ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ମହର୍ଷି କଲେଜରେ ଛାତ୍ରଙ୍କୁ ମାରଣାନ୍ତକ ଆକ୍ରମଣ

0

ଭୁବନେଶ୍ୱର: ମହର୍ଷି କଲେଜରେ ଅଣଛାତ୍ରଙ୍କ ଦାଦାଗିରି ଲାଗି ତୁମୁଳକାଣ୍ଡ ଘଟିଛି । ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଆକ୍ରମଣ କରିଥିବା ୧୦ ରୁ ଉର୍ଦ୍ଧ୍ବ ଯୁବକ ଝାରପଡା ଅଞ୍ଚଳର ହୋଇଥିବା ସୂଚନାମିଳୁଛି। ଗୁରୁତର ଅବସ୍ଥାରେ ଜଣେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ସୂଚନାନୁସାରେ, ଝାରପଡାର ଦୁଇ ଜଣ ଯୁବକ ଦୁଇ ଦିନ ତଳେ କଲେଜ କ୍ୟାମ୍ପସକୁ ଆସି ଛାତ୍ରୀଙ୍କୁ କମେଣ୍ଟ ମାରିଥିଲେ। ସେଠାରେ ଉପସ୍ଥିତ ଥିବା ପିଲାମାନେ ଏହାର ବିରୋଧ କରିଥିଲେ। ପ୍ରିନ୍ସିପାଲଙ୍କ ନିକଟରେ ଅଣ୍ଡରଟେକିଂ ଲେଖିବା ପରେ ସେମାନଙ୍କୁ ଛଡ଼ାଯାଇଥିଲା । ସେହି ରାଗ ସୁଝାଇବା ପାଇଁ ଆଜି ୧୦ରୁ ଉର୍ଦ୍ଧ୍ବ ଯୁବକ କଲେଜ କ୍ୟାମ୍ପସରେ ପହଞ୍ଚିଥିଲେ। କିଛି କହିବା ପୂର୍ବରୁ ବ୍ୟାଟ, ଲୁହାରଡ଼, ହକି ଷ୍ଟିକରେ ମାଡ଼ ମାରି ୫ ଜଣଙ୍କୁ ଲହୁଲୁହାଣ କରିଦେଇଥିଲେ।

ତେବେ ପୁଲିସ ଘଟଣାସ୍ଥଳରେ ପହଁଚି ସିସିଟିଭି ଯାଞ୍ଚ କରିବା ସହ ଉତ୍ତ୍ୟକ୍ତ ଛାତ୍ରଙ୍କୁ ବୁଝାସୁଝା କରିଛି। ଘଟଣାରେ ସଂପୃକ୍ତ ଥିବା ସମସ୍ତ ଅଣଛାତ୍ରଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛି ପୁଲିସ।

Leave A Reply

Your email address will not be published.