ପ୍ରମୁଖ ଖବର

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ମିଶିଲେ ୩୫ ରାଷ୍ଟ୍ର
ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପଦକ ପ୍ରଦାନ କରିଥିଲେ
ଆରମ୍ଭ ହେଲା ଡିଜିଟାଲ ଜନଗଣନା ୨୦୨୭
ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

କାବୁଲରେ ବୋମା ବିସ୍ଫୋରଣ,୬ ମୃତ ଶତାଧିକ ଆହତ

0

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ପୁଣି ଥରେ ବୋମା ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ଅତି କମରେ ୬ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥିରେ ଶତାଧିକ ଲୋକ ଆହତ ହୋଇଥିବା କୁହାଯାଉଛି । ସରକାରଙ୍କ ପକ୍ଷରୁ ବିସ୍ଫୋରଣ ନେଇ ଅଫିସିଆଲ୍ ଷ୍ଟେଟମେଣ୍ଟ ଆସିନାହିଁ । ଏକ ନ୍ୟୁଜ ଏଜେନ୍ସି ମୁତାବିକ ସୋମବାର ଡାଉନଟାଉନରେ ଦାଉଦଜଇ ଟ୍ରେଡ ସେଣ୍ଟର ପାଖରେ ଏହି ବିସ୍ଫୋରଣ ଘଟିଛି । ତିନି ମାସ ମଧ୍ୟରେ ମନ୍ତ୍ରଣାଳୟ ନିକଟରେ ଏହା ଦ୍ୱିତୀୟ ଆତ୍ମଘାତୀ ଆକ୍ରମଣ।

ଆଫଗାନିସ୍ତାନ ସରକାର କହିଛନ୍ତି ଯେ ଆକ୍ରମଣକାରୀକୁ ଆଫଗାନିସ୍ତାନ ସେନା ଚିହ୍ନଟ କରିଛି । ସେମାନଙ୍କ ପାଖରେ ଥିବା ବିସ୍ଫୋରକ ବିସ୍ଫୋରଣ ହୋଇ ୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା ଏବଂ ଅନେକ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା କରାଯାଉଛି ।ଏହି ବିସ୍ଫୋରଣ ପାଇଁ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିନାହାନ୍ତି । କିନ୍ତୁ ୨୦୨୧ ଅଗଷ୍ଟ ମଧ୍ୟଭାଗରେ ତାଲିବାନ ଆଫଗାନିସ୍ତାନକୁ ଦଖଲ କରିବା ପରେ ଆଇଏସ ଆତଙ୍କବାଦୀ ସଂଗଠନର ଆଞ୍ଚଳିକ ସହଯୋଗୀ ସଂଗଠନ ଆଫଗାନିସ୍ତାନରେ ବାରମ୍ବାର ଆକ୍ରମଣ କରିଚାଲିଛି ।

Leave A Reply

Your email address will not be published.