କୋରାପୁଟ: କୋରାପୁଟ କୋଲାବ ଜଳଭଣ୍ଡାର ତେନ୍ତୁଳିପଡ଼ା ଘାଟରେ ଡଙ୍ଗାବୁଡି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ନିଖୋଜ ଅଛନ୍ତି । ଡଙ୍ଗାରେ ମୋଟ ୮ଜଣ ଥିବାବେଳେ ସମସ୍ତେ ଉମ୍ବେଲ ଗାଁରୁ ଯାତ୍ରା ଦେଖି ସେମିଳିଗୁଡ଼ା ବ୍ଲକ ମୁଖିବିଡ଼ଇ ଗାଁକୁ ଫେରୁଥିଲେ । ଦେଶୀ ଡଙ୍ଗାରେ ଯିବାବେଳେ ହଠାତ ଡଙ୍ଗାଟି ବୁଡ଼ିଯାଇଥିଲା । ୪ ଜଣ ପହଁରି ପହଁରି କୂଳକୁ ଆସିଥିବାବେଳେ ଆଉ ୪ ଜଣ ନିଖୋଜ ହୋଇଯାଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ନିଖୋଜଙ୍କୁ ଖୋଜୁଛି ପୁଲିସ।
ପ୍ରମୁଖ ଖବର
ଭାରତୀୟ ପାଇଲଟ୍ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍ ଟ୍ରେନ୍ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍ଆର୍ସିଙ୍କ ପରାମର୍ଶ