ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଓଡିଆ ପୁଅ ସିଦ୍ଧାର୍ଥ ମହାନ୍ତି ହେଲେ ଏଲଆଇସିର ଅଧ୍ୟକ୍ଷ

0

ଭୁବନେଶ୍ବର : ଜଣେ ଓଡ଼ିଆ ଭାବେ ସିଦ୍ଧାର୍ଥ ମହାନ୍ତି ଏକ ପ୍ରତିଷ୍ଠିତ ଅନୁଷ୍ଠାନର ନେତୃତ୍ବ ନେବାକୁ ଯାଉଛନ୍ତି । ତାଙ୍କୁ ଦେଶର ବୃହତ୍ତମ ବୀମା କମ୍ପାନି ଏଲଆଇସିର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି । ସେ ଏବେ ଏଲଆଇସିର ଅନ୍ତରୀଣ ଅଧ୍ୟକ୍ଷ ତଥା ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ଅଛନ୍ତି । ଆସନ୍ତା ବର୍ଷ ଜୁନ ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକା​ଳ ରହିବ ।

ଭାରତ ସରକାରଙ୍କ ଏଫଏସଆଇବି ( ଫାଇନାନ୍ସିଆଲ ସର୍ଭିସେସ ଇଷ୍ଟିଚ୍ୟୁସନ୍ସ ବ୍ୟୁରୋ) ପକ୍ଷରୁ ଅଧ୍ୟକ୍ଷ ପଦ ପାଇଁ ମହାନ୍ତିଙ୍କ ନାମ ସୁପାରିଶ କରାଯାଇଥିଲା । ଏହାକୁ ଭାରତ ସରକାର ଗ୍ରହଣ କରିଛନ୍ତି । ଏଫଏସଆଇବି ହେଉଛି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଅଧିନରେ ଥିବା ଏକ ସ୍ବୟଂ ଶାସିତ ସଂସ୍ଥା ଯାହାକି ରାଷ୍ଟ୍ରାୟତ୍ତ ଆର୍ଥିକ ସଂସ୍ଥା ଓ ବ୍ୟାଙ୍କଗୁଡ଼ିକର ସର୍ବୋଚ୍ଚ ପଦଗୁଡ଼ିକ ଚୟନ କରିଥାଏ ।

୧୯୮୫ରେ ଏଲଆଇସିରେ ଯୋଗ ଦେଇଥିବା ଶ୍ରୀ ମହାନ୍ତିଙ୍କୁ ଗତ ୨୦୨୧ ଫେବ୍ରୁଆରିରେ ଏଲଆଇସିର ପରିଚାଳନା ନିର୍ଦ୍ଦେଶକ ନିଯୁକ୍ତ କରାଯାଇଥିଲା । ଶ୍ରୀମହାନ୍ତି ଉତ୍କଳ ବିଶ୍ବ ବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି ।ସେ ମଧ୍ୟ ଆଇନ ଓ ବିଜନେସ ମ୍ୟାନେଜମେଣ୍ଟରେ ଡିଗ୍ରୀ ହାସଲ କରିଛନ୍ତି ।

Leave A Reply

Your email address will not be published.