ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ନାମ୍ବିଆରୁ ଆସିଥିବା ମାଇ ଚିତା ଶାଶାର ମୃତ୍ୟୁ

0

ନୂଆଦିଲ୍ଲୀ; ଗତ ବର୍ଷ ଆଫ୍ରିକୀୟ ଦେଶ ନାମ୍ବିଆରୁ ଅଣାଯାଇଥିବା ୮ଟି ଚିତାଙ୍କ ମଧ୍ୟରୁ ଜଣକର ଆଜି ମୃତ୍ୟୁ ଘଟିଛି। ୮ଟି ଚିତା ଭାରତ ଆସିବାକୁ ନେଇ ସାରା ଦେଶରେ ଚର୍ଚ୍ଚା ହୋଇଥିଲା । ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚିତାଙ୍କୁ ଜଙ୍ଗଲରେ ଛାଡ଼ିଥିଲେ । ହେଲେ ଆସିବାର କିଛି ମାସ ପରେ ଶାଶା ନାମକ ମାଈ ଚିତା କିଡନୀ ସଂକ୍ରମଣର ଶିକାର ହୋଇଥିଲା। କିଛି ଦିନ ଧରି ସେ ମୃତ୍ୟୁ ସହ ଲଢ଼େଇ କରୁଥିବା ବେଳେ ଏବେ ସେ ହାରିଯାଇଛି।

ଉଲ୍ଲେଖଯୋଗ୍ୟ; ଗତ ବର୍ଷ ସେପ୍ଟେମ୍ବର ୧୭ ରେ, ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଜନ୍ମଦିନରେ ନାମ୍ବିଆରୁ ଭାରତକୁ ଅଣାଯାଇଥିବା ୮ ଟି ଚିତାକୁ କୁନୋ ଜାତୀୟ ଉଦ୍ୟାନର ଛାଡ଼ିଥିଲେ । ନଭେମ୍ବର ୨୮ ରେ, ତିନୋଟି ମାଈ ଚିତା ସିୟାୟା, ସାଭାନା ଏବଂ ଶାଶାଙ୍କୁ ଏକ ଛୋଟ ଏନକ୍ଲୋଜରରୁ କୁନୋ ଜାତୀୟ ଉଦ୍ୟାନର ଏକ ବଡ଼ ଏନକ୍ଲୋଜର କମ୍ପାର୍ଟମେଣ୍ଟକୁ ଛଡ଼ାଯାଇଥିଲା । ବଡ଼ ଏନକ୍ଲୋଜର କମ୍ପାର୍ଟମେଣ୍ଟକୁ ଯିବା ପରେ ଶାଶାର କିଡନୀଜନିତ ସମସ୍ୟା ବିଷୟ‌ରେ ଜାଣିବାକୁ ପାଇଥିଲେ କୁନୋ ଜାତୀୟ ଉଦ୍ୟାନ ପରିଚାଳନା ଅଧିକାରୀ। ଶାଶା ଖାଦ୍ୟ ଖାଉନଥିବାରୁ ତା’ର ଯାଞ୍ଚ କରାଯିବା ପରେ ସମସ୍ୟା ଜଣାପଡ଼ିଥିଲା। ଏହା ପରେ ତାକୁ ବଡ଼ ଏନକ୍ଲୋଜରରୁ ଛୋଟ ଏନକ୍ଲୋଜରକୁ ଅଣାଯାଇଥିଲା। ସେବେଠାରୁ ତା’ର ଚିକିତ୍ସା ଚାଲିଥିବା ବେଳେ ଏବେ ଜୀବନ ଯୁଦ୍ଧରେ ହାରି ଯାଇଛି ଶାଶା।

Leave A Reply

Your email address will not be published.