ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ପ୍ରକାଶ ପାଇଲା ଜେଇଇ ମେନ୍ ସେସନ୍-୨ ରେଜଲ୍ଟ

0

ଭୁବନେଶ୍ବର: ପ୍ରକାଶ ପାଇଲା ଜେଇଇ ମେନ୍ ସେସନ୍-୨ ପରୀକ୍ଷା ଫଳ । ଶନିବାର ନାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ଏହି ଫଳାଫଳ ପ୍ରକାଶ ପାଇଛି । ସର୍ବଭାରତୀୟସ୍ତରରେ ୪୩ ପରୀକ୍ଷାର୍ଥୀ ୧୦୦ ପର୍ସେଣ୍ଟାଇଲ ସ୍କୋର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ଟପ ରାଙ୍କର ପ୍ରାୟ ୨.୫ ଲକ୍ଷ ପରୀକ୍ଷାର୍ଥୀ ଜେଇଇ (ଆଡଭାନ୍ସଡ୍ ) ହେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ପରୀକ୍ଷାରେ ୪୩ ଜଣ ରଖିଛନ୍ତି ୧୦୦ ପ୍ରତିଶତ ମାର୍କ । ୧୩ଟି ଭାଷାରେ ପରୀକ୍ଷା ଦେଇଥିଲେ ମୋଟ ୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ । ଓବିସି-ଏନସିଏଲ କାଟେଗୋରୀରେ ଟପର ହୋଇଛନ୍ତି ଆଲାମ ସୁଜୟ । ତେଲେଙ୍ଗାନାର ସିଙ୍ଗରାଜୁ ଭେଙ୍କଟ କୁଣ୍ଡିନ୍ୟ ସର୍ବଭାରତୀୟସ୍ତରରେ ଟପ୍ପର ହୋଇଛନ୍ତି । ସେହିପରି ଆନ୍ଧ୍ରପ୍ରଦେଶର କାଲ୍ଲାକୁରି ସାଇନାଥ ଶ୍ରୀମନ୍ତ ୨ୟ ସ୍ଥାନ ହାସଲ କରିଛନ୍ତି । ରାଜସ୍ଥାନ ଇଶାନ ଖଣ୍ଡେଲଓ୍ବାଲ ୩ୟ ସ୍ଥାନରେ ଅଛନ୍ତି । ଭୁବନେଶ୍ବରର ଛାତ୍ରୀ  ପ୍ରିୟଙ୍କା ସର ୯୯.୯୮ ପର୍ସେଣ୍ଟାଇଲ ରଖି ଓଡ଼ିଶା ଟପ୍ପର ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଜେଇଇ (ମେନ) ସେସନ-୨ ପରୀକ୍ଷା ଚଳିତ ମାସ ୬,୮,୧୦,୧୧,୧୨,୧୩ ଓ ୧୫ ତାରିଖରେ ଅନୁଷ୍ଠିତ ହୋଇଥିଲା । ପରୀକ୍ଷାର୍ଥୀମାନେ ଜେଇଇ (ମେନ) ରେଜଲ୍ଟ ୱେବସାଇଟ  jeemain.nta.nic.in ରେ କ୍ଲିକ କରି ନିଜର ଆପ୍ଲିକେସନ ନଂ ଓ ଜନ୍ମ ତାରିଖ ଓ ଅନ୍ୟ ବିବରଣୀ ପ୍ରଦାନ କରି ପରୀକ୍ଷା ଫଳ ପାଇପାରିବେ ।

Leave A Reply

Your email address will not be published.