ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

ଜି୨୦ ଭାରତ -“ ଭବିଷ୍ୟତ କାର୍ଯ୍ୟଧାରା”କୁ ନେଇ ସୋଆ ପକ୍ଷରୁ ୱେବିନାର ଆୟୋଜିତ

0

ଭୁବନେଶ୍ୱର,୧୧/୦୪: ବର୍ତମାନ ଟେକ୍ନୋଲୋଜି ଯୋଗୁଁ କାର୍ଯ୍ୟଧାରାରେ ଅନେକ ପରିବର୍ତନ ଆସିଛି । ଲୋକମାନେ ବିଶ୍ୱର ଗୋଟିଏ କୋଣରେ ବସି ଅନ୍ୟ ଏକ କୋଣର ଲୋକମାନଙ୍କ ନିମନ୍ତେ କାର୍ଯ୍ୟ କରିପାରୁଛନ୍ତି ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ।

ଟେକ୍ନୋଲୋଜି ଆମ ପାଇଁ ଆବଶ୍ୟକ, ବୈଜ୍ଞାନିକ ମଧ୍ୟ ଆବଶ୍ୟକ, ବିଭିନ୍ନ ପ୍ରସଙ୍ଗରେ କାର୍ଯ୍ୟ କରିବା ନିମନ୍ତେ ଆମକୁ ଶୃଙ୍ଖଳିତ ବ୍ୟକ୍ତି ଆବଶ୍ୟକ ଏବଂ କାର୍ଯ୍ୟସ୍ଥଳୀରେ ବିଭିନ୍ନ ପ୍ରକାରର କାର୍ଯ୍ୟ ନିମନ୍ତେ ପରିବେଶ ମଧ୍ୟ ସୃଷ୍ଟି ହେବା ଉଚିତ୍ ବୋଲି ଭାରତର ଜି୨୦ ଅଧ୍ୟକ୍ଷତା ପାଳନ ପରିପ୍ରେକ୍ଷୀରେ ସୋମବାର ସୋଆରେ ଆୟୋଜିତ “ଫ୍ୟୁଚର୍ ଅଫ୍ ୱାର୍କ” (ଭବିଷ୍ୟତର କାର୍ଯ୍ୟଧାରା) ସମ୍ପର୍କିତ ୱେବିନାରରେ ଏହା କହିଛନ୍ତି ପ୍ରଫେସର ନନ୍ଦ ।

ଭବିଷ୍ୟତର ଆବଶ୍ୟକତାକୁ ପୂରଣ କରିବା ନେଇ ଯେଉଁ କାର୍ଯ୍ୟ ପ୍ରଣାଳୀକୁ ପ୍ରସ୍ତୁତ କରିବା ଜରୁରୀ ସେଥି ନିମନ୍ତେ ପଦକ୍ଷେପ ନେବା ଜରୁରୀ ବୋଲି ସେ କହିଥିଲେ । ଭବିଷ୍ୟତରେ କାର୍ଯ୍ୟଧାରାକୁ ଆଖିରେ ରଖି ଜୀବନବ୍ୟାପୀ ଅଧ୍ୟୟନ କରିବା ନିମନ୍ତେ ସାମର୍ଥ୍ୟ ସୃଷ୍ଟି କରିବା ଉପରେ ପ୍ରଫେସର ନନ୍ଦ ଗୁରୁତ୍ୱ ଦେଇଥିଲେ । ଏହି ଅବସରରେ ସୋଆର ଇନ୍‌ଟରନ୍ୟାସ୍‌ନାଲ୍ ରିଲେସନ୍ସ ଓ ୟୁନିଭର୍ସିଟି ଆଉଟରିଚ୍ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା ଭାରତରେ ଜି ୨୦ ଅଧ୍ୟକ୍ଷତାକୁ ଗୁରୁତ୍ୱ ଦେବା ନିମନ୍ତେ ଓଡ଼ିଶାର ସମସ୍ତ ଜିଲ୍ଲାରେ ଆୟୋଜିତ ହେଉଥିବା ‘ଜନ ଭାଗୀଦାରୀ’ କାର୍ଯ୍ୟକ୍ରମ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।

ଏହି କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ସୋଆକୁ ଆଙ୍କର ଅନୁଷ୍ଠାନ ଭାବେ ବଲାଙ୍ଗୀର, ମୟୁରଭଞ୍ଜ ଏବଂ କେନ୍ଦୁଝର ଭଳି ତିନୋଟି ଜିଲ୍ଲାରେ ଏପ୍ରିଲ୍ ମାସରେ ଜନ ଭାଗୀଦାରୀ କାର୍ଯ୍ୟକ୍ରମ ଆୟୋଜନ କରିବା ନିମନ୍ତେ ଦାୟିତ୍ୱ ଦିଆଯାଇଛି । ଏହି ଅବସରରେ ସୋଆର ଛାତ୍ରମଙ୍ଗଳ ଡିନ୍ ଓ ସୋଆ ଇଡବ୍ଲ୍ୟୁଜିର ନୋଡାଲ୍ ଅଫିସର ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ପ୍ରସଙ୍ଗ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ ।

Leave A Reply

Your email address will not be published.