ପ୍ରମୁଖ ଖବର

ଭାରତର ୨ ମୋଷ୍ଟ ୱାଣ୍ଟେଡ ଅପରାଧୀ ଆମେରିକାରେ ଗିରଫ
ଧାମରା ବନ୍ଦରରେ ଅନୁପ୍ରବେଶକାରୀ ହେବେ ସାବାଡ୍, ଜଗିବ ସ୍ବତନ୍ତ୍ର ଡ୍ରୋନ୍
ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆଇଟି ରେଡ୍
ଆସନ୍ତା ୧୩ରେ ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ
ଆଣ୍ଡାମାନ ନିକୋବରରେ ଶକ୍ତିଶାଳୀ ଭୂମିକମ୍ପ

କୋଭିଡ ଟିକା ପାଇଁ କେନ୍ଦ୍ରକୁ ଛିଠି ଲେଖିଲେ ରାଜ୍ୟ ସରକାର

0

ଭୁବନେଶ୍ବର: କରୋନା ସଂକ୍ରମଣ ଧିରେ ଧିରେ ବଢ଼ିବାରେ ଲାଗିଲାଣି। ରାଜ୍ୟ ପାଖରେ ପୂର୍ବରୁ ଥିବା ଟିକା ଶେଷ ହୋଇଯାଇଛି । ଟିକା ସରିଯାଇଥିବାରୁ ଫେବ୍ରୁଆରୀ ୧୦ ପରଠୁ ଟିକାକରଣ ବନ୍ଦ ଅଛି। ରାଜ୍ୟରେ ସଂକ୍ରମଣ ବଢ଼ୁଥିବାରୁ ଟିକାକରଣ ଜରୁରୀ ହୋଇପଡ଼ିଛି। ୪୧% ପ୍ରିକସନ ଡୋଜ୍‌ ନେଇଛନ୍ତି, ଅନ୍ୟମାନେ ନେବା ଦରକାର। ଫଳରେ ୫୦ ହଜାର ଡୋଜ୍ କୋର୍ବେଭାକ୍ସ ଟିକା ଯୋଗାଇ ଦେବା ପାଇଁ କେନ୍ଦ୍ରକୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର । ସେପଟେ ବିଶେଷଜ୍ଞ ଡାକ୍ତରଙ୍କ କହିବା ହେଲା ବୟସ୍କ ବ୍ୟକ୍ତି କିମ୍ବା ରୋଗପ୍ରତିରୋଧ ଶକ୍ତି କମ୍ ଥିବା ଲୋକ ଟିକା ନେବାର ୯ ମାସରୁ ବର୍ଷେ ଅତିବାହିତ ହୋଇ ଯାଇଥିଲେ ଆଉଥରେ ପ୍ରତିଷେଧକ ଟିକା ନେଇଯିବା ଉଚିତ୍।

ଉଲ୍ଲେଖଯୋଗ୍ୟ, ୫୦ ହଜାର ଡୋଜ୍ କୋର୍ବେଭାକ୍ସ ଟିକା ଯୋଗାଇ ଦେବା ପାଇଁ କେନ୍ଦ୍ରକୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର । କାରଣ ରାଜ୍ୟ ପାଖରେ ପୂର୍ବରୁ ଥିବା ଟିକା ଶେଷ ହୋଇଯାଇଛି । ଜାନୁଆରୀ ମାସରେ ଆସିଥିବା ଟିକା ଫେବ୍ରୁଆରୀ ୮ ତାରିଖ ସୁଦ୍ଧା ସରିଯାଇଛି । ତେଣୁ ତୁରନ୍ତ ଟିକା ଯୋଗାଇ ଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଚିଠି ଲେଖଛନ୍ତି ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ । ରାଜ୍ୟରେ କରୋନା ସଂକ୍ରମଣ ପୁଣି ଉପରମୁହାଁ ହୋଇଥିବାରୁ ତୁରନ୍ତ ଟିକା ଯୋଗାଇ ଦେବାକୁ କୁହାଯାଇଛି ।

ସୂଚନାଯୋଗ୍ୟ, ଗତକାଲି ରାଜ୍ୟରେ ୧୪୧ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭୩୧ ରହିଛି । ତେବେ ଆଶ୍ୱସ୍ତିର କଥା ହେଉଛି ମାତ୍ର ୧୮ ଜଣ ଡାକ୍ତରଖାନାରେ ରହି ଚିକିତ୍ସିତ ହେଉଛନ୍ତି ।

Leave A Reply

Your email address will not be published.