ପ୍ରମୁଖ ଖବର

ସରକାରୀ ବାସଭବନ ନ ଛାଡିବା ନେଇ ସ୍ପଷ୍ଟିକରଣ ରଖିଲେ ପୂର୍ବତନ ସିଜେଆଇ ଚନ୍ଦ୍ରଚୂଡ
ପ୍ରବଳ ବର୍ଷା ଯୋଗୁଁ ବନ୍ଦ ହେଲା କେଦାରନାଥ ଯାତ୍ରା
ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ
ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ମେଧା ତାଲିକା, ଆଗରେ ରେଭେନ୍ସା
ବିଜେପି ରାଜ୍ୟ ସଭାପତି ହେବେ ମନମୋହନ, ଭରିଲେ ନାମାଙ୍କନ
ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓବାଦୀ ନେତା ସୋଡ଼ି କନ୍ନା ନିହତ

ପୁଲିସ ଷ୍ଟେସନ ଉପରେ ଆତଙ୍କବାଦୀ ଆକ୍ରମଣ

0

ପାକିସ୍ତାନ; ପୁଲିସ ଷ୍ଟେସନ ଉପରେ ଆଖିବୁଜା ଗୁଳିମାଡ଼ ସାଙ୍ଗକୁ ହେଲା ଗ୍ରେନେଡ୍ ମାଡ। ଏହି ଆକ୍ରମଣ ୪ ପୁଲିସକର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ଆଜି ସକାଳୁ ପାକିସ୍ତାନରେ ଘଟିଛି ଏଭଳି କିଛି ଘଟଣା।

ପାକିସ୍ତାନରେ ସକାଳୁ ସକାଳୁ ତାଲିବାନୀ ଆତଙ୍କବାଦୀମାନେ ବର୍ବରକାଣ୍ଡ ଘଟାଇଛନ୍ତି। ଖାଇବର ପଖତୁନଖ୍ୱାରେ ଥିବା ପୁଲିସ ଷ୍ଟେସନ ଉପରକୁ ବଡ଼ ଧରଣର ଆକ୍ରମଣ ହୋଇଛି। ଆଖିବୁଜା ଗୁଳିମାଡ ସହ ଗ୍ରେନେଡ୍ ମାଡ ମଧ୍ୟ କରିଛନ୍ତି ଆତଙ୍କବାଦୀ। ଏପରିକି ପୁଲିସକର୍ମୀଙ୍କ ସହାୟତା ପାଇଁ ଆସିଥିବା ଏକ ଏପିସି ଗାଡିକୁ ମଧ୍ୟ ଉଡାଇ ଦେଇଛନ୍ତି। ଏହି ଆକ୍ରମଣରେ ଡିଏସ୍‌ପି ସମେତ ୪ ପୁଲିସକର୍ମୀ ପ୍ରାଣ ହରାଇଛନ୍ତି। ସେହିପରି ଅନ୍ୟ ୬ ଜଣ ଆହତ ହୋଇଛନ୍ତି। ଏବେ ବି ଲକି ମାରୱାତ୍ ଅଞ୍ଚଳରେ ଗୁଳିମାଡ଼ ଜାରି ରହିଛି । ଏହି ଆକ୍ରମଣ ପାଇଁ ତେହେରିକ୍-ଏ-ତାଲିବାନ  ନିଜକୁ ଦାୟୀ କରିଛି। 

Leave A Reply

Your email address will not be published.