ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

କାର୍ଯ୍ୟକ୍ଷମ ହେଲା କମିଶନରେଟ ପୁଲିସର ସିକ୍ୟୁରିଟି ଡିଭିଜନ

0

ଭୁବନେଶ୍ବର; ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ କମିଶନରେଟ ପୁଲିସର ସିକ୍ୟୁରିଟି ଡିଭିଜନ କାର୍ଯ୍ୟକ୍ଷମ ହୋଇଛି । ପୂର୍ବରୁ ଭିଭିଆଇପି, ଭିଆଇପିଙ୍କ ବଢ଼ୁଥିଲା ସୁରକ୍ଷା ଚିନ୍ତା । କମିଶନରେଟ ପୋଲିସ ଅଧୀନରେ ପୂର୍ବରୁ ଏକ ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ ମଧ୍ୟ ରହିଛି । ଭୁବନେଶ୍ବର କଟକ ଦ୍ୱୈତ ନଗରୀରେ ସିକ୍ୟୁରିଟି ଆରଞ୍ଜମେଣ୍ଟକୁ ସୁଗମ କରିବା ପାଇଁ ଯେଉଁ ପ୍ରସ୍ତାବ ଥିଲା, ତାହାକୁ ସରକାର ଗ୍ରହଣ କରିବା ପରେ ଆଜି ଏହାର ଶୁଭାରମ୍ଭ କରିଛନ୍ତି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।

ଏନେଇ ପୁଲିସ କମିଶନର କହିଛନ୍ତି, ଏମରଜେନ୍ସି ରେସ୍ପନ୍ସ ବା ଜରୁରୀ କାର୍ଯ୍ୟାନୁଷ୍ଠାନ ଏହିଠାରୁ ମନିଟର ହେବ।  ପୁରା ରାଜ୍ୟ ପାଇଁ ଯେଭଳି ଗୁଇନ୍ଦା ନିର୍ଦ୍ଦେଶକଙ୍କ ଅଧୀନରେ ଯେଭଳି ଏକ ସିକ୍ୟୁରିଟି ଉଇଙ୍ଗ ରହିଛି, ଠିକ ସେହିଭଳି ଏହି ସିକ୍ୟୁରିଟି ଡିଭିଜନ କମିଶନରଙ୍କ ଅଧୀନରେ କାମ କରିବ। ଭୁବନେଶ୍ୱର ବର୍ତ୍ତମାନ ସାରା ଭାରତରେ କ୍ରୀଡା ରାଜଧାନୀ ହୋଇଛି। ପ୍ରତେକ ଦିନ ଦେଶ ଓ ଦେଶ ବାହାରୁ ଭୁବନେଶ୍ୱରକୁ ଭିଆଇପି, ଭିଭିଆଇପି ମାନେ ଆସୁଛନ୍ତି , ଏଣୁ ସେମାନଙ୍କ ସୁରକ୍ଷା, ଯାତାୟାତ ଏହିଠାରୁ ନିୟନ୍ତ୍ରଣ ହେବ। ଏହାର ଦାୟିତ୍ୱରେ ଜଣେ କମାଣ୍ଡାଣ୍ଟ ରହିବେ।  ଇଣ୍ଟେଲିଜେନ୍ସ ଉଇଙ୍ଗ୍ ସହିତ ଏହାର ଲିଙ୍କ ରହିବ।

ଜି ୨୦ ସମ୍ମିଳନୀ ପାଇଁ କେନ୍ଦ୍ର ସରକାରଙ୍କ ନିକଟରୁ ଯେଉଁ ଗାଇଡଲାଇନ ଆସିଛି, ସେଇ ମୁତାବକ ବ୍ୟବସ୍ଥା ଲାଗି କମିଶନରେଟ ପୁଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ପୋଲିସ କମିଶନର ପଞ୍ଜାବର ଅମୃତସର ଯିବା ସହ ଜି-୨୦ ସମ୍ମିଳନୀ କିଭଳି ଆୟୋଜନ କରାଯାଏ, ତାହା ଅନୁଧ୍ୟାନ କରି ଆସିଛନ୍ତି। ଏ ସଂକ୍ରାନ୍ତରେ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ମଧ୍ୟ ସରିଛି। ଏପ୍ରିଲ ଓ ମେ’ରେ ହେବାକୁ ଥିବା ଏହି ସମ୍ମିଳନୀ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ହୋଇଛି।

Leave A Reply

Your email address will not be published.