ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ସୋଆରେ ଗଣତାନ୍ତ୍ରିକ ପରମ୍ପରା ସମ୍ପର୍କିତ କର୍ମଶାଳା ରେ ଯୋଗଦେଲେ ୮ ଦେଶର ପ୍ରତିନିଧି

0

ଭୁବନେଶ୍ୱର, ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ସମ୍ପର୍କରେ ଅଧିକ ଉପଲବ୍ଧି ନିମନ୍ତେ ଭାରତ ଗସ୍ତରେ ଆସିଥିବା ୮ଟି ବିଭିନ୍ନ ଦେଶର ପ୍ରତିନିଧିମାନେ ଶୁକ୍ରବାର ଭୁବନେଶ୍ୱର ପହଂଚିଛନ୍ତି। ଏହି ପ୍ରତିନିଧି ମାନେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଏ ସମ୍ପର୍କରେ ଆଲୋଚନା ନିମନ୍ତେ ଏକ କର୍ମଶାଳାରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିବାବେଳେ ସୋମବାର ରାଜ୍ୟ ସଂଗ୍ରହାଳୟ ଓ କଟକସ୍ଥିତ ମାରିଟାଇମ ମ୍ୟୁଜିଅମ ପରିଦର୍ଶନ କରିବେ । ସେହିପରି ସନ୍ଧ୍ୟାରେ ହୋଟେଲ ମେଫେୟାର ଠାରେ ସୋଆ ପକ୍ଷରୁ ଆୟୋଜିତ ସାଂସ୍କୃତିକ ସନ୍ଧ୍ୟାରେ ସାମିଲ ହୋଇଛନ୍ତି ଏହି ପ୍ରତିନିଧି ଦଳ। ଏହି ଅବସରରେ ସୋଆ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ପ୍ରୋ ଚାନସେଲର ପ୍ରଫେସର ଅମିତ ବାନାର୍ଜୀ, ନିର୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ଛାତ୍ର ମଙ୍ଗଳ ଡିନ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଅଡିସନାଲ ଡିନ (ସ୍ଟୁଡେଣ୍ଟସ ଅଫେୟାର୍ସ ), ଆଇଟିଇଆର ପ୍ରଫେସର ରେଣୁ ଶର୍ମା, ଅଡିସନାଲ ଡିନ ରିସର୍ଚ୍ଚ ପ୍ରଫେସର ପ୍ରିୟବ୍ରତ ପଟନାୟକ,ୟୁନିଭର୍ସିଟି ଆଉଟରିଚ ପ୍ରୋଗ୍ରାମ ର ନିର୍ଦେଶକ ପ୍ରଫେସର ନଚିକେତା ଶର୍ମା, କର୍ପୋରେଟ କମ୍ୟୁନିକେସନ ନିର୍ଦେଶକ ଶ୍ରୀ ଦେବ ପ୍ରସାଦ ଦାଶ ଓ ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଓଏସଡି ଶ୍ରୀ ପ୍ରିତମ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଗଣତାନ୍ତ୍ରିକ ପରମ୍ପରା ସମ୍ପର୍କିତ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ସମ୍ପର୍କରେ ଅଧିକ ଉପଲବ୍ଧି ନିମନ୍ତେ ଭାରତ ଗସ୍ତରେ ଆସିଥିବା ୮ଟି ବିଭିନ୍ନ ଦେଶର ପ୍ରତିନିଧିମାନେ ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଏ ସମ୍ପର୍କରେ ଆଲୋଚନା ନିମନ୍ତେ ଏକ କର୍ମଶାଳାରେ ଯୋଗ ଦେଇଛନ୍ତି। ‘ଆଜାଦୀ କା ଅମୃତ ମହୋତ୍ସବ’ର ଅଂଶବିଶେଷ ଭାବେ “ଦ ଜେନ୍‌-ନେକ୍ସଟ ଡେମୋକ୍ରେସି ନେଟ୍‌ୱାର୍କ ପ୍ରୋଗ୍ରାମ୍‌” ନାମରେ ନାମିତ ଏହି କାର୍ଯ୍ୟକ୍ରମଟିକୁ ଇଣ୍ଡିଆନ୍ କାଉନ୍‌ସିଲ ଫର୍ କଲ୍‌ଚରାଲ୍ ରିସର୍ଚ୍ଚ (ଆଇସିସିଆର୍‌) ପକ୍ଷରୁ ଆୟୋଜନ କରାଯାଇଥିବା ବେଳେ ପ୍ରତିନିଧିମାନେ ଏହି ଗସ୍ତ ସମୟରେ ଭାରତର ଗଣତାନ୍ତ୍ରିକ ପରମ୍ପରା, ସାଂସ୍କୃତିକ ଐତିହ୍ୟ ଓ ବିକାଶଧାରା ସମ୍ପର୍କରେ ଅଧିକ ଜ୍ଞାନ ଆହରଣ କରିବେ । ପର୍ତୁଗାଲ୍‌, ଦକ୍ଷିଣ ଆଫ୍ରିକା, ମଙ୍ଗୋଲିଆ, କ୍ରୋସିଆ, ଗାୟେନା, ବ୍ରାଜିଲ୍‌, ବେଲ୍‌ଜିୟମ୍ ଏବଂ ବୁଲଗେରିଆର ରାଜନେତା, ଆଇନ ପ୍ରଣେତ।, ବ୍ୟବସାୟୀ, ସାମ୍ବାଦିକ, ଶିକ୍ଷାବିତ୍‌ ଓ ଯୁବନେତା ସମ୍ମିଳିତ ପ୍ରତିନିଧି ଦଳ ଓଡ଼ିଶା ଗସ୍ତରେ ପହଂଚିଛନ୍ତି ।

ରାଜ୍ୟର ବଳିଷ୍ଠ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶନ କରିବା ନିମନ୍ତେ ସୋଆ ପକ୍ଷରୁ ଏପ୍ରିଲ୍ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ସାଂସ୍କୃତିକ ସନ୍ଧ୍ୟାର ଆୟୋଜନ କରାଯାଇଛି । ଭୁବନେଶ୍ୱର ଓ ଏହାର ଆଖପାଖ ଅଂଚଳ ସମେତ ପୁରୀ ଓ କୋଣାର୍କ ପରିଦର୍ଶନ କରିବା ସହିତ ସେମାନେ ରାଜ୍ୟର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ, ଗବେଷଣା ପ୍ରତିଷ୍ଠାନ ଓ ଶିକ୍ଷାନୁଷ୍ଠାନର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଭେଟି ଆଲୋଚନା କରିବେ ।

ସେହିପରି ସେମାନେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଆଇସିସିଆର୍‌ର ତଥ୍ୟ ଅନୁଯାୟୀ ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତୀ ପାଳନ କରୁଥିବା ବେଳେ ଏହି ଗଣତାନ୍ତ୍ରିକ ଯାତ୍ରାର ସଫଳତା ଓ ଭାରତୀୟ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଅନ୍ୟ ଦେଶରେ ପହଞ୍ଚାଇବା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ।

Leave A Reply

Your email address will not be published.