ପ୍ରମୁଖ ଖବର

ଶିକ୍ଷକଙ୍କ ପାଇଁ ନୂଆ ସର୍ଭିସ୍‌ ରୁଲ୍‌, ୪.୨୦ ଲକ୍ଷ ଯୁବକଯୁବତୀଙ୍କୁ ମିଳିବ ଦକ୍ଷତା ତାଲିମ
ମଣିପୁରରେ ପୁଣି ରକ୍ତପାତ: କଟାମୁଣ୍ଡ ଫେରାଇବାକୁ ୪୮ ଘଣ୍ଟାର ମହଲତ
ଓଡ଼ିଶାରେ ଶିଳ୍ପାୟନକୁ ବଡ଼ ଗତି: ୩୯ ହଜାର କୋଟିରୁ ଅଧିକ ନିବେଶ
ରାଜଧାନୀରେ ପୋଖରୀରେ ବୁଡ଼ି ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ
ଦୀପାବଳି ପର୍ଯ୍ୟନ୍ତ ଘୁଞ୍ଚିଲା ୟୁପିଆଇ ଚାର୍ଜ ଲାଗୁ ନିଷ୍ପତ୍ତି
ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚର ତାଲିକା ଲଗାଇବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ
ବାଣଫୁଟା ନୁହେଁ, ପ୍ରଦୂଷଣମୁକ୍ତ ପର୍ବ ପାଳନ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ

ଆସନ୍ତା ମାସରୁ ଛେନା, ପନିର, କଞ୍ଚା ଖୁଆର ଦର ବୃଦ୍ଧି ହେବ

0

କଟକ: ମେ’ ପହିଲାରୁ ଛେନା, ପନିର, କଞ୍ଚା ଖୁଆର ଦର ବୃଦ୍ଧି ହେବ । ଏନେଇ କଟକ ଜିଲ୍ଲା ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଛି । ବର୍ଦ୍ଧିତ ଦର ଅନୁଯାୟୀ ଛେନା କିଲୋ ପିଛା ୧୯୫ ଟଙ୍କା, ପନିର କିଲୋ ପିଛା ୨୫୫ ଟଙ୍କା, କଞ୍ଚା ଖୁଆ କିଲୋ ପିଛା ୩୨୦ ଟଙ୍କାରେ ବିକ୍ରି ହେବ

ସୁଚନାଯୋଗ୍ୟ, କ୍ଷୀର ଲିଟର ପିଛା ୪ ଟଙ୍କା ବୃଦ୍ଧି ପାଇଥିବା ବେଳେ ଗୋ ଖାଦ୍ୟ ଓ ଅନ୍ୟ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଦର ବୃଦ୍ଧି ପାଇଥିବାରୁ ଦୁଗ୍ଧ ଜାତ ଦ୍ରବ୍ୟର ଦର ବୃଦ୍ଧି ପାଇଛି ବୋଲି ସଂଘ ପକ୍ଷରୁ କୁହାଯାଇଛି । ଏହାକୁ ଦୃଷ୍ଟିରେ ରଖି କଟକ ଜିଲ୍ଲା ଦୁଗ୍ଧ ଜାତ ଦ୍ରବ୍ୟ ବ୍ୟବସାୟ ସଙ୍ଘ ପକ୍ଷରୁ ଛେନାର ପାଇକାରୀ ଦର କିଲୋ ପ୍ରତି ୨୦ ଟଙ୍କା ବୃଦ୍ଧି କରାଯାଇ ନୂତନ ଦର ୧୯୫ ଟଙ୍କା, ପନିର୍ କିଲୋ ପ୍ରତି ୩୦ ଟଙ୍କା ବୃଦ୍ଧି କରାଯାଇ ନୂତନ ଦର ୨୫୫ ଟଙ୍କା ଏବଂ କଞ୍ଚା ଖୁଆ କିଲେ ପ୍ରତି ୬୦ ଟଙ୍କା ବୃଦ୍ଧି କରାଯାଇ ନୂତନ ଦର ୩୨୦ ଟଙ୍କା ଧାର୍ଯ୍ୟ କରାଯାଇ ଅଛି ବୋଲି ସଂଘର ସାଧାରଣ ସମ୍ପାଦକ ପ୍ରଦୀପ୍ କୁମାର ବେହେରା ପ୍ରକାଶ କରିଛନ୍ତି।

କଟକରୁ ଢେଙ୍କାନାଳ, ଅନୁଗୁଳ ଓ ସମ୍ବଲପୁର ରେଢ଼ାଖୋଲ ଓ ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ରପ୍ତାନୀ କରାଯାଉଥିବା ସ୍ଥାନ ମାନଙ୍କରେ ଏହି ଅନୁପାତରେ ଦର ବୃଦ୍ଧି କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.