ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ପବିତ୍ର ଅଶୋକାଷ୍ଟମୀ ରେ ଗଡିଲା ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ

0

ଭୁବନେଶ୍ବର; ଆଜି ପବିତ୍ର ଅଶୋକାଷ୍ଟମୀ ରେ ଗଡିଛି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ। ଲିଙ୍ଗରାଜଙ୍କ ପହଣ୍ଡି ବିଜେ ପରେ ଆରମ୍ଭ ହୋଇଥିଲାରଥଟଣା । ରୁକୁଣା ରଥଯାତ୍ରା ପାଇଁ ଉତ୍ସବମୁଖର ହୋଇଯାଇଛି ଏକାମ୍ର କ୍ଷେତ୍ର । ପୋଲିସ ଓ ସ୍ୱେଚ୍ଛାସେବୀଙ୍କ କର୍ଡନରେ ଜାରି ରହିଥିଲା ରଥଟଣା । ରୁକୁଣା ରଥଟଣାରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇଥିଲେ । ଝିପି ଝିପି ବର୍ଷା ସତ୍ତ୍ୱେ ବାବା ଲିଙ୍ଗରାଜଙ୍କ ରୁକୁଣା ରଥକୁ ଟାଣିବାକୁ ଓ ଯାତ୍ରାରେ ସାମିଲ ହେବା ନେଇ ଭକ୍ତଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଥିଲା।

କିନ୍ତୁ ନୀତିକାନ୍ତିରେ ବିଳମ୍ବ ଯୋଗୁଁ ବଢେଇ ବାଙ୍କ ଛକରେ ଅଟକି ରହିଲା ରୁକୁଣା ରଥ। ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଆଜି ମାଉସୀମା’ ଛକରେ ପହଞ୍ଚି ପାରିନଥିବାରୁ ଆସନ୍ତାକାଲି ସକାଳେ ପୁଣି ଆରମ୍ଭ ହେବ ରଥଟଣା। ୩ଟା ୩୦ରେ ରଥଟଣା ଆରମ୍ଭ ହେବାର ଥିଲେ ମଧ୍ୟ ନୀତିକାନ୍ତିରେ ବିଳମ୍ବ ଯୋଗୁଁ ୫ଟା ୧୫ରେ ରଥଟଣା ଆରମ୍ଭ ହୋଇଥିଲା। ରୁକୁଣା ରଥ ଦେଖିବା ଲାଗି ଭକ୍ତଙ୍କ ମଧ୍ୟରେ ଆଜି ସକାଳୁ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ଆଜି ଦିନ ତମାମ ଚଳଚଳଞ୍ଚଳ ହୋଇଥିଲା ଏକାମ୍ର କ୍ଷେତ୍ର। ରୁକୁଣା ରଥଯାତ୍ରାରେ ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ସହ ୧୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ।

Leave A Reply

Your email address will not be published.