ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନାମ୍ବିଆରୁ ଆସିଥିବା ମାଇ ଚିତା ଶାଶାର ମୃତ୍ୟୁ

0

ନୂଆଦିଲ୍ଲୀ; ଗତ ବର୍ଷ ଆଫ୍ରିକୀୟ ଦେଶ ନାମ୍ବିଆରୁ ଅଣାଯାଇଥିବା ୮ଟି ଚିତାଙ୍କ ମଧ୍ୟରୁ ଜଣକର ଆଜି ମୃତ୍ୟୁ ଘଟିଛି। ୮ଟି ଚିତା ଭାରତ ଆସିବାକୁ ନେଇ ସାରା ଦେଶରେ ଚର୍ଚ୍ଚା ହୋଇଥିଲା । ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚିତାଙ୍କୁ ଜଙ୍ଗଲରେ ଛାଡ଼ିଥିଲେ । ହେଲେ ଆସିବାର କିଛି ମାସ ପରେ ଶାଶା ନାମକ ମାଈ ଚିତା କିଡନୀ ସଂକ୍ରମଣର ଶିକାର ହୋଇଥିଲା। କିଛି ଦିନ ଧରି ସେ ମୃତ୍ୟୁ ସହ ଲଢ଼େଇ କରୁଥିବା ବେଳେ ଏବେ ସେ ହାରିଯାଇଛି।

ଉଲ୍ଲେଖଯୋଗ୍ୟ; ଗତ ବର୍ଷ ସେପ୍ଟେମ୍ବର ୧୭ ରେ, ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଜନ୍ମଦିନରେ ନାମ୍ବିଆରୁ ଭାରତକୁ ଅଣାଯାଇଥିବା ୮ ଟି ଚିତାକୁ କୁନୋ ଜାତୀୟ ଉଦ୍ୟାନର ଛାଡ଼ିଥିଲେ । ନଭେମ୍ବର ୨୮ ରେ, ତିନୋଟି ମାଈ ଚିତା ସିୟାୟା, ସାଭାନା ଏବଂ ଶାଶାଙ୍କୁ ଏକ ଛୋଟ ଏନକ୍ଲୋଜରରୁ କୁନୋ ଜାତୀୟ ଉଦ୍ୟାନର ଏକ ବଡ଼ ଏନକ୍ଲୋଜର କମ୍ପାର୍ଟମେଣ୍ଟକୁ ଛଡ଼ାଯାଇଥିଲା । ବଡ଼ ଏନକ୍ଲୋଜର କମ୍ପାର୍ଟମେଣ୍ଟକୁ ଯିବା ପରେ ଶାଶାର କିଡନୀଜନିତ ସମସ୍ୟା ବିଷୟ‌ରେ ଜାଣିବାକୁ ପାଇଥିଲେ କୁନୋ ଜାତୀୟ ଉଦ୍ୟାନ ପରିଚାଳନା ଅଧିକାରୀ। ଶାଶା ଖାଦ୍ୟ ଖାଉନଥିବାରୁ ତା’ର ଯାଞ୍ଚ କରାଯିବା ପରେ ସମସ୍ୟା ଜଣାପଡ଼ିଥିଲା। ଏହା ପରେ ତାକୁ ବଡ଼ ଏନକ୍ଲୋଜରରୁ ଛୋଟ ଏନକ୍ଲୋଜରକୁ ଅଣାଯାଇଥିଲା। ସେବେଠାରୁ ତା’ର ଚିକିତ୍ସା ଚାଲିଥିବା ବେଳେ ଏବେ ଜୀବନ ଯୁଦ୍ଧରେ ହାରି ଯାଇଛି ଶାଶା।

Leave A Reply

Your email address will not be published.