ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ସୁଟିଂ ବେଳେ ଆହତ ହେଲେ ସଞ୍ଜୟ ଦତ୍ତ

0

ମୁମ୍ବାଇ; ପିଲ୍ମି ସୁଟିଂ ସମୟରେ ଆହତ ହୋଇଛନ୍ତି ବଲିଉଡର ଲୋକପ୍ରିୟ ଅଭିନେତା ସଞ୍ଜୟ ଦତ୍ତ। ଅଭିନେତାଙ୍କ ଟିମ୍ ପକ୍ଷରୁ କୁହାଯାଇଛି ଯେ, ପ୍ୟାନ ଇଣ୍ଡିଆ ଚଳଚ୍ଚିତ୍ର ‘କେଡି ଦ ଡେଭିଲ୍ସ’ ପାଇଁ ବୋମା ବିସ୍ଫୋରଣ ଦୃଶ୍ୟ ସୁଟିଂ ସମୟରେ ତାଙ୍କ ସହ ଏହି ଘଟଣା ଘଟିଛି। କୁହାଯାଉଛି ଯେ, ବେଙ୍ଗାଲୁରୁରେ ସୁଟିଂ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

ମିଳିଥିବା ସୂଚନା ମୁତାବକ, ଦୁର୍ଘଟଣା ପରେ ସଞ୍ଜୟଙ୍କ ମୁହଁ ଓ ହାତରେ ଆଘାତ ଲାଗିଛି। ବୋମା ବିସ୍ଫୋରଣ ଦୃଶ୍ୟ ସୁଟିଂ ସମୟରେ ସୁଟିଂ ସେଟରେ ଥିବା ଏକ ଗ୍ଲାସ ଭାଙ୍ଗିଯିବାରୁ କାଚ ଖଣ୍ଡ ସଞ୍ଜୟଙ୍କ ମୁହଁ ଓ ହାତରେ ପଶିଯାଇଥିଲା। ଏହା ପରେ ସୁଟିଂକୁ ବନ୍ଦ ରଖାଯାଇ ସଞ୍ଜୟଙ୍କ ଚିକିତ୍ସା କରାଯାଇଥିଲା। ତେବେ ସୁଟିଂ ସେଟରେ ସୁରକ୍ଷା ଦିଗପ୍ରତି ଧ୍ୟାନ ଦିଆଯାଉଥିବା ବେଳେ ଏହି ଦୁର୍ଘଟଣା କେମିତି ଘଟିଲା ତାହା ଜଣାପଡ଼ିନାହିଁ।

Leave A Reply

Your email address will not be published.