ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

କୋଭିଡ ଟିକା ପାଇଁ କେନ୍ଦ୍ରକୁ ଛିଠି ଲେଖିଲେ ରାଜ୍ୟ ସରକାର

0

ଭୁବନେଶ୍ବର: କରୋନା ସଂକ୍ରମଣ ଧିରେ ଧିରେ ବଢ଼ିବାରେ ଲାଗିଲାଣି। ରାଜ୍ୟ ପାଖରେ ପୂର୍ବରୁ ଥିବା ଟିକା ଶେଷ ହୋଇଯାଇଛି । ଟିକା ସରିଯାଇଥିବାରୁ ଫେବ୍ରୁଆରୀ ୧୦ ପରଠୁ ଟିକାକରଣ ବନ୍ଦ ଅଛି। ରାଜ୍ୟରେ ସଂକ୍ରମଣ ବଢ଼ୁଥିବାରୁ ଟିକାକରଣ ଜରୁରୀ ହୋଇପଡ଼ିଛି। ୪୧% ପ୍ରିକସନ ଡୋଜ୍‌ ନେଇଛନ୍ତି, ଅନ୍ୟମାନେ ନେବା ଦରକାର। ଫଳରେ ୫୦ ହଜାର ଡୋଜ୍ କୋର୍ବେଭାକ୍ସ ଟିକା ଯୋଗାଇ ଦେବା ପାଇଁ କେନ୍ଦ୍ରକୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର । ସେପଟେ ବିଶେଷଜ୍ଞ ଡାକ୍ତରଙ୍କ କହିବା ହେଲା ବୟସ୍କ ବ୍ୟକ୍ତି କିମ୍ବା ରୋଗପ୍ରତିରୋଧ ଶକ୍ତି କମ୍ ଥିବା ଲୋକ ଟିକା ନେବାର ୯ ମାସରୁ ବର୍ଷେ ଅତିବାହିତ ହୋଇ ଯାଇଥିଲେ ଆଉଥରେ ପ୍ରତିଷେଧକ ଟିକା ନେଇଯିବା ଉଚିତ୍।

ଉଲ୍ଲେଖଯୋଗ୍ୟ, ୫୦ ହଜାର ଡୋଜ୍ କୋର୍ବେଭାକ୍ସ ଟିକା ଯୋଗାଇ ଦେବା ପାଇଁ କେନ୍ଦ୍ରକୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର । କାରଣ ରାଜ୍ୟ ପାଖରେ ପୂର୍ବରୁ ଥିବା ଟିକା ଶେଷ ହୋଇଯାଇଛି । ଜାନୁଆରୀ ମାସରେ ଆସିଥିବା ଟିକା ଫେବ୍ରୁଆରୀ ୮ ତାରିଖ ସୁଦ୍ଧା ସରିଯାଇଛି । ତେଣୁ ତୁରନ୍ତ ଟିକା ଯୋଗାଇ ଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଚିଠି ଲେଖଛନ୍ତି ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ । ରାଜ୍ୟରେ କରୋନା ସଂକ୍ରମଣ ପୁଣି ଉପରମୁହାଁ ହୋଇଥିବାରୁ ତୁରନ୍ତ ଟିକା ଯୋଗାଇ ଦେବାକୁ କୁହାଯାଇଛି ।

ସୂଚନାଯୋଗ୍ୟ, ଗତକାଲି ରାଜ୍ୟରେ ୧୪୧ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭୩୧ ରହିଛି । ତେବେ ଆଶ୍ୱସ୍ତିର କଥା ହେଉଛି ମାତ୍ର ୧୮ ଜଣ ଡାକ୍ତରଖାନାରେ ରହି ଚିକିତ୍ସିତ ହେଉଛନ୍ତି ।

Leave A Reply

Your email address will not be published.