ପ୍ରମୁଖ ଖବର

୪୧୦୫ ଅଭିଯୋଗର ସମାଧାନ, ଆସୁଛି ‘ସ୍ପେଶାଲ କ୍ୟାମ୍ପେନ୍ ୬.୦’
କଏଦୀଙ୍କୁ ଅନାବଶ୍ୟକ ମାଡ଼ ମନା, ଜେଲ୍‌ ୱାର୍ଡେନ୍‌ଙ୍କୁ ହାଇକୋର୍ଟଙ୍କ ଚେତାବନୀ
ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ପ୍ରସ୍ତାବ ପାରିତ
ଫାସ୍‌ଟ୍ୟାଗ୍ ବାର୍ଷିକ ପାସ୍ ବ୍ୟବହାରକାରୀ ୧ କୋଟି ଟପିଲେ
ଷଷ୍ଠ ଶ୍ରେଣୀ ପାଇଁ ବି ତୃତୀୟ ଭାଷାରେ ରିହାତି, ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଏନ୍‌ଡିଏକୁ ଯିବୁନି, ଯିଏ ଆସିବାକୁ ଚାହୁଁଛି ଆମ ସହ ଆସୁ: ଶରଦ ପାୱାର
୧୦ ବର୍ଷରେ ତମାଖୁଜାତ ଦ୍ରବ୍ୟରୁ ୭୩୪୬ କୋଟି ଟିକସ ଆଦାୟ
ୟୁପିଆଇ ଚାର୍ଜକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ମତ
ଏଆଇ ଉପରେ ଲାଗୁ ହେଉ ନିୟନ୍ତ୍ରଣ, ନଚେତ ଭୟଙ୍କର ପରିଣାମ: ବିଲ୍ ଗେଟ୍ସ
ପଞ୍ଚମ ଦିନରେ ବି ଥମିଲାନି ଖଣି ଆଇନ ତାତି, ହଟ୍ଟଗୋଳରେ ଗୃହ ମୁଲତବୀ

ଭାରତୀୟ ରିଜର୍ଭ ବ୍ୟାଙ୍କର ରେପୋରେଟ ଅପରିବର୍ତ୍ତିତ

0

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ରେପୋରେଟ ୬ ଦଶମିକ ୫ ପ୍ରତିଶତରେ ରହିଲା ଅପରିବର୍ତ୍ତିତ । ଗତବର୍ଷ ମେ ମାସ ପର ଠାରୁ ୬ ଥର ରେପୋରେଟ ବୃଦ୍ଧି ପରେ ଚଳିତ ଥର ଏହି ହାର ଅପରିବର୍ତ୍ତିତ ରହିଛି । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି- ମୁଦ୍ରାନୀତି ନେଇ ବସିଥିବା ମନିଟାରୀ ପଲିସି କମିଟିର ବୈଠକରେ ରେପୋରେଟ ଅପରିବର୍ତ୍ତିତ ରଖିବା ଲାଗି ନିଷ୍ପତ୍ତି ନିଆଯାଇଛି ।

ଦେଶରେ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବା ଲାଗି ଗତବର୍ଷ ମେ ମାସ ଠାରୁ ଆରବିଆଇ ଲଗାତର ରେପୋରେଟ ବଢ଼ାଇଥିଲେ । ୨୦୨୪ ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି ହାର ୫ ଦଶମିକ ୨ ପ୍ରତିଶତ ରହିବା ଲାଗି ଆରବିଆଇ ଆକଳନ କରିଛି । ଏହାସହ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସିକିରେ ଏହି ହାର ୫ ଦଶମିକ ୧ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି ।

ରାଜସ୍ବବର୍ଷ ୨୦୨୪ ଲାଗି ଜିଡିପି ଅଭିବୃଦ୍ଧି ହାର ୬ ଦଶମିକ ୫ ପ୍ରତିଶତ ରଖିଛନ୍ତି ରିଜର୍ଭ ବ୍ୟାଙ୍କ । ବ୍ୟାଙ୍କକୁ ଯେଉଁହାରରେ ରିଜର୍ଭ ବ୍ୟାଙ୍କ ଋଣ ଦିଏ ତାହାକୁ କୁହାଯାଇଥାଏ ରେପୋରେଟ । ଯଦି ରେପୋରେଟରେ ସାମାନ୍ୟ ପରିବର୍ତ୍ତନ ହେବ ତେବେ ତାହା ବ୍ୟାଙ୍କ ଲୋନ ଓ ଇଏମଆଇକୁ ପ୍ରଭାବିତ କରିଥାଏ ।

Leave A Reply

Your email address will not be published.