ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଭାରତୀୟ ରିଜର୍ଭ ବ୍ୟାଙ୍କର ରେପୋରେଟ ଅପରିବର୍ତ୍ତିତ

0

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ରେପୋରେଟ ୬ ଦଶମିକ ୫ ପ୍ରତିଶତରେ ରହିଲା ଅପରିବର୍ତ୍ତିତ । ଗତବର୍ଷ ମେ ମାସ ପର ଠାରୁ ୬ ଥର ରେପୋରେଟ ବୃଦ୍ଧି ପରେ ଚଳିତ ଥର ଏହି ହାର ଅପରିବର୍ତ୍ତିତ ରହିଛି । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି- ମୁଦ୍ରାନୀତି ନେଇ ବସିଥିବା ମନିଟାରୀ ପଲିସି କମିଟିର ବୈଠକରେ ରେପୋରେଟ ଅପରିବର୍ତ୍ତିତ ରଖିବା ଲାଗି ନିଷ୍ପତ୍ତି ନିଆଯାଇଛି ।

ଦେଶରେ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବା ଲାଗି ଗତବର୍ଷ ମେ ମାସ ଠାରୁ ଆରବିଆଇ ଲଗାତର ରେପୋରେଟ ବଢ଼ାଇଥିଲେ । ୨୦୨୪ ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି ହାର ୫ ଦଶମିକ ୨ ପ୍ରତିଶତ ରହିବା ଲାଗି ଆରବିଆଇ ଆକଳନ କରିଛି । ଏହାସହ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସିକିରେ ଏହି ହାର ୫ ଦଶମିକ ୧ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି ।

ରାଜସ୍ବବର୍ଷ ୨୦୨୪ ଲାଗି ଜିଡିପି ଅଭିବୃଦ୍ଧି ହାର ୬ ଦଶମିକ ୫ ପ୍ରତିଶତ ରଖିଛନ୍ତି ରିଜର୍ଭ ବ୍ୟାଙ୍କ । ବ୍ୟାଙ୍କକୁ ଯେଉଁହାରରେ ରିଜର୍ଭ ବ୍ୟାଙ୍କ ଋଣ ଦିଏ ତାହାକୁ କୁହାଯାଇଥାଏ ରେପୋରେଟ । ଯଦି ରେପୋରେଟରେ ସାମାନ୍ୟ ପରିବର୍ତ୍ତନ ହେବ ତେବେ ତାହା ବ୍ୟାଙ୍କ ଲୋନ ଓ ଇଏମଆଇକୁ ପ୍ରଭାବିତ କରିଥାଏ ।

Leave A Reply

Your email address will not be published.