ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ନୟାଗଡ଼ ମାଓ ଆକ୍ରମଣ ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ ୩ ଅଭିଯୁକ୍ତ

0

ନୟାଗଡ଼: ନୟାଗଡ଼ ଟାଉନ ଥାନା ପାଖ ପୂରୁଣା ରିଜର୍ଭ ପୋଲିସ ଅଫିସ ଉପରେ ଆକ୍ରମଣରେ ମାଓନେତା କୁହାଯାଉଥିବା ଅଭିଯୁକ୍ତ ସବ୍ୟସାଚି ପଣ୍ଡା, ପ୍ରତାପ କିମ୍ବିକା, ମଞ୍ଜୁଲତା ମୁଦୁଲି ନିର୍ଦ୍ଦୋଶରେ ଖଲାସ ହୋଇଛନ୍ତି । ସାକ୍ଷ୍ୟ ପ୍ରମାଣ ଅଭାବରୁ ନିର୍ଦ୍ଦୋଶରେ ଖଲାସ ହୋଇଛନ୍ତି ୩ ଜଣ ।

୫୧ ଜଣଙ୍କ ସାକ୍ଷ୍ୟ ପ୍ରମାଣ ଗ୍ରହଣ କରାଯାଇଥିଲା l ଘଟଣାର ତଦନ୍ତ କରି ଚାର୍ଜସିଟ ଦାଖଲ କରିଥିଲା କ୍ରାଇମବ୍ରାଞ୍ଚ l ମାଓ ଆକ୍ରମଣ ସମୟରେ ନୟାଗଡ଼ ଜିଲ୍ଲାରେ ମୋଟ ୯ ଟି କେସ ରୁଜୁ ହୋଇଥିଲା l ନୟାଗଡ଼ରେ ୫ଟି କେସ ହୋଇଥିବା ବେଳେ ଦଶପଲ୍ଲାରେ ୪ଟି କେସ ରୁଜୁ ହୋଇଥିଲା । ୨୦୦୮ ମସିହାରେ ନୟାଗଡ଼ ମାଓ ଆକ୍ରମଣରେ ୧୫ ଜଣ ପୋଲିସ କର୍ମଚାରୀ ଶହୀଦ ହୋଇଥିବା ବେଳେ ଜଣେ ସାଧାରଣ ଲୋକଙ୍କ ଜୀବନ ଚାଲିଯାଇଥିଲା l

Leave A Reply

Your email address will not be published.