ପ୍ରମୁଖ ଖବର

ପିକନିକ୍ ପାଇଁ ମାର୍ଗଦର୍ଶିକା ଜାରି କଲା ପରିବହନ ବିଭାଗ
ନୂଆବର୍ଷ ଭିଡକୁ ଦୃଷ୍ଟିରେ ରଖି ପୁରୀରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
ଜାନୁଆରୀ ୨ରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍ ପରୀକ୍ଷା
ଭୁବନେଶ୍ବର ବିମାନବନ୍ଦରରୁ ୪ କୋଟି ଟଙ୍କାର ମରିଜୁଆନା ଜବତ
ନିୟନ୍ତ୍ରଣ ହରାଇ ଘାଇକୁ ଖସିଲା ବସ୍, ୭ମୃତ

କାବୁଲରେ ବୋମା ବିସ୍ଫୋରଣ,୬ ମୃତ ଶତାଧିକ ଆହତ

0

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ପୁଣି ଥରେ ବୋମା ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ଅତି କମରେ ୬ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥିରେ ଶତାଧିକ ଲୋକ ଆହତ ହୋଇଥିବା କୁହାଯାଉଛି । ସରକାରଙ୍କ ପକ୍ଷରୁ ବିସ୍ଫୋରଣ ନେଇ ଅଫିସିଆଲ୍ ଷ୍ଟେଟମେଣ୍ଟ ଆସିନାହିଁ । ଏକ ନ୍ୟୁଜ ଏଜେନ୍ସି ମୁତାବିକ ସୋମବାର ଡାଉନଟାଉନରେ ଦାଉଦଜଇ ଟ୍ରେଡ ସେଣ୍ଟର ପାଖରେ ଏହି ବିସ୍ଫୋରଣ ଘଟିଛି । ତିନି ମାସ ମଧ୍ୟରେ ମନ୍ତ୍ରଣାଳୟ ନିକଟରେ ଏହା ଦ୍ୱିତୀୟ ଆତ୍ମଘାତୀ ଆକ୍ରମଣ।

ଆଫଗାନିସ୍ତାନ ସରକାର କହିଛନ୍ତି ଯେ ଆକ୍ରମଣକାରୀକୁ ଆଫଗାନିସ୍ତାନ ସେନା ଚିହ୍ନଟ କରିଛି । ସେମାନଙ୍କ ପାଖରେ ଥିବା ବିସ୍ଫୋରକ ବିସ୍ଫୋରଣ ହୋଇ ୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା ଏବଂ ଅନେକ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା କରାଯାଉଛି ।ଏହି ବିସ୍ଫୋରଣ ପାଇଁ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିନାହାନ୍ତି । କିନ୍ତୁ ୨୦୨୧ ଅଗଷ୍ଟ ମଧ୍ୟଭାଗରେ ତାଲିବାନ ଆଫଗାନିସ୍ତାନକୁ ଦଖଲ କରିବା ପରେ ଆଇଏସ ଆତଙ୍କବାଦୀ ସଂଗଠନର ଆଞ୍ଚଳିକ ସହଯୋଗୀ ସଂଗଠନ ଆଫଗାନିସ୍ତାନରେ ବାରମ୍ବାର ଆକ୍ରମଣ କରିଚାଲିଛି ।

Leave A Reply

Your email address will not be published.