ପ୍ରମୁଖ ଖବର

ଶିକ୍ଷକଙ୍କ ପାଇଁ ନୂଆ ସର୍ଭିସ୍‌ ରୁଲ୍‌, ୪.୨୦ ଲକ୍ଷ ଯୁବକଯୁବତୀଙ୍କୁ ମିଳିବ ଦକ୍ଷତା ତାଲିମ
ମଣିପୁରରେ ପୁଣି ରକ୍ତପାତ: କଟାମୁଣ୍ଡ ଫେରାଇବାକୁ ୪୮ ଘଣ୍ଟାର ମହଲତ
ଓଡ଼ିଶାରେ ଶିଳ୍ପାୟନକୁ ବଡ଼ ଗତି: ୩୯ ହଜାର କୋଟିରୁ ଅଧିକ ନିବେଶ
ରାଜଧାନୀରେ ପୋଖରୀରେ ବୁଡ଼ି ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ
ଦୀପାବଳି ପର୍ଯ୍ୟନ୍ତ ଘୁଞ୍ଚିଲା ୟୁପିଆଇ ଚାର୍ଜ ଲାଗୁ ନିଷ୍ପତ୍ତି
ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚର ତାଲିକା ଲଗାଇବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ
ବାଣଫୁଟା ନୁହେଁ, ପ୍ରଦୂଷଣମୁକ୍ତ ପର୍ବ ପାଳନ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ ଅବସରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ କୁଇଜ ପ୍ରତିଯୋଗିତା ଆୟୋଜିତ

0

ଭୁବନେଶ୍ୱର,୧୨/୦୪: ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ ଅବସରରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍‌ ହସ୍ପିଟାଲ୍‌ରେ ଆୟୋଜିତ ଏକ କୁଇଜ ପ୍ରତିଯୋଗିତାରେ ଇସିକା ଅଗ୍ରୱାଲ୍‌, ଶିବମ୍ ଓ ଜୟନ୍ତ କୁମାରଙ୍କୁ ନେଇ ଗଠିତ ଟିମ୍ ବିଜୟୀ ହୋଇଛି ।

ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ପ୍ରିଭେଂଟିଭ୍ ଆଣ୍ଡ ସୋସିଆଲ୍ ମେଡିସିନ୍ (ଆଇଏପିଏସ୍‌ଏମ୍‌) ପକ୍ଷରୁ ଜାତୀୟ ସ୍ତରରେ ଏହି କୁଇଜର ଆୟୋଜନ କରାଯାଇଥିଲା । ଏହି ହସ୍ପିଟାଲ୍‌ରେ ଏପ୍ରିଲ୍ ୭ ତାରିଖରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ ଅବସରରେ ଦୁଇଟି ପର୍ଯ୍ୟାୟରେ ଏହା ଆୟୋଜନ କରାଯାଇଥିଲା । ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଛାତ୍ରଛାତ୍ରୀଙ୍କୁ ନେଇ ତିନି ସଦସ୍ୟ ବିଶିଷ୍ଟ ୧୪ ଟି ଟିମ୍ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଏପ୍ରିଲ୍ ୩ ତାରିଖରେ ଏଲିମିନେସନ୍ ରାଉଣ୍ଡ କରାଯାଇଥିବା ବେଳେ ୪ଟି ଟିମ୍ ଫାଇନାଲକୁ ଉତୀର୍ଣ୍ଣ ହୋଇଥିଲେ ବୋଲି କମ୍ୟୁନିଟି ମେଡିସିନ୍ ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ବିକାଶ ଚନ୍ଦ୍ର ନାୟକ କହିଥିଲେ ।

ଏପ୍ରିଲ୍ ୧୦ ତାରିଖରେ କୁଇଜ୍‌ର ଫାଇନାଲ୍ ରାଉଣ୍ଡ ଆୟୋଜନ କରାଯାଇଥିବା ବେଳେ ଡାକ୍ତର ନାୟକ କୁଇଜ ମାଷ୍ଟର ଭାବେ ଦାୟିତ୍ୱ ତୁଲାଇଥିଲେ । ଏହି ଫାଇନାଲ୍ ରାଉଣ୍ଡରେ ୨୫୦ ଜଣ ମେଡିକାଲ୍ ଛାତ୍ରଛାତ୍ରୀଙ୍କ ସହିତ ୩୦ ଜଣ ଫ୍ୟାକଲ୍ଟି ଭାଗ ନେଇଥିଲେ । ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଏବଂ କମ୍ୟୁନିଟି ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ସୁମିତ୍ରା ପଟ୍ଟନାୟକ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ ।

Leave A Reply

Your email address will not be published.