ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ରାଜ୍ୟର ସମସ୍ତ ସ୍କୁଲ ଆସନ୍ତା ୧୭ତାରିଖରୁ ଖୋଲିବ

0

ଭୁବନେଶ୍ବର: ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଗତ ୧୨ତାରିଖରୁ ବନ୍ଦ ରହିଥିବା ସମସ୍ତ ସ୍କୁଲ ଆସନ୍ତା ୧୭ତାରିଖରୁ ଖୋଲିବ । ତେବେ ସ୍କୁଲରେ ପାଠପଢ଼ା ସକାଳ ସାଢ଼େ ୬ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ଆଜି ସ୍କୁଲ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଆସନ୍ତା ଏପ୍ରିଲ ୧୭ତାରିଖ ସୋମବାରଠାରୁ ରାଜ୍ୟର ସମସ୍ତ ସ୍କୁଲରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ସକାଳ ସାଢ଼େ ୬ଟାରୁ ଆରମ୍ଭ ହୋଇ ଦିନ ୧୧ଟା ପର୍ଯ୍ୟନ୍ତ ଚାଲିବ । ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲଗୁଡ଼ିକ ପାଇଁ ଏହି ସମୟ ନିର୍ଘଣ୍ଟ କରାଯାଇଛି ।  ତେବେ ଜିଲ୍ଲାପାଳମାନେ ଚାହିଁଲେ ଗ୍ରୀଷ୍ମପ୍ରବାହର ସ୍ଥିତିକୁ ଦେଖି ସେମାନଙ୍କ ଜିଲ୍ଲାର ସ୍କୁଲଗୁଡ଼ିକର ସମୟ ନିର୍ଘଣ୍ଟରେ ଆବଶ୍ୟକ ପରିବର୍ତ୍ତନ କରିପାରିବେ । ସ୍କୁଲଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରିବା ପାଇଁ ମଧ୍ୟ ସ୍କୁଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୧ତାରିଖରେ ଜାପାନ ଗସ୍ତରୁ ରାଜ୍ୟରେ ଗ୍ରୀଷ୍ମପ୍ରବାହ ସ୍ଥିତିର ସମୀକ୍ଷା କରିବା ସହ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକୁ ୧୨ରୁ ୧୬ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଥିଲେ ।

Leave A Reply

Your email address will not be published.