ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ସାଉଦିରେ ଘଟିଲା ବଡ଼ ଦୁର୍ଘଟଣା, ଜୀବନ୍ତ ଜଳିଗଲେ ୨୦ ତୀର୍ଥଯାତ୍ରୀ

0

ସାଉଦି ଆରବ: ପବିତ୍ର ରମଜାନ ମାସ ଚାଲିଥିବା ବେଳେ ଭୟଙ୍କର ଦୁର୍ଘଟଣା ଘଟିଛି ସାଉଦି ଆରବର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ।। ପୋଲରେ ପିଟିହୋଇ ଓଲଟି ପଡିଲା ତୀର୍ଥ ଯାତ୍ରୀଙ୍କ ବସ୍। ଜୀବନ୍ତ ଜଳିଗଲେ ୨୦ ତୀର୍ଥଯାତ୍ରୀ। ହଜ୍ ଯାତ୍ରୀ ବସ୍‌ ରେ ଯାଉଥିବା ବେଳେ ବସ୍‌ଟି ପୋଲରେ ଧକ୍କା ହେବା ପରେ ଓଲଟି ପଡ଼ି ନିଆଁ ଲାଗିଯାଇଥିଲା ।

ସୂଚନାଯୋଗ୍ୟ; ଆଜି ସକାଳୁ ଏହି ଦୁର୍ଘଟଣା ଘଟିଛି। ୨୦ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଅତି କମ୍‌ରେ ୨୯ଜଣ ଆହତ ହୋଇଛନ୍ତି। ୟେମେନ ସୀମାରେ ଥିବା ଦକ୍ଷିଣ-ପଶ୍ଚିମ ଦିଗରେ ଆସିର ପ୍ରଦେଶ ଦେଇ ମକ୍କା ଅଭିମୁଖେ ତୀର୍ଥଯାତ୍ରୀ ବସ୍‌ଟି ଯାଉଥିବା ବେଳେ ଅଘଟଣ ଘଟିଥିଲା । ବ୍ରେକ୍ ଫେଲ୍ ହେବା ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

ତେବେ ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିବା ସୂଚନା।

Leave A Reply

Your email address will not be published.