ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଚିନ୍ତା ବଢ଼ାଇଲା କୋଭିଡ ସଂକ୍ରମଣ

0

ନୂଆଦିଲ୍ଲୀ; ଏବେ କରୋନା ସଂକ୍ରମଣ ବଢ଼ୁଥିବାରୁ ସବୁ ରାଜ୍ୟକୁ ସତର୍କ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଏନେଇ ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ନେତୃତ୍ୱରେ ଏକ ବୈଠକ ବସିଥିଲା। ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ମନ୍ତ୍ରୀମାନଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ଏହି ବୈଠକ ପରେ, ରାଜ୍ୟଗୁଡ଼ିକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

ଏପଟେ ଦୈନିକ ସଂକ୍ରମଣ ଦେଶରେ ୬ ହଜାର ଓ ରାଜ୍ୟରେ ଶହେ ଟପିଛି । ମାତ୍ର ୪ଦିନ ତଳେ ଯେଉଁ ସଂକ୍ରମଣ ସଂଖ୍ୟା ମାତ୍ର ୩ ହଜାର ୬୪୧ ଥିଲା, ଏବେ ୬ ହଜାର ଟପି ଯାଇଛି । ଅର୍ଥାତ୍ ଗତାକାଲି ତୁଳନାରେ କରୋନା ସଂକ୍ରମଣ ବଢ଼ିଛି ପ୍ରାୟ ୧୩ % । ଓଡ଼ିଶାରେ ବି ସଂକ୍ରମଣ ସଂଖ୍ୟା ଉପର ମୁହାଁ ହେବାରେ ଲାଗିଛି । ଓଡ଼ିଶାରେ ଏବେ ନୂଆ ସଂକ୍ରମଣ ସଂଖ୍ୟା ଶହେ ଟପିଯାଇଛି । ଏପ୍ରିଲ ୫ ତାରିଖରେ ସଂକ୍ରମଣ ସଂଖ୍ୟା ମାତ୍ର ୬୮ ଥିବା ବେଳେ ଏବେ ୧୦୪କୁ ଛୁଇଁଛି । ସଂକ୍ରମଣର ଏହି ସଂଖ୍ୟା ଭିତରେ ଆଶ୍ୱସ୍ତିକର କଥା ହେଉଛି, ନୂଆ ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସରେ ଜଣେ ବି ପିଲା ସଂକ୍ରମିତ ହୋଇ ନାହାନ୍ତି ।

ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ଏକ ଉଚ୍ଚସ୍ତରୀୟ ବୈଠକ କରି ଚର୍ଚ୍ଚା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ । ଏହି ଚର୍ଚ୍ଚା ପରେ, ରାଜ୍ୟଗୁଡ଼ିକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଜିଲ୍ଲା ସ୍ତରରେ ଥିବା ସ୍ୱାସ୍ଥ୍ୟ ଭିତ୍ତିଭୂମିର ସମୀକ୍ଷା କରିବାକୁ ପରାମର୍ଶ ଦିଆଯାଇଛି । ସେହିପରି ଏପ୍ରିଲ୍ ୧୦ ଏବଂ ୧୧ ତାରିଖ ହସ୍ପିଟାଲ ଗୁଡ଼ିକର ସ୍ୱାସ୍ଥ୍ୟ ଭିତ୍ତିଭୂମି ଯାଂଚ ପାଇଁ ମକ୍ ଡ୍ରିଲ୍ ଏବଂ ସ୍ୱାସ୍ଥ୍ୟ ସେବାର ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି । ଏହି ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀମାନେ ସାମିଲ ଥିଲେ ।

ଏସବୁ ଭିତରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପଣ୍ଡିଚେରୀରେ ସର୍ବସାଧାରଣ ସ୍ଥାନରେ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି । ଯଦିଓ ଏବେ ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଛି, ତଥାପି ମାରାତ୍ମକ ହେଉନଥିବା ବିଶେଷଜ୍ଞ କହିଛନ୍ତି । ତେବେ ବୟସ୍କ, ଶିଶୁ, ଗର୍ଭବତୀ ଓ ବହୁବ୍ୟାଧିରେ ପୀଡିତ ଲୋକଙ୍କୁ ସଜାଗ ରହିବାକୁ ବାରମ୍ବାର ପରାର୍ମଶ ଦିଆଯାଉଛି ।

Leave A Reply

Your email address will not be published.