ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

କାର୍ଯ୍ୟକ୍ଷମ ହେଲା କମିଶନରେଟ ପୁଲିସର ସିକ୍ୟୁରିଟି ଡିଭିଜନ

0

ଭୁବନେଶ୍ବର; ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ କମିଶନରେଟ ପୁଲିସର ସିକ୍ୟୁରିଟି ଡିଭିଜନ କାର୍ଯ୍ୟକ୍ଷମ ହୋଇଛି । ପୂର୍ବରୁ ଭିଭିଆଇପି, ଭିଆଇପିଙ୍କ ବଢ଼ୁଥିଲା ସୁରକ୍ଷା ଚିନ୍ତା । କମିଶନରେଟ ପୋଲିସ ଅଧୀନରେ ପୂର୍ବରୁ ଏକ ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ ମଧ୍ୟ ରହିଛି । ଭୁବନେଶ୍ବର କଟକ ଦ୍ୱୈତ ନଗରୀରେ ସିକ୍ୟୁରିଟି ଆରଞ୍ଜମେଣ୍ଟକୁ ସୁଗମ କରିବା ପାଇଁ ଯେଉଁ ପ୍ରସ୍ତାବ ଥିଲା, ତାହାକୁ ସରକାର ଗ୍ରହଣ କରିବା ପରେ ଆଜି ଏହାର ଶୁଭାରମ୍ଭ କରିଛନ୍ତି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।

ଏନେଇ ପୁଲିସ କମିଶନର କହିଛନ୍ତି, ଏମରଜେନ୍ସି ରେସ୍ପନ୍ସ ବା ଜରୁରୀ କାର୍ଯ୍ୟାନୁଷ୍ଠାନ ଏହିଠାରୁ ମନିଟର ହେବ।  ପୁରା ରାଜ୍ୟ ପାଇଁ ଯେଭଳି ଗୁଇନ୍ଦା ନିର୍ଦ୍ଦେଶକଙ୍କ ଅଧୀନରେ ଯେଭଳି ଏକ ସିକ୍ୟୁରିଟି ଉଇଙ୍ଗ ରହିଛି, ଠିକ ସେହିଭଳି ଏହି ସିକ୍ୟୁରିଟି ଡିଭିଜନ କମିଶନରଙ୍କ ଅଧୀନରେ କାମ କରିବ। ଭୁବନେଶ୍ୱର ବର୍ତ୍ତମାନ ସାରା ଭାରତରେ କ୍ରୀଡା ରାଜଧାନୀ ହୋଇଛି। ପ୍ରତେକ ଦିନ ଦେଶ ଓ ଦେଶ ବାହାରୁ ଭୁବନେଶ୍ୱରକୁ ଭିଆଇପି, ଭିଭିଆଇପି ମାନେ ଆସୁଛନ୍ତି , ଏଣୁ ସେମାନଙ୍କ ସୁରକ୍ଷା, ଯାତାୟାତ ଏହିଠାରୁ ନିୟନ୍ତ୍ରଣ ହେବ। ଏହାର ଦାୟିତ୍ୱରେ ଜଣେ କମାଣ୍ଡାଣ୍ଟ ରହିବେ।  ଇଣ୍ଟେଲିଜେନ୍ସ ଉଇଙ୍ଗ୍ ସହିତ ଏହାର ଲିଙ୍କ ରହିବ।

ଜି ୨୦ ସମ୍ମିଳନୀ ପାଇଁ କେନ୍ଦ୍ର ସରକାରଙ୍କ ନିକଟରୁ ଯେଉଁ ଗାଇଡଲାଇନ ଆସିଛି, ସେଇ ମୁତାବକ ବ୍ୟବସ୍ଥା ଲାଗି କମିଶନରେଟ ପୁଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ପୋଲିସ କମିଶନର ପଞ୍ଜାବର ଅମୃତସର ଯିବା ସହ ଜି-୨୦ ସମ୍ମିଳନୀ କିଭଳି ଆୟୋଜନ କରାଯାଏ, ତାହା ଅନୁଧ୍ୟାନ କରି ଆସିଛନ୍ତି। ଏ ସଂକ୍ରାନ୍ତରେ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ମଧ୍ୟ ସରିଛି। ଏପ୍ରିଲ ଓ ମେ’ରେ ହେବାକୁ ଥିବା ଏହି ସମ୍ମିଳନୀ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ହୋଇଛି।

Leave A Reply

Your email address will not be published.