ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ନକ୍ସଲ ଆକ୍ରମଣରେ ୧୦ ଡିଆରଜି ଯବାନ ସହିଦ

0

ଛତିଶଗଡ: ଛତିଶଗଡର ଦାନ୍ତେୱାଡାରେ ନକ୍ସଲଙ୍କ ଆକ୍ରମଣରେ ୧୦ ଡିଆରଜି ଯବାନ ସହିଦ ହୋଇଛନ୍ତି । ଯବାନମାନଙ୍କୁ ନେଇ ଯାଉଥିବା ଗାଡିର ଡ୍ରାଇଭର ମଧ୍ୟ ମୃତ୍ୟୁବରଣ କରିଛନ୍ତି ।

ସୂଚନାଯୋଗ୍ୟ, ଛତିଶଗଡ଼ ବସ୍ତର ଜିଲ୍ଲା ଅନ୍ତର୍ଗତ ଅରନପୁରରେ ଯବାନମାନେ ମାଓବାଦୀ ବିରୋଧୀ ଅଭିଯାନ ସାରି ଫେରିବା ବେଳେ ହୋଇଛି ହମଲା । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ କରାଯାଇଛି । ମୃତ ଯବାନମାନେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ ବା ଡିଆରଜିର ସଦସ୍ୟ ଥିବା ସୂଚନା ମିଳିଛି । ଯବାନମାନେ ଆସିବା ବାଟରେ ପୂର୍ବରୁ ମାଓବାଦୀମାନେ ବିସ୍ଫୋରକ ଖଞ୍ଜିଥିବା ଆଶଙ୍କା କରାଯାଇଛି । ଏହି ଘଟଣାକୁ ନେଇ ଶୋକବ୍ୟକ୍ତ କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ । ଛତିଶଗଡ଼ ମୁଖ୍ୟମନ୍ତ୍ରୀ କହିଛନ୍ତି କି ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ନକ୍ସଲଙ୍କ ବିରୋଧରେ ଅଭିଯାନ ଜାରି ରହିବ ।

ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହ ଫୋନରେ ଆଲୋଚନା କରି ସ୍ଥିତି ସମୀକ୍ଷା କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ରାଜ୍ୟକୁ ଯଥା ସମ୍ଭବ ସାହାଯ୍ୟ ପାଇଁ ଗୃହମନ୍ତ୍ରୀ ଆଶ୍ୱସନା ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ନକ୍ସଲ ଲୁଚି ରହିଥିବା ସୂଚନା ମିଳିବା ପରେ ବୁଧବାର ସକାଳୁ ନକ୍ସଲଙ୍କୁ ଧରିବା ପାଇଁ ଅପରେସନରେ ଯାଇଥିଲେ ଯବାନ ଓ ଫେରିବା ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ଆଉ ସେମାନଙ୍କ ଉପରକୁ ଆମ୍ବୁସ୍ କରି ଆକ୍ରମଣ କରିଥିଲେ ମାଓବାଦୀ । ଏହି ଘଟଣା ପରେ ଓଡିଶାର ୩ଟି ଜିଲ୍ଲା ହାଇ ଆଲର୍ଟ ଜାରି କରାଯାଇଛି ।

ନକ୍ସଲ ଆକ୍ରମଣରେ ସହିଦ ହୋଇଥିବା ୧୦ ଡିଆରଜି ଯବାନ ହେଉଛନ୍ତି, ଯୋଗା ସୋଢୀ, ମୁନ୍ନା ରାମ କଡ଼ତୀ, ସନ୍ତୋଷ ତାମୋ, ଦୁଲ୍ଗୋ ମଣ୍ଡାଓି୍ୱ, ଲଖମୁ ମରକାମ, ଜୋଗା କୱାସୀ, ହରିରାମ ମଣ୍ଡାଓି୍ୱ, ରାଜୁ ରାମ କରଟମ୍, ଜୟରାମ ପୋଡ଼ିୟାମ୍ ଏବଂ ଜଗଦୀଶ କୱାସୀ । ଏମାନଙ୍କ ସହ ଜଣେ ଡ୍ରାଇଭର ଧନୀରାମ ଯାଦବ । ଘଟଣାସ୍ଥଳରେ ନକ୍ସଲଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି ।

Leave A Reply

Your email address will not be published.