ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ପ୍ରତି ୬ ବର୍ଷରେ ଡାକ୍ତରଙ୍କୁ ମିଳିବ ୪ଥର ପ୍ରମୋସନ

0

ଭୁବନେଶ୍ୱର:ଏବେ ପ୍ରତି ୬ ବର୍ଷରେ ସରକାରୀ ଡାକ୍ତରଙ୍କୁ ମିଳିବ ପ୍ରମୋସନ । ଚାକିରିର ୬, ୧୨, ୧୮ ଓ ୨୪ବର୍ଷରେ ପଦୋନ୍ନତି ମିଳିବ । ଓଡ଼ିଶା ମେଡିକାଲ ଓ ହେଲଥ ସର୍ଭିସରେ କାର୍ଯ୍ୟରତ ଡାକ୍ତରଙ୍କୁ ସେମାନଙ୍କର କ୍ୟାରିୟର ମଧ୍ୟରେ ୪ ଥର ପ୍ରମୋସନ ମିଳିବ । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ଡିଏସିପି ଯୋଜନାରେ ୩ଥର ପ୍ରମୋସନ ମିଳୁଥିଲା । ଓପିଏସସି ଜରିଆରେ ନିଯୁକ୍ତି ପାଉଥିବା ଡାକ୍ତର ମାନେ ନିୟମିତ ନିଯୁକ୍ତି ପରଠାରୁ ଏହି ସୁବିଧା ପାଇବେ ।

ପୂର୍ବରୁ ଡାକ୍ତରମାନେ କ୍ୟାରିଅରର ୭, ୧୪ ଓ ୨୧ବର୍ଷରେ ପଦୋନ୍ନତି ପାଉଥିଲେ ।ଡିଏସିପି ନିୟମ ଲାଗୁ ହେବା ପରେ ଡାକ୍ତରମାନେ ଅଧିକ ପାରିଦର୍ଶିତା ଦେଖାଇବେ । ନୂଆ ଡିଏସିପିରେ କ୍ୟାରିଅର ସହ ଆର୍ଥିକ ସୁବିଧା ପାଇବେ ଡାକ୍ତର । ୬ବର୍ଷ ନିୟମିତ ଚାକିରି ପରେ ଲେବୁଲ ୧୨ରୁ ୧୩ ଆର୍ଥିକ ସୁବିଧା ରହିଛି । ସେହିପରି ୧୨ବର୍ଷ ନିୟମିତ ପରେ ଲେବୁଲ ୧୩ରୁ ୧୪, ୧୮ବର୍ଷ ନିୟମିତ ପରେ ଲେବୁଲ ୧୪ରୁ ୧୫ ଓ ୨୪ବର୍ଷ ନିୟମିତ ପରେ ଲେବୁଲ ୧୫ରୁ ୧୬ ଆର୍ଥିକ ସୁବିଧା ମିଳିବାର ବ୍ୟବସ୍ଥା ରହିଛି । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶାଳିନୀ ପଣ୍ଡିତ ।

Leave A Reply

Your email address will not be published.