ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବିଲରେ ଖେଳୁଥିବା ବେଳେ କୀଟନାଶକ ପିଇଦେଲେ ୪ ଶିଶୁ

0

ଭଦ୍ରକ; ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଝିଙ୍କିରିଆରେ ଘଟିଛି ଅଭାବନୀୟ ଘଟଣା। ବିଲରେ ଖେଳୁଥିବା ବେଳେ କୀଟନାଶକ ପିଇଦେଇଛନ୍ତି ୪ ଜଣ ଶିଶୁ। ସେମାନଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଏହି ଶିଶୁମାନଙ୍କ ବୟସ ଦେଢ଼ ବର୍ଷରୁ ୩ ବର୍ଷ ମଧ୍ୟରେ। ସେମାନଙ୍କ ମଧ୍ୟରେ ଦୁଇ ଜଣ ଭାଇଭଉଣୀ ଅଛନ୍ତି। ଅନ୍ୟ ଦୁଇ ଛୁଆ (ଜଣେ ଦେଢ଼ ବର୍ଷର ପୁଅ ଓ ଜଣେ ୩ ବର୍ଷର ଝିଅ) ଅନ୍ୟ ଦୁଇ ପରିବାରର।

କୀଟନାଶକ ପିଇ ଅସୁସ୍ଥ ହୋଇପଡ଼ିଥିବା ଭାଇଭଉଣୀଙ୍କ ଦାଦା କହିଛନ୍ତି ଯେ ପିଲାମାନେ ବିଲ ପାଖରେ ଖେଳୁଥିବା ବେଳେ ଏହି ଘଟଣା ଘଟିଛି। ସେମାନେ କୀଟନାଶକ ପିଇବା ବେଳେ ଗାଁର ଜଣେ ବ୍ୟକ୍ତି ଦେଖି ଦେଇଥିଲେ। ସେ ପାଟି କରିବା ପରେ ଘଟଣା ସଂପର୍କରେ ଜଣାପଡ଼ିଲା। ଛୁଆମାନଙ୍କୁ ପ୍ରଥମେ ତିହିଡ଼ି ଡାକ୍ତରଖାନା ନିଆଯାଇଥିଲା। ସେଠାରୁ ଭଦ୍ରକ ଡାକ୍ତରଖାନା ଅଣାଯାଇଛି।

Leave A Reply

Your email address will not be published.