ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଉପର ମୁହାଁ ହେଲାଣି କରୋନା ସଂକ୍ରମଣ

0

ନୂଆଦିଲ୍ଲୀ; ଆଜି ଦେଶରେ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୧୦,୭୫୩ ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୩,୦୦୦ ଟପି ଯାଇଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶନିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୦,୭୫୩ କରୋନା ଭାଇରସ୍‌ ଜନିତ ନୂତନ ସଂକ୍ରମଣ ରେକର୍ଡ କରାଯାଇଛି।

ତେବେ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଉପର ମୁହାଁ ହୋଇଛି। ଦିନକରେ ରାଜଧାନୀରୁ ୧୩ ଶହରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଦୈନିକ ପଜିଟିଭିଟି ରେଟ ବା ଟିପିଆର ୩୦% ପାର କରିଯିବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗ ଜାରି କରିଥିବା ବୁଲେଟିନରେ କହିଛି ଯେ ୨୪ ଘଣ୍ଟା ମଧ୍ୟରେ ୧୩୬୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଟିପିଆର ୩୧.୯% ରହିଛି। କରୋନା ମୃତ୍ୟୁ ତାଲିକାରେ ଆଉ ୫ ଜଣଙ୍କ ନାଁ ଯୋଡ଼ି ହୋଇଯାଇଛି। ଏହାକୁ ମିଶାଇ ଦିଲ୍ଲୀରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୨୬,୫୬୦କୁ ବୃଦ୍ଧି ପାଇଛି।

ବିଭାଗ ସ୍ପଷ୍ଟ କରିଛି ଯେ ୨୪ ଘଣ୍ଟାରେ ଜଣେ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ପୂର୍ବରୁ ପ୍ରାଣ ହରାଇଥିବା ୪ ଜଣଙ୍କୁ ଯାଞ୍ଚ ପରେ କରୋନା ମୃତ୍ୟୁ ତାଲିକାରେ ସାମିଲ କରାଯାଇଛି। ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ଦିଲ୍ଲୀରେ ଆକ୍ଟିଭ କେସ୍‌ ସଂଖ୍ୟା ୪,୬୩୧କୁ ବୃଦ୍ଧି ପାଇଛି। ସେହିପରି ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦,୨୧,୫୯୩ରେ ପହଞ୍ଚିଛି।

ଦେଶରେ କରୋନା ସଂକ୍ରମଣ ୧୧ହଜାର ଟପିଥିବା ବେଳେ ଓଡ଼ିଶାରେ ବି ସଂକ୍ରମଣ ବୃଦ୍ଧି ପାଇଛି। ମିଳିଥିବା ସୂଚନା ଅନୁସାରେ, ଗତକାଲି ୨୫୮ ଓ ଆଜି ୨୦୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାଫଳରେ ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୨୯୩କୁ ବୃଦ୍ଧି ପାଇଛି। ଆଉ ୧୭୩ଜଣ କୋଭିଡ ରୋଗୀ ସୁସ୍ଥ ହୋଇଛନ୍ତି। ଏହାସହ ଝାରସୁଗୁଡ଼ାର ୬୫ବର୍ଷର ମହିଳାଙ୍କ କରୋନାରେ ମୃତ୍ୟୁ ହୋଇଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ନିର୍ଦେଶକ ଡା.ଅଶୋକ ପାଇକରାୟ କହିଛନ୍ତି, ଚଳିତ ଲହରରେ ପୂର୍ବରୁ ଜଣେ ପ୍ରାଣ ହରାଇଥିଲେ। ଝାରସୁଗୁଡ଼ାର ଆଉ ଜଣେ ପ୍ରାଣ ହରାଇଥିବା ପରେ ଏଥର କରୋନା ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଛି। ଝାରସୁଗୁଡ଼ାର ସଂପୃକ୍ତ ମହିଳାଙ୍କ ଏକାଧିକ ଜଟିଳ ରୋଗ ରହିଥିବା ଡା.ପାଇକରାୟ କହିଛନ୍ତି।

Leave A Reply

Your email address will not be published.