ପ୍ରମୁଖ ଖବର

ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍‌ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ବଡ ତ୍ରୁଟି

0

କୋଚି; କେରଳର କୋଚିରେ ରୋଡ୍ ଶୋ’ବେଳେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ବଡ ତ୍ରୁଟି ଦେଖିବାକୁ ମିଳିଛି । ରାସ୍ତାରେ ଚାଲି-ଚାଲି କୋଚି ଜନତାଙ୍କୁ ସମ୍ବୋଧନ କରିବାବେଳେ ପ୍ରଧାନମନ୍ତ୍ରୀଙ୍କ ଉପରକୁ ହୋଇଥିଲା ମୋବାଇଲ ମାଡ । ରୋଡ୍ ଶୋ’ ବେଳେ ରାସ୍ତାର ଉଭୟ ପାଶ୍ୱର୍ରେ ଛିଡା ହୋଇଥିବା ଲୋକେ ପ୍ରଧାନମନ୍ତ୍ରୀଙ୍କ ଉପରକୁ ଫୁଲ ବର୍ଷା କରୁଥିଲେ । ଏହି ସମୟରେ ମୋଦୀଙ୍କ ଉପରକୁ କେହି ଜଣେ ମୋବାଇଲ୍ ଫିଙ୍ଗିବାର ଚିତ୍ର ସାମ୍ନାକୁ ଆସିଥିଲା । ତେବେ ମୋଦୀଙ୍କ ସହ ଚାଲୁଥିବା ତାଙ୍କ ଅଙ୍ଗରକ୍ଷୀ ମୋବାଇଲ ଟିକୁ ଅଟକାଇ ଦେଇଥିଲେ । ଫଳରେ ଏହା ମୋଦୀଙ୍କ ଦେହରେ ବାଜି ନଥିଲା ।

ଗତ ସୋମବାର କୋଚିରେ ରୋଡ୍ ଶୋ’ ସମୟରେ ଦେଖିବାକୁ ମିଳିଥିଲା ଏହି ଘଟଣା । ଏହି ସମୟର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ମୋଦୀଙ୍କ ସୁରକ୍ଷାରେ ଏହା ଏକ ବଡ ତ୍ରୁଟି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ତେବେ କେରଳ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମିଳିଥିଲା ହତ୍ୟା ଧମକ । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ବୋମାରେ ଉଡାଇଦେବା ଭଳି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବି ବୋମା ମାଡ କରି ହତ୍ୟା କରାଯିବାକୁ ମିଳିଥିଲା ଧମକ । ଏହା ସତ୍ୱେ କେରଳର କୋଚିରେ ପହଁଚି ବିଶାଳ ରୋଡ୍ ଶୋ’ କରିଥିଲେ ପ୍ରଧାନମନ୍ତ୍ରୀ । ପ୍ରାୟ ୨ କିଲୋମିଟର ପର୍ଯ୍ୟନ୍ତ ରାସ୍ତାରେ ଚାଲି ଚାଲି ଲୋକଙ୍କ ଠାରୁ ଅଭିବାଦନ ନେଇଥିଲେ । ହେଲେ ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ଉପରକୁ କେହି ଜଣେ ମୋବାଇଲ୍ ଫିଙ୍ଗିଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.