ପ୍ରମୁଖ ଖବର

ଭୁବନେଶ୍ୱର ସ୍ଥିତ ଲାଇଫ୍ ହୋଟେଲରେ ‘ଗୋ-ହୋମଷ୍ଟେ’ ପୋର୍ଟାଲର ଶୁଭାରମ୍ଭ
ଇଂଲଣ୍ଡକୁ ପରାସ୍ତ କରି ଫାଇନାଲ୍ ରେ ଭାରତ
ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି
ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଲେ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ
ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ସୁରେଶ ପୂଜାରୀ

ଆସନ୍ତା ୩୦ ରୁ ଆଉ ଏକ ପଶ୍ଚିମା-ଝଡ଼ ର ପ୍ରଭାବ

0

ଭୁବନେଶ୍ବର; ୩୦ ମାର୍ଚ୍ଚ ରେ ଆଭ୍ୟନ୍ତର ଓଡ଼ିଶା ର କିଛି ଅଞ୍ଚଳ ସହ ଉପକୂଳ ଓଡ଼ିଶା ର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଏହି ସମୟ ରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଦେଓଗଡ଼, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ ଜିଲ୍ଲା ର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ସମ୍ଭାବନା ରହିଛି ଓ ଏହି ସମୟ ରେ ପବନ ର ବେଗ ଘଣ୍ଟା ପ୍ରତି ୪୦-୫୦କିମି ଯାଏଁ ବହିବା ସମ୍ଭାବନା ରହିଛି ।

୩୧ ମାର୍ଚ୍ଚ ରେ ପଶ୍ଚିମା- ଝଡ଼ ର ସର୍ବାଧିକ ପ୍ରଭାବ ରହିବ। ଏହି ଦିନ ଓଡ଼ିଶା ର ଅନେକ ଅଞ୍ଚଳ ରେ ବର୍ଷା ହେବା ସହ ବର୍ଷା ର ବିସ୍ତୃତି ଓ ପରିମାଣ ବଢିବ। କିଛି ଅଞ୍ଚଳ ରେ ୭-୧୧ ସେମି ଯାଏଁ ବର୍ଷା ସମ୍ଭାବନା ରହିଛି। ଉତ୍ତର- ଆଭ୍ୟନ୍ତର ଓଡ଼ିଶା ର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସେହିପରି ଆଭ୍ୟନ୍ତର ଓଡ଼ିଶା ସମେତ ଉପକୂଳ ଅଞ୍ଚଳ ରେ ଆକାଶ ମେଘାଚ୍ଛନ୍ନ ରହିବା ସହ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। କିଛି ଅଞ୍ଚଳ ରେ କୁଆପଥର ବର୍ଷା ସମ୍ଭାବନା କୁ ଏଡାଇ ଦିଆଯାଇନପାରେ। ପବନ ର ବେଗ ଘଣ୍ଟା ପ୍ରତି ପ୍ରାୟ ୪୦-୫୦କିମି ରହିପାରେ ।

୧ ଏପ୍ରିଲ ରେ ଆଭ୍ୟନ୍ତର ଓଡ଼ିଶା ର କିଛି ଅଞ୍ଚଳ ଓ ଉପକୂଳ ଓଡ଼ିଶା ର ଅନେକ ଅଞ୍ଚଳ ରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ସମ୍ଭାବନା ରହିଛି। ପବନ ଘଣ୍ଟା ପ୍ରତି ପ୍ରାୟ ୪୦-୫୦କିମି ରହିବ। ଏହାପରେ ପାଗ ରେ ଉନ୍ନତି ଆସିବ। ଆସନ୍ତା ୩ ଦିନ ଯାଏଁ ରାଜ୍ୟ ର କିଛି ଅଞ୍ଚଳ ରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି।

ପୂର୍ବାନୁମାନ – ସାର୍ଥକ ମିଶ୍ର

Leave A Reply

Your email address will not be published.