ପ୍ରମୁଖ ଖବର

ଦିଲ୍ଲୀ ଏମ୍ସରେ ସମସ୍ତ ଛୁଟି ବାତିଲ, ଯେତେ ଶୀଘ୍ର ସମ୍ଭବ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ
ହାଇ ଆଲର୍ଟରେ ଭୁବନେଶ୍ୱର ଏୟାରପୋର୍ଟ
ବାଲେଶ୍ୱର ଚାନ୍ଦିପୁରରେ ହାଇ ଆଲର୍ଟ ଜାରି କରିଛି ଓଡ଼ିଶା ପୋଲିସ
ଅନିର୍ଦ୍ଦିଷ୍ଟ କାଳ ଯାଏ ଆଇପିଏଲ ସ୍ଥଗିତ
ମେ ୧୫ ତାରିଖ ସକାଳ ସାଢେ ୫ଟା ଯାଏଁ ଦେଶର ୨୪ଟି ବିମାନବନ୍ଦର ବନ୍ଦ ରହିବ
ସବୁ ରାଜ୍ୟକୁ ଜରୁରୀ କ୍ଷମତା ପ୍ରୟୋଗ ପାଇଁ ନିର୍ଦ୍ଦେଶ, ସିଭିଲ ଡିଫେନ୍ସ ନିୟମ ଅନୁଯାୟୀ ଜରୁରୀ କ୍ଷମତା ହେବ ପ୍ରୟୋଗ

ପ୍ରକାଶ ପାଇଲା ଜେଇଇ ମେନ୍ ସେସନ୍-୨ ରେଜଲ୍ଟ

0

ଭୁବନେଶ୍ବର: ପ୍ରକାଶ ପାଇଲା ଜେଇଇ ମେନ୍ ସେସନ୍-୨ ପରୀକ୍ଷା ଫଳ । ଶନିବାର ନାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ଏହି ଫଳାଫଳ ପ୍ରକାଶ ପାଇଛି । ସର୍ବଭାରତୀୟସ୍ତରରେ ୪୩ ପରୀକ୍ଷାର୍ଥୀ ୧୦୦ ପର୍ସେଣ୍ଟାଇଲ ସ୍କୋର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ଟପ ରାଙ୍କର ପ୍ରାୟ ୨.୫ ଲକ୍ଷ ପରୀକ୍ଷାର୍ଥୀ ଜେଇଇ (ଆଡଭାନ୍ସଡ୍ ) ହେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ପରୀକ୍ଷାରେ ୪୩ ଜଣ ରଖିଛନ୍ତି ୧୦୦ ପ୍ରତିଶତ ମାର୍କ । ୧୩ଟି ଭାଷାରେ ପରୀକ୍ଷା ଦେଇଥିଲେ ମୋଟ ୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ । ଓବିସି-ଏନସିଏଲ କାଟେଗୋରୀରେ ଟପର ହୋଇଛନ୍ତି ଆଲାମ ସୁଜୟ । ତେଲେଙ୍ଗାନାର ସିଙ୍ଗରାଜୁ ଭେଙ୍କଟ କୁଣ୍ଡିନ୍ୟ ସର୍ବଭାରତୀୟସ୍ତରରେ ଟପ୍ପର ହୋଇଛନ୍ତି । ସେହିପରି ଆନ୍ଧ୍ରପ୍ରଦେଶର କାଲ୍ଲାକୁରି ସାଇନାଥ ଶ୍ରୀମନ୍ତ ୨ୟ ସ୍ଥାନ ହାସଲ କରିଛନ୍ତି । ରାଜସ୍ଥାନ ଇଶାନ ଖଣ୍ଡେଲଓ୍ବାଲ ୩ୟ ସ୍ଥାନରେ ଅଛନ୍ତି । ଭୁବନେଶ୍ବରର ଛାତ୍ରୀ  ପ୍ରିୟଙ୍କା ସର ୯୯.୯୮ ପର୍ସେଣ୍ଟାଇଲ ରଖି ଓଡ଼ିଶା ଟପ୍ପର ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଜେଇଇ (ମେନ) ସେସନ-୨ ପରୀକ୍ଷା ଚଳିତ ମାସ ୬,୮,୧୦,୧୧,୧୨,୧୩ ଓ ୧୫ ତାରିଖରେ ଅନୁଷ୍ଠିତ ହୋଇଥିଲା । ପରୀକ୍ଷାର୍ଥୀମାନେ ଜେଇଇ (ମେନ) ରେଜଲ୍ଟ ୱେବସାଇଟ  jeemain.nta.nic.in ରେ କ୍ଲିକ କରି ନିଜର ଆପ୍ଲିକେସନ ନଂ ଓ ଜନ୍ମ ତାରିଖ ଓ ଅନ୍ୟ ବିବରଣୀ ପ୍ରଦାନ କରି ପରୀକ୍ଷା ଫଳ ପାଇପାରିବେ ।

Leave A Reply

Your email address will not be published.