ପ୍ରମୁଖ ଖବର

ସେପ୍ଟେମ୍ବର ୨୧ରେ ଶପଥ ଗ୍ରହଣ କରିବେ ଅତିଶୀ, ସ୍ପଷ୍ଟ କଲା ଆପ୍‌
ଅତିଶୀଙ୍କ ମନ୍ତ୍ରିମଣ୍ଡଳର ନୂଆ ମୁହଁ ହେବେ ମୁକେଶ ଅହଲୱାଟ
ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ସମ୍ବଲପୁରୀ ଗାୟିକା ରୁକ୍‌ସନା ବାନୋଙ୍କ ସନ୍ଦେହଜନକ ମୃତ୍ୟୁ

ଚନ୍ଦ୍ର ପୃଷ୍ଠରେ ପ୍ରଥମ ଥର ଲାଗି ପାଦ ଦେବେ ଜଣେ ମହିଳା

0

ନୂଆଦିଲ୍ଲୀ: ଚନ୍ଦ୍ର ପୃଷ୍ଠରେ ପ୍ରଥମ ଥର ଲାଗି ପାଦ ଦେବେ ଜଣେ ମହିଳା । ଆଷ୍ଟ୍ରୋନଟ କ୍ରିଷ୍ଟିନା ହାମୋକ କୋଚଙ୍କ ନାମ ଘୋଷଣା କରିଛି ନାସା । ଆସନ୍ତା ବର୍ଷ ଆର୍ଟେମିସ-୨ ମିସନରେ କ୍ରିଷ୍ଟିନା ସାମିଲ ହେବେ ବୋଲି ନାସା କହିଛି । ଓରିଅନ ସ୍ପେସକ୍ରାଫ୍ଟ ଜରିଆରେ ଚନ୍ଦ୍ର ଅଭିଯାନରେ ସାମିଲ ହେବେ କ୍ରିଷ୍ଟିନାଙ୍କ ସମେତ ୪ ମହାକାଶଚାରୀ । ବର୍ତ୍ତମାନ ସୁଦ୍ଧା କେବଳ ପୁରୁଷ ମହାକାଶଚାରୀମାନେ ଚନ୍ଦ୍ରକୁ ଯାଇଛନ୍ତି ।

କ୍ରିଷ୍ଟିନାଙ୍କ ସହ ଅନ୍ୟ ଯେଉଁ ୩ ମହାକାଶଚାରୀଙ୍କ ନାମ ଘୋଷଣା କରାଯାଇଛି ସେମାନେ ହେଲେ- ଜେରେମି ହାନସେନ, ଭିକ୍ଟର ଗ୍ଲୋଭର ଓ ରେଡ୍ ଓ୍ବାଇଜମ୍ୟାନ । ସେମାନେ ୧୦ ଦିନ ଲାଗି ଚନ୍ଦ୍ର ପୃଷ୍ଠକୁ ଯିବେ । ମହାକାଶଚାରୀ ଖ୍ରୀଷ୍ଟିନା ୨୦୧୩ରେ ନାସାରେ ଜଣେ ଫ୍ଲାଇଟ୍ ଇଞ୍ଜିନିୟର ଭାବେ ଯୋଗଦେଇଥିଲେ । ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ମଧ୍ୟ ସେ ପୂର୍ବରୁ କାମ କରିସାରିଛନ୍ତି । ଏହାସହ ମହାକାଶରେ ୩୨୮ ଦିନ କାଟିବାର ଅଭିଜ୍ଞତା ରହିଛି ତାଙ୍କ ପାଖରେ । ଆପୋଲୋ ମିଶନ ପରେ ଏହା ଚନ୍ଦ୍ରକୁ ମଣିଷର ଦ୍ୱିତୀୟ ଅଭିଯାନ ହେବ । ୧୯୭୨ରେ ଆପୋଲୋ ମିଶନ କରାଯାଇଥିଲା ।

Leave A Reply

Your email address will not be published.