ପ୍ରମୁଖ ଖବର

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ମିଶିଲେ ୩୫ ରାଷ୍ଟ୍ର
ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପଦକ ପ୍ରଦାନ କରିଥିଲେ
ଆରମ୍ଭ ହେଲା ଡିଜିଟାଲ ଜନଗଣନା ୨୦୨୭
ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ବଢ଼ିଲା ପାନ୍ ସହ ଆଧାର ଲିଙ୍କ୍ କରିବାର ସମୟସୀମା

0

ନୂଆଦିଲ୍ଲୀ : ସରକାର ପୁଣି ଥରେ ବଢ଼େଇଛନ୍ତି ପାନ୍ ସହ ଆଧାର ଲିଙ୍କ୍ କରିବାର ସମୟସୀମା । ଏହି ସମୟସୀମାକୁ ଆସନ୍ତା ୨୦୨୩ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ଏ ନେଇ ଏକ ବିଜ୍ଞପ୍ତି ଜାରି କରି ଘୋଷଣା କରିଛି ।

କେନ୍ଦ୍ର ସରକାରଙ୍କ ପତ୍ର ସୂଚନା କାର୍ଯ୍ୟାଳୟ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରି କୁହାଯାଇଛି ଯେ, ଟିକସଦାତାଙ୍କୁ କିଛିଟା ଆଶ୍ୱସ୍ତି ଦେଇ ପାନ୍ ସହ ଆଧାର ଲିଙ୍କ୍ କରିବାର ଶେଷ ତାରିଖକୁ ଜୁନ୍ ୩୦, ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ପୂର୍ବରୁ ପାନ୍ କାର୍ଡ ଓ ଆଧାର କାର୍ଡ ଲିଙ୍କ୍ କରିବାର ଶେଷ ତାରିଖ ମାର୍ଚ୍ଚ ୩୧, ୨୦୨୩ ଥିଲା।  କିନ୍ତୁ ଯଦି ଆପଣ ଏପର୍ଯ୍ୟନ୍ତ ଆପଣଙ୍କ ପାନ୍ କାର୍ଡକୁ ଆଧାର ସହ ଲିଙ୍କ୍ କରିନାହାଁନ୍ତି, ତେବେ ଏବେ ଆପଣଙ୍କୁ ଚିନ୍ତା କରିବାକୁ ପଡ଼ିବ ନାହିଁ। କାରଣ ଏବେ ଆପଣଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ କାମର ସମାଧାନ ପାଇଁ ଆଉ ୩ ମାସ ସମୟ ଦିଆଯାଉଛି । ଏହି ସମୟ ସୀମା ମଧ୍ୟରେ ଯଦି ଆପଣ ନିଜର ପାନ୍ କାର୍ଡକୁ ଆଧାର ସହ ଲିଙ୍କ  ନ କରନ୍ତି ତେବେ ଆପଣଙ୍କ ପାନ୍ କାର୍ଡ ନିଷ୍କ୍ରିୟ ହୋଇଯିବ ।

Leave A Reply

Your email address will not be published.