ପ୍ରମୁଖ ଖବର

ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍‌ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’

ଆଜି ସବୁଠୁ ଉତ୍ତପ୍ତ ସହର ଝାରସୁଗୁଡା

0

ଭୁବନେଶ୍ବର: ଓଡ଼ିଶାର ସବୁଠି ଲୋକେ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଛଟପଟ ହେଉଛନ୍ତି। ସକାଳ ୮ଟା ପରେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ସପ୍ତାହେ ହେଲାଣି ଏଭଳି ଅବସ୍ଥା ଜାରି ରହିଛି। ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ା ସର୍ବାଧିକ ଉତ୍ତପ୍ତ ସହର ପାଲଟିଛି। ଝାରସୁଗୁଡ଼ାର ସର୍ବାଧିକ ତାପମାତ୍ରା ୪୦.୪ ଡିଗ୍ରୀ ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି।

ପାଣିପାଗକେନ୍ଦ୍ରର ସୂଚନା ଅନୁସାରେ, ଦିନ ସାଢ଼େ ୧୧ଟା ସୁଦ୍ଧା କେନ୍ଦୁଝରରେ ତାପମାତ୍ରା ୩୯.୪ ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରରେ ୩୮.୬, ବାଲେଶ୍ୱର ଓ ହୀରାକୁଦରେ ୩୮.୪, ଚାନ୍ଦବାଲିରେ ୩୭.୬,ଗୋପାଳପୁରରେ ୩୬, ପୁରୀରେ ୩୪ ଓ ପାରାଦୀପରେ ୩୨.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ସୂଚନାଯୋଗ୍ୟ,ଗତକାଲି ରାଜ୍ୟରେ ୨୨ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଝାରସୁଗୁଡ଼ା ସବୁଠାରୁ ଉତ୍ତପ୍ତ ସହର ଥିଲା। ଝାରସୁଗୁଡ଼ାର ସର୍ବାଧିକ ତାପମାତ୍ରା ୪୩ ଡିଗ୍ରୀ ରେକର୍ଡ କରାଯାଇଥିଲା

Leave A Reply

Your email address will not be published.