ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ପ୍ରତି ୬ ବର୍ଷରେ ଡାକ୍ତରଙ୍କୁ ମିଳିବ ୪ଥର ପ୍ରମୋସନ

0

ଭୁବନେଶ୍ୱର:ଏବେ ପ୍ରତି ୬ ବର୍ଷରେ ସରକାରୀ ଡାକ୍ତରଙ୍କୁ ମିଳିବ ପ୍ରମୋସନ । ଚାକିରିର ୬, ୧୨, ୧୮ ଓ ୨୪ବର୍ଷରେ ପଦୋନ୍ନତି ମିଳିବ । ଓଡ଼ିଶା ମେଡିକାଲ ଓ ହେଲଥ ସର୍ଭିସରେ କାର୍ଯ୍ୟରତ ଡାକ୍ତରଙ୍କୁ ସେମାନଙ୍କର କ୍ୟାରିୟର ମଧ୍ୟରେ ୪ ଥର ପ୍ରମୋସନ ମିଳିବ । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ଡିଏସିପି ଯୋଜନାରେ ୩ଥର ପ୍ରମୋସନ ମିଳୁଥିଲା । ଓପିଏସସି ଜରିଆରେ ନିଯୁକ୍ତି ପାଉଥିବା ଡାକ୍ତର ମାନେ ନିୟମିତ ନିଯୁକ୍ତି ପରଠାରୁ ଏହି ସୁବିଧା ପାଇବେ ।

ପୂର୍ବରୁ ଡାକ୍ତରମାନେ କ୍ୟାରିଅରର ୭, ୧୪ ଓ ୨୧ବର୍ଷରେ ପଦୋନ୍ନତି ପାଉଥିଲେ ।ଡିଏସିପି ନିୟମ ଲାଗୁ ହେବା ପରେ ଡାକ୍ତରମାନେ ଅଧିକ ପାରିଦର୍ଶିତା ଦେଖାଇବେ । ନୂଆ ଡିଏସିପିରେ କ୍ୟାରିଅର ସହ ଆର୍ଥିକ ସୁବିଧା ପାଇବେ ଡାକ୍ତର । ୬ବର୍ଷ ନିୟମିତ ଚାକିରି ପରେ ଲେବୁଲ ୧୨ରୁ ୧୩ ଆର୍ଥିକ ସୁବିଧା ରହିଛି । ସେହିପରି ୧୨ବର୍ଷ ନିୟମିତ ପରେ ଲେବୁଲ ୧୩ରୁ ୧୪, ୧୮ବର୍ଷ ନିୟମିତ ପରେ ଲେବୁଲ ୧୪ରୁ ୧୫ ଓ ୨୪ବର୍ଷ ନିୟମିତ ପରେ ଲେବୁଲ ୧୫ରୁ ୧୬ ଆର୍ଥିକ ସୁବିଧା ମିଳିବାର ବ୍ୟବସ୍ଥା ରହିଛି । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶାଳିନୀ ପଣ୍ଡିତ ।

Leave A Reply

Your email address will not be published.