ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ବଦଳିବ ମାଲକାନଗିରିର ରୂପରେଖ

0

ମାଲକାନଗିରି; ବଦଳିବ ମାଲକାନଗିରିର ରୂପରେଖ। ବଣ୍ଡାଘାଟିକୁ ଗଡିବ ବସ୍ ତାସହ ଛାତ୍ରଛାତ୍ରୀଙ୍କୁ ମିଳିବ ଉଚ୍ଚଶିକ୍ଷା ସୁଯୋଗ। ଆଜି ମାଲକାନଗିରିର ଜନସାଧାରଣଙ୍କୁ ଏହି ପ୍ରତିଶ୍ରୁତି ଦେଇଛନ୍ତି ଫାଇଭ-ଟି ସଚିବ ବିକେ ପାଣ୍ଡିଆନ। ମାଲକାନଗିରି ସୀତାକୁଣ୍ଡରେ ସ୍ଥାନୀୟ ପରମ୍ପରା ଅନୁସାରେ ପୂଜାର୍ଚ୍ଚନା କରିବା ପରେ ପର୍ଯ୍ୟଟନସ୍ଥଳୀର ବିକାଶ ନେଇ ଅନୁଧ୍ୟାନ କରିଥିଲେ ଫାଇଭ-ଟି ସଚିବ। ରାସ୍ତା ନିର୍ମାଣ ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ବିକାଶ ନେଇ ଆଲୋଚନା କରିଥିଲେ। ପରେ ମୁଦୁଲିପଡାର ବଣ୍ଡା ଘାଟିରେ ପହଞ୍ଚି ଲୋକଙ୍କ ସମସ୍ୟା ସମ୍ପର୍କରେ ସିଧାସଳଖ ଆଲୋଚନା କରିଥିଲେ।

ଜନସାଧାରଣଙ୍କ ଦାବି ଅନୁସାରେ ଖୁବଶୀଘ୍ର ବଣ୍ଡା ଘାଟିକୁ ବସ ଗଡ଼ିବା ସହ ଖଇରପୁଟରେ ଯୁକ୍ତ ଦୁଇ କଲେଜ ପ୍ରତିଷ୍ଠା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ପାଣ୍ଡିଆନ। ଏହି ଅବସରରେ ବଣ୍ଡା ମ୍ୟୁଜିମର ଅଗ୍ରଗତି ସମ୍ପର୍କରେ ସେ ତଦାରଖ କରିଥିଲେ। ମ୍ୟୁଜିୟମରେ ବଣ୍ଡା ସଂପ୍ରଦାୟର ବିଭିନ୍ନ ସଂସ୍କୃତି ସଂରକ୍ଷଣ ହୋଇ ରହିବ। ଏହାସହ ମାଲକାନଗିରିରେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି ପାଣ୍ଡିଆନ। ମାଥିଲିରେ ପହଞ୍ଚିବା ପରେ ସେଠାରୁ ଶିବସାଗର ଯାଇ ଏହାର ସୌନ୍ଦର୍ଯ୍ୟକରଣ ସମ୍ପର୍କରେ ଅନୁଧ୍ୟାନ କରିଥିଲେ ।

ପରେ ସପ୍ତଧାରା ଜଳସେଚନ ପ୍ରକଳ୍ପ, ପ୍ରସ୍ତାବିତ ରେଳ ଲାଇନର ସମୀକ୍ଷା କରିଥିଲେ। ହନ୍ତଳଗୁଡ଼ା ଭିୟୁ ପଏଣ୍ଟର ନିର୍ମାଣ ଅନୁଧ୍ୟାନ କରି ଲୋକଙ୍କ ସହ ଆଲୋଚନା କରିଥିଲେ ଫାଇଭ-ଟି ସଚିବ। ଏହାପରେ ବିଏସଏଫ କ୍ୟାମ୍ପରେ ଯବାନଙ୍କ ସହିତ ମାଓ ମୁକାବିଲା ସମ୍ପର୍କରେ ଆଲୋଚନା କରିବା ସହ ବଡ଼ପଦାରେ ସାଧାରଣ ଲୋକଙ୍କ ସମସ୍ୟା ବୁଝିଥିଲେ। ଆଜି ସ୍ବାଭିମାନ ଅଞ୍ଚଳରେ ଫାଇଭ-ଟି ସଚିବ ରାତ୍ର ରହଣି ପରେ ଆସନ୍ତାକାଲି ମଧ୍ୟ ଅନେକ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବେ।

Leave A Reply

Your email address will not be published.