ପ୍ରମୁଖ ଖବର

ଭୁବନେଶ୍ୱର ସ୍ଥିତ ଲାଇଫ୍ ହୋଟେଲରେ ‘ଗୋ-ହୋମଷ୍ଟେ’ ପୋର୍ଟାଲର ଶୁଭାରମ୍ଭ
ଇଂଲଣ୍ଡକୁ ପରାସ୍ତ କରି ଫାଇନାଲ୍ ରେ ଭାରତ
ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି
ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଲେ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ
ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ସୁରେଶ ପୂଜାରୀ

ବଢ଼ୁଛି କରୋନା: ୮ ରାଜ୍ୟକୁ ଚିଠି ଲେଖି ସତର୍କ କଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ

0

ନୂଆଦିଲ୍ଲୀ: ଭାରତରେ ପୁଣି କରୋନା ମାମଲା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଶୁକ୍ରବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ତାଜା ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ଦେଶରେ କରୋନାର ୧୧,୬୯୨ ନୂଆ ମମଲା ସାମ୍ନାକୁ ଆସିଛି । ଏବେ ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୬୬ ହଜାରରୁ ଅଧିକ ହୋଇଯାଇଛି । କରୋନା ସଙ୍କଟକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆଲର୍ଟରେ ରହିଛନ୍ତି । କୋଭିଡର ବୃଦ୍ଧି ମାମଲା ମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ୮ ରାଜ୍ୟକୁ ଚିଠି ଲେଖି ସତର୍କ କରାଇଛନ୍ତି ।

ଏହି ୮ ରାଜ୍ୟକୁ ପଠାଇଥିବା ଚିଠିରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଉଲ୍ଲେଖ କରିଛନ୍ତି ଯେ ମହାମାରୀ ସ୍ଥିତି ଶେଷ ହୋଇନାହିଁ। ଆମକୁ ସର୍ତ୍ତକ ରହିବାକୁ ପଡ଼ିବ। କରୋନାରେ ସଂକ୍ରମିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଉଥିବା ରୋଗୀଙ୍କ ସଂଖ୍ୟା ବହୁତ କମ୍ ରହିଛି। ସେହିଭଳି କରୋନା ଜନିତ ମୃତ୍ୟୁ ସଂଖ୍ୟା ବି କମ୍ ରହିଛି। କିନ୍ତୁ କିଛି ରାଜ୍ୟ ଓ ଜିଲ୍ଲା ଗୁଡ଼ିକରେ ଅଧିକ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହେଉଥିବାରୁ ସ୍ଥାନୀୟ ଅଞ୍ଚଳରେ ସଂକ୍ରମଣ ବଢୁଥିବାର ସଙ୍କେତ ମିଳୁଛି। ଏହି ସଂକ୍ରମଣକୁ ପ୍ରାରମ୍ଭିକ ସ୍ତରରେ ନିୟନ୍ତ୍ରଣକୁ ଆଣିବା ଜରୁରୀ। ଜେନମ ସିକ୍ୱେନସିଂ ପାଇଁ ଅଧିକରୁ ଅଧିକ ପିଜିଟିଭ ନମୁନା ପଠାଇବା ପାଇଁ ଏହି ଚିଠିରେ ଏହି ରାଜ୍ୟଗୁଡ଼ିକୁ କୁହାଯାଇଛି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ଦେଶରେ ୧୧,୬୯୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହିତ ଦେଶରେ ଏବେ ଚିକିତ୍ସାଧୀନ ଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୬,୧୭୦କୁ ବୃଦ୍ଧି ପାଇଛି। ତେଣୁ ବୃଦ୍ଧି ସଂକ୍ରମଣରେ ରୋକ୍ ଲଗାଇବା ପାଇଁ ବ୍ୟାପକ ବ୍ୟବସ୍ଥା କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି । ତାଜା ତଥ୍ୟ ମୁତାବକ, ଭାରତରେ ସଂକ୍ରମଣର ଦୈନିକ ହାର ୫.୪୬ ପ୍ରତିଶତକୁ ବୃଦ୍ଧି ପାଇଛି । ଦେଶରେ ଏବେ ୬୬୧୭୦ ଜଣ ରୋଗୀଙ୍କ ଚିକିତ୍ସା ଚାଲିଛି । ଭାରତରେ ରୋଗୀଙ୍କ ସୁସ୍ଥ ହେବାର ରାଷ୍ଟ୍ରୀୟ ହାର ୯୮.୬୭ ପ୍ରତିଶତ ରହିଛି । ଦେଶରେ ବର୍ତ୍ତମାନ ମୋଟ ୪,୪୮,୬୯,୬୮ ଜଣ ସଂକ୍ରମଣ ମୁକ୍ତ ହୋଇ ସାରିଛନ୍ତି ।

Leave A Reply

Your email address will not be published.