ପ୍ରମୁଖ ଖବର

ଶିକ୍ଷକଙ୍କ ପାଇଁ ନୂଆ ସର୍ଭିସ୍‌ ରୁଲ୍‌, ୪.୨୦ ଲକ୍ଷ ଯୁବକଯୁବତୀଙ୍କୁ ମିଳିବ ଦକ୍ଷତା ତାଲିମ
ମଣିପୁରରେ ପୁଣି ରକ୍ତପାତ: କଟାମୁଣ୍ଡ ଫେରାଇବାକୁ ୪୮ ଘଣ୍ଟାର ମହଲତ
ଓଡ଼ିଶାରେ ଶିଳ୍ପାୟନକୁ ବଡ଼ ଗତି: ୩୯ ହଜାର କୋଟିରୁ ଅଧିକ ନିବେଶ
ରାଜଧାନୀରେ ପୋଖରୀରେ ବୁଡ଼ି ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ
ଦୀପାବଳି ପର୍ଯ୍ୟନ୍ତ ଘୁଞ୍ଚିଲା ୟୁପିଆଇ ଚାର୍ଜ ଲାଗୁ ନିଷ୍ପତ୍ତି
ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚର ତାଲିକା ଲଗାଇବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ
ବାଣଫୁଟା ନୁହେଁ, ପ୍ରଦୂଷଣମୁକ୍ତ ପର୍ବ ପାଳନ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ

ସୁଟିଂ ବେଳେ ଆହତ ହେଲେ ସଞ୍ଜୟ ଦତ୍ତ

0

ମୁମ୍ବାଇ; ପିଲ୍ମି ସୁଟିଂ ସମୟରେ ଆହତ ହୋଇଛନ୍ତି ବଲିଉଡର ଲୋକପ୍ରିୟ ଅଭିନେତା ସଞ୍ଜୟ ଦତ୍ତ। ଅଭିନେତାଙ୍କ ଟିମ୍ ପକ୍ଷରୁ କୁହାଯାଇଛି ଯେ, ପ୍ୟାନ ଇଣ୍ଡିଆ ଚଳଚ୍ଚିତ୍ର ‘କେଡି ଦ ଡେଭିଲ୍ସ’ ପାଇଁ ବୋମା ବିସ୍ଫୋରଣ ଦୃଶ୍ୟ ସୁଟିଂ ସମୟରେ ତାଙ୍କ ସହ ଏହି ଘଟଣା ଘଟିଛି। କୁହାଯାଉଛି ଯେ, ବେଙ୍ଗାଲୁରୁରେ ସୁଟିଂ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

ମିଳିଥିବା ସୂଚନା ମୁତାବକ, ଦୁର୍ଘଟଣା ପରେ ସଞ୍ଜୟଙ୍କ ମୁହଁ ଓ ହାତରେ ଆଘାତ ଲାଗିଛି। ବୋମା ବିସ୍ଫୋରଣ ଦୃଶ୍ୟ ସୁଟିଂ ସମୟରେ ସୁଟିଂ ସେଟରେ ଥିବା ଏକ ଗ୍ଲାସ ଭାଙ୍ଗିଯିବାରୁ କାଚ ଖଣ୍ଡ ସଞ୍ଜୟଙ୍କ ମୁହଁ ଓ ହାତରେ ପଶିଯାଇଥିଲା। ଏହା ପରେ ସୁଟିଂକୁ ବନ୍ଦ ରଖାଯାଇ ସଞ୍ଜୟଙ୍କ ଚିକିତ୍ସା କରାଯାଇଥିଲା। ତେବେ ସୁଟିଂ ସେଟରେ ସୁରକ୍ଷା ଦିଗପ୍ରତି ଧ୍ୟାନ ଦିଆଯାଉଥିବା ବେଳେ ଏହି ଦୁର୍ଘଟଣା କେମିତି ଘଟିଲା ତାହା ଜଣାପଡ଼ିନାହିଁ।

Leave A Reply

Your email address will not be published.