ପ୍ରମୁଖ ଖବର

ବିଜେପି ଛାଡ଼ି ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି ଦେବାଶିଷ ନାୟକ
ଅମିତ ଶାହାଙ୍କ ନକଲି ଭିଡିଓ ମାମଲାରେ ୩ ଦିନିଆ ପୁଲିସ ହେପାଜତରେ ଗଲେ କଂଗ୍ରେସ ନେତା ଅରୁଣ ରେଡ୍ଡୀ
ଆସନ୍ତାକାଲି ରାତି ସାଢ଼େ ୯ଟାରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସୋମବାର ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ଆୟୋଜିତ ସଭାରେ ଉଦବୋଧନ ଦେବେ
ନବୀନଙ୍କ ୪ ଜିଲ୍ଲା ଗସ୍ତ: ପ୍ରଥମ ପର୍ଯ୍ୟାୟରେ କୋରାପୁଟ, ପରେ ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ନିର୍ବାଚନ ଥିବାବେଳେ, ବିଜେଡି ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରିବେ ନବୀନ
ଟିକେଟ ଫେରାଇ ଦେଲେ ପୁରୀ ଲୋକସଭା ପ୍ରାର୍ଥୀ; ମେଲରେ ଏଆଇସିସି କୁ ଲେଖିଲେ କଡ଼ା କଥା,ନିର୍ବାଚନ ଲଢ଼ିବା ପାଇଁ ଦଳ ଫଣ୍ଡିଂ ନ ଦେବାରୁ ଟିକେଟ୍ ଫେରାଇ ଦେଇଥିବା ସେ ମେଲ ଜରିଆରେ ଏଆଇସିସିକୁ ଜଣାଇଛନ୍ତି

ସ୍କିଲ୍ ଓଡ଼ିଶା କନ୍‌କ୍ଲେଭ୍‌ରେ ସୋଆ ଛାତ୍ରଛାତ୍ରୀଙ୍କୁ ୪ ଷ୍ଟାର୍ଟଅପ୍ ଆଇଡିଆ ପ୍ରସ୍ତୁତ

0

ଭୁବନେଶ୍ୱର, ୨୧/୦୪: ଦୁର୍ଘଟଣା ଜନିତ ଅଗ୍ନିକାଣ୍ଡର ପ୍ରତିକାର ନିମନ୍ତେ ଏକ ଅଭିନବ ଷ୍ଟାର୍ଟଅପ୍ ଆଇଡିଆ ପ୍ରସ୍ତୁତ କରିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଛାତ୍ରଛାତ୍ରୀ । ଏଠାରେ ଗୁରୁବାର ଆରମ୍ଭ ହୋଇଥିବା ୩ ଦିନିଆ ସ୍କିଲ୍ ଓଡ଼ିଶା କନ୍‌କ୍ଲେଭ୍‌ରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ଛାତ୍ରଛାତ୍ରୀମାନେ ଏହି ଅଭିନବ ଷ୍ଟାର୍ଟଅପ୍ ଚିନ୍ତାକୁ ପ୍ରଦର୍ଶନ କରିଛନ୍ତି ।

ବାଣିଜ୍ୟ ଏବଂ ଶିଳ୍ପାନୁଷ୍ଠାନଗୁଡ଼ିକରେ ଅଗ୍ନିଜନିତ ଦୁର୍ଘଟଣାକୁ ରୋକିବା ସହିତ ସବୁ ପ୍ରକାର କ୍ଷତିକୁ ଏଡ଼ାଇବା ନିମନ୍ତେ ଛାତ୍ରଛାତ୍ରୀମାନେ ଏଭଳି ଏକ ଉପକରଣ ପ୍ରସ୍ତୁତ କରିଛନ୍ତି ଯାହାକି ନିଆଁ ଲାଗିବାର ଆଗୁଆ ସୂଚନା ପ୍ରଦାନ କରିପାରିବା ସହ ସ୍ୱୟଂକ୍ରିୟ ଭାବେ ବିଜୁଳି ସଂଯୋଗକୁ କାଟିପାରିବ ବୋଲି ଆଇଟିଇଆର୍‌ର ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ପ୍ରଫେସର ରେଣୁ ଶର୍ମା କହିଛନ୍ତି । ଏହି କନ୍‌କ୍ଲେଭକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ ।
ସୋଆ ଫ୍ୟାବ୍ ଲାବ୍‌ର ଛାତ୍ରଛାତ୍ରୀମାନେ ଆଡ୍‌ଭାନ୍ସଡ ଆଲଗୋରିଥିମ୍ ଓ ହାର୍ଡୱେୟାର ଇକ୍ୟୁପ୍‌ମେଂଟ ବ୍ୟବହାର କରି ଏଭଳି ଏକ ଉପକରଣ ପ୍ରସ୍ତୁତ କରିଛନ୍ତି ବୋଲି ପ୍ରଫେସର ଶର୍ମା କହିଛନ୍ତି ।

ଅଗ୍ନି ନିରାପତା କ୍ଷେତ୍ରରେ ଏହି ଟେକ୍ନୋଲୋଜି ଏକ ବଡ଼ ପରିବର୍ତନ ଆଣିବା ସହ ଅଗ୍ନି ଦୁର୍ଘଟଣା ଜନିତ ବିପଦକୁ କମାଇବାରେ ସହାୟକ ହେବ ବୋଲି ସେ କହିଛନ୍ତି । ସେହିପରି ଛାତ୍ରଛାତ୍ରୀମାନେ ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ ଓ ଇନ୍‌ଫ୍ରାରେଡ୍ ଥର୍ମାଲ ଇମେଜିଂର ବ୍ୟବହାର କରି ଫସଲରେ ସୃଷ୍ଟି ହେଉଥିବା ରୋଗକୁ ଚିହ୍ନଟ କରିବା ନିମନ୍ତେ ‘ପ୍ଲାଂଟ ଆଏ’ ନାମକ ଏକ ରୋଗ ଚିହ୍ନଟକାରୀ ମଡେଲ୍ ପ୍ରସ୍ତୁତ କରିଛନ୍ତି । ଅନ୍ୟ ଏକ ଷ୍ଟାର୍ଟ ଅପ୍ ଯାହାକି ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ ମାଧ୍ୟମରେ ଟ୍ରାଫିକ ସିଗ୍ନାଲ୍ ଏବଂ ଭର୍ଚୁଆଲ୍ ପରିବେଶ କ୍ଷେତ୍ରରେ ଟ୍ରାଫିକ୍ ନିୟନ୍ତ୍ରଣରେ ସହାୟକ ହେବ ତାହା ମଧ୍ୟ ଏହି କନ୍‌କ୍ଲେଭ୍‌ରେ ଛାତ୍ରଛାତ୍ରୀମାନେ ପ୍ରଦର୍ଶିତ କରିଥିଲେ ।

ପ୍ଲାଂଟ ଆଏ ଏକ ରୋଗ ଚିହ୍ନଟକାରୀ ଯନ୍ତ୍ର ଯାହାକି କୀଟମାନଙ୍କ ଉପସ୍ଥିତିର ସତର୍କ ସୂଚନା ଦେଇଥାଏ ଏବଂ ଏହାର ଆଗୁଆ ଚିହ୍ନଟ, ନିରାକରଣ ଏବଂ ସଠିକ୍ ପଦକ୍ଷେପ ନେବା ନିମନ୍ତେ ସହାୟକ ହୋଇଥାଏ । ଏହି କନ୍‌କ୍ଲେଭ୍‌ରେ ଆଇଟିଇଆର୍‌ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲିକ୍ ଏବଂ ଆସିଷ୍ଟାଂଟ ପ୍ରଫେସର ସତୀଶ କୁମାର ସାମଲ୍ ଉପସ୍ଥିତ ଥିଲେ ।

Leave A Reply

Your email address will not be published.