ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ପୁଲିସ ଷ୍ଟେସନ ଉପରେ ଆତଙ୍କବାଦୀ ଆକ୍ରମଣ

0

ପାକିସ୍ତାନ; ପୁଲିସ ଷ୍ଟେସନ ଉପରେ ଆଖିବୁଜା ଗୁଳିମାଡ଼ ସାଙ୍ଗକୁ ହେଲା ଗ୍ରେନେଡ୍ ମାଡ। ଏହି ଆକ୍ରମଣ ୪ ପୁଲିସକର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ଆଜି ସକାଳୁ ପାକିସ୍ତାନରେ ଘଟିଛି ଏଭଳି କିଛି ଘଟଣା।

ପାକିସ୍ତାନରେ ସକାଳୁ ସକାଳୁ ତାଲିବାନୀ ଆତଙ୍କବାଦୀମାନେ ବର୍ବରକାଣ୍ଡ ଘଟାଇଛନ୍ତି। ଖାଇବର ପଖତୁନଖ୍ୱାରେ ଥିବା ପୁଲିସ ଷ୍ଟେସନ ଉପରକୁ ବଡ଼ ଧରଣର ଆକ୍ରମଣ ହୋଇଛି। ଆଖିବୁଜା ଗୁଳିମାଡ ସହ ଗ୍ରେନେଡ୍ ମାଡ ମଧ୍ୟ କରିଛନ୍ତି ଆତଙ୍କବାଦୀ। ଏପରିକି ପୁଲିସକର୍ମୀଙ୍କ ସହାୟତା ପାଇଁ ଆସିଥିବା ଏକ ଏପିସି ଗାଡିକୁ ମଧ୍ୟ ଉଡାଇ ଦେଇଛନ୍ତି। ଏହି ଆକ୍ରମଣରେ ଡିଏସ୍‌ପି ସମେତ ୪ ପୁଲିସକର୍ମୀ ପ୍ରାଣ ହରାଇଛନ୍ତି। ସେହିପରି ଅନ୍ୟ ୬ ଜଣ ଆହତ ହୋଇଛନ୍ତି। ଏବେ ବି ଲକି ମାରୱାତ୍ ଅଞ୍ଚଳରେ ଗୁଳିମାଡ଼ ଜାରି ରହିଛି । ଏହି ଆକ୍ରମଣ ପାଇଁ ତେହେରିକ୍-ଏ-ତାଲିବାନ  ନିଜକୁ ଦାୟୀ କରିଛି। 

Leave A Reply

Your email address will not be published.