଥିବୀର ନିମ୍ନ କକ୍ଷପଥରେ ୭୨ଟି ଉପଗ୍ରହ ଉତକ୍ଷେପଣ ପାଇଁ ବ୍ରିଟେନର ନେଟୱର୍କ ଆକ୍ସେସ୍ ଆସୋସିଏଟ୍ସ ଲିମିଟେଡ୍ ଇସ୍ରୋର ବାଣିଜ୍ୟିକ ୟୁନିଟ୍ ନ୍ୟୁସ୍ପେସ୍ ଇଣ୍ଡିଆ ଲିମିଟେଡ୍ ସହ ଚୁକ୍ତି ସ୍ୱାକ୍ଷର କରିଛି। ଏହି ଚୁକ୍ତି ଅନୁଯାୟୀ ୩୬ଟି ଉପଗ୍ରହ ମହାକାଶକୁ ଉତକ୍ଷେପଣ କରାଯାଇଛି। 

LVM3 ରକେଟର ଓଜନ ୪୩.୫ ମିଟର ଉଚ୍ଚ ଏବଂ ୬୪୩ଟନ୍ ରହିଛି। ଏହା ୫୮୦୫ କିଲୋଗ୍ରାମ ଓଜନର ୩୬ଟି ଜେନ୍-୧ ସାଟେଲାଇଟକୁ ନେଇ ପୃଥିବୀର ନିମ୍ନ କକ୍ଷପଥରେ ସ୍ଥାପନ କରିବ। ଗତବର୍ଷ ଅକ୍ଟୋବର ୨୩ରେ ମଧ୍ୟ ଏହି ମିଶନର ପ୍ରଥମ ପର୍ଯ୍ୟାୟରେ ୩୬ ସାଟେଲାଇଟ୍ ସଫଳ ଭାବେ ଉତକ୍ଷେପଣ କରାଯାଇଥିଲା। ୱାନ୍‌ୱେବ୍‌ର ମହାକାଶ କକ୍ଷପଥରେ ୫୮୨ ଉପଗ୍ରହ ଥିବାବେଳେ ଏବେ ଏହି ସଂଖ୍ୟା ୬୧୮ରେ ପହଞ୍ଚିଛି। କମ୍ପାନୀ କହିଛି ଯେ ୱାନୱେବ ଭାରତ ସମେତ ବିଶ୍ୱସ୍ତରୀୟ କଭରେଜ ଯୋଗାଇବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛି।

ୱାନୱେବ ହେଉଛି ବ୍ରିଟେନର ଏକ ଯୋଗାଯୋଗ କମ୍ପାନୀ ଯାହାକି ବ୍ରିଟିଶ ସରକାର, ଭାରତର ଭାରତୀ ଏଣ୍ଟରପ୍ରାଇଜେସ୍, ଫ୍ରାନ୍ସର ଇଟେଲସାଟ, ଜାପାନର ସଫ୍ଟବ୍ୟାଙ୍କ, ଆମେରିକାର ହ୍ୟୁଜ୍ ନେଟୱାର୍କ ଏବଂ ଦକ୍ଷିଣ କୋରିଆ ପ୍ରତିରକ୍ଷା କମ୍ପାନୀ ହାନୱାଙ୍କର ମାଲିକାନା ଅଟେ।

Leave A Reply

Your email address will not be published.