ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ନେପାଳ ସରକାରଙ୍କ ସର୍ଭିଲାନ୍ସ ଲିଷ୍ଟରେ ଅମ୍ରିତପାଲ

0

ନେପାଳ; ନେପାଳ ସରକାର ଅମ୍ରିତପାଲକୁ ତାଙ୍କ ସର୍ଭିଲାନ୍ସ ଲିଷ୍ଟରେ ସାମିଲ କରି ଦେଇଛନ୍ତି। ଏହାପରେ ଅମ୍ରିତପାଲ ସିଂହଙ୍କୁ ନେଇ ନେପାଳରେ ହାଇ ଆଲର୍ଟ ଜାରି କରାଯାଇଛି। 

ସୂଚନାଯୋଗ୍ୟ, ଭାରତ ସରକାରଙ୍କ ଅପିଲ ପରେ ନେପାଳ ସରକାର ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପଞ୍ଜାବ ଦେ ୱାରିସ ମୁଖ୍ୟ ଅମ୍ରିତପାଲ ନେପାଳରେ ଲୁଚି ରହି ଥାଇପାରେ ବୋଲି ଅନୁମାନ କରାଯାଉଛି। ଯାଞ୍ଚ ଏଜେନ୍ସି ଅନୁମାନ କରୁଛି କି ସେ ନେପାଳରୁ ଅନ୍ୟ ଦେଶକୁ ଲୁଚିଛପି ପଳାଇ ଯାଇପାରେ। ତେଣୁ ତାକୁ ଧରିବା ପାଇଁ ନେପାଳ ସରକାର ଏପରି ଘୋଷଣା କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ଅମ୍ରିତପାଲ ସିଂହକୁ ଧରିବା ପାଇଁ ନେପାଳର ସମସ୍ତ ହୋଟେଲ ଠାରୁ ଆରମ୍ଭ କରି ଏୟାରଲାଇନ୍ସ ସମ୍ବନ୍ଧିତ ଏଜେନ୍ସିକୁ ତା’ର ବିବରଣୀ ଦିଆଯାଇଛି। ଅମ୍ରିତପାଲ ପାଖରେ ଭିନ୍ନ ଭିନ୍ନ ପରିଚୟର ଅନେକ ନକଲି ପାସ୍‌ପୋର୍ଟ ରହିଥିବା କୁହାଯାଉଛି। ସେ ମାର୍ଚ୍ଚ ୧୮ ତାରିଖରୁ ଫେରାର ଅଛି। ପୁଲିସକୁ ଚକ୍‌ମା ଦେଇ ପେରାର ହୋଇଯାଇଛି ଏହି ଖଲିସ୍ତାନୀ ନେତା। ତାକୁ ଧରିବାକୁ ପଞ୍ଜାବ ପୁଲିସ ଚେଷ୍ଟା ଜାରି ରହିଛି। ଏହାରି ଭିତରେ ପୁଲିସ ତା’ର ଅନେକ ସହଯୋଗୀଙ୍କୁ ମଧ୍ୟ ଗିରଫ କରିସାରିଛି। 

Leave A Reply

Your email address will not be published.