ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ନେପାଳ ସରକାରଙ୍କ ସର୍ଭିଲାନ୍ସ ଲିଷ୍ଟରେ ଅମ୍ରିତପାଲ

0

ନେପାଳ; ନେପାଳ ସରକାର ଅମ୍ରିତପାଲକୁ ତାଙ୍କ ସର୍ଭିଲାନ୍ସ ଲିଷ୍ଟରେ ସାମିଲ କରି ଦେଇଛନ୍ତି। ଏହାପରେ ଅମ୍ରିତପାଲ ସିଂହଙ୍କୁ ନେଇ ନେପାଳରେ ହାଇ ଆଲର୍ଟ ଜାରି କରାଯାଇଛି। 

ସୂଚନାଯୋଗ୍ୟ, ଭାରତ ସରକାରଙ୍କ ଅପିଲ ପରେ ନେପାଳ ସରକାର ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପଞ୍ଜାବ ଦେ ୱାରିସ ମୁଖ୍ୟ ଅମ୍ରିତପାଲ ନେପାଳରେ ଲୁଚି ରହି ଥାଇପାରେ ବୋଲି ଅନୁମାନ କରାଯାଉଛି। ଯାଞ୍ଚ ଏଜେନ୍ସି ଅନୁମାନ କରୁଛି କି ସେ ନେପାଳରୁ ଅନ୍ୟ ଦେଶକୁ ଲୁଚିଛପି ପଳାଇ ଯାଇପାରେ। ତେଣୁ ତାକୁ ଧରିବା ପାଇଁ ନେପାଳ ସରକାର ଏପରି ଘୋଷଣା କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ଅମ୍ରିତପାଲ ସିଂହକୁ ଧରିବା ପାଇଁ ନେପାଳର ସମସ୍ତ ହୋଟେଲ ଠାରୁ ଆରମ୍ଭ କରି ଏୟାରଲାଇନ୍ସ ସମ୍ବନ୍ଧିତ ଏଜେନ୍ସିକୁ ତା’ର ବିବରଣୀ ଦିଆଯାଇଛି। ଅମ୍ରିତପାଲ ପାଖରେ ଭିନ୍ନ ଭିନ୍ନ ପରିଚୟର ଅନେକ ନକଲି ପାସ୍‌ପୋର୍ଟ ରହିଥିବା କୁହାଯାଉଛି। ସେ ମାର୍ଚ୍ଚ ୧୮ ତାରିଖରୁ ଫେରାର ଅଛି। ପୁଲିସକୁ ଚକ୍‌ମା ଦେଇ ପେରାର ହୋଇଯାଇଛି ଏହି ଖଲିସ୍ତାନୀ ନେତା। ତାକୁ ଧରିବାକୁ ପଞ୍ଜାବ ପୁଲିସ ଚେଷ୍ଟା ଜାରି ରହିଛି। ଏହାରି ଭିତରେ ପୁଲିସ ତା’ର ଅନେକ ସହଯୋଗୀଙ୍କୁ ମଧ୍ୟ ଗିରଫ କରିସାରିଛି। 

Leave A Reply

Your email address will not be published.