ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଭାରସାମ୍ୟ ହରାଇ ଘାଟିରୁ ଖସିଲା ଭାରତୀୟ ସେନାର ଆମ୍ବୁଲାନ୍ସ : ୨ଯବାନ ମୃତ ୩ ଗୁରୁତର

0

ଜାମ୍ମୁ-କାଶ୍ମୀର: ଜାମ୍ମୁ-କାଶ୍ମୀର ରାଜୋରୀ ଠାରେ ଭାରତୀୟ ସେନାର ଏକ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ଘାଟିରୁ ଖସିପଡିବାରୁ ୨ଜଣ ଯବାନଙ୍କର ମୃତ୍ୟୁ ହୋଇଛି । ଏହାସହ ୩ଜଣ ଯବାନ ଗୁରୁତର ହୋଇଥିବା କଥା ସୂଚନା ମିଳିଛି । ଏଲଓସି ନିକଟରେ କେରି ସେକ୍ଟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ପାଇବା ପରେ ଦମକଳବାହିନୀ ପହଂଚି ମୃତ ଓ ଆହତ ଯବାନଙ୍କୁ ଖାଲ ଭିତରୁ ଉଦ୍ଧାର କରିଛନ୍ତି । ଏହାସହ ଗୁରୁତର ହୋଇଥିବା ୩ଜଣ ଯବାନଙ୍କୁ ମେଡିକାଲ ପଠାଇଛନ୍ତି ।

ଗଣମାଧ୍ୟମର ରିପୋର୍ଟ ମୁତାବକ ଏହି ଦୁର୍ଘଟଣା ଏଲଓସି ନିକଟରେ ଥିବା ଫେରି ସେକ୍ଟର ଠାରେ ଘଟିଛି । ଦୁର୍ଘଟଣାରେ ଜୀବନ ହରାଇଥିବା ଦୁଇଜଣ ଯବାନଙ୍କ ପରିଚୟ ମିଳିଛି । ସେମାନେ ହେଲେ ବିହାରର ସୁଧିର କୁମାର ଓ ରାଜୋରୀର ପରମବୀର ଶର୍ମା । ଘାଟି ରାସ୍ତାରେ ଆମ୍ବୁଲାନ୍ସଟି ଯାଉଥିବା ବେଳେ ଏକ ଅତି ସଂକୀର୍ଣ୍ଣ ବୁଲାଣିରେ ଡ୍ରାଇଭର ଏହା ଉପରୁ ନିୟନ୍ତ୍ରଣ ହରାଇଥିଲେ। ଆଉ ଆମ୍ବୁଲାନ୍ସଟି ଘାଟି ତଳକୁ ଖସି ପଡ଼ିଥିଲା। ଘଟଣାସ୍ଥଳରେ ଦୁଇ ଯବାନଙ୍କ ମୃତ୍ୟୁ ଘଟିଥିଲା। ମୃତଦେହ ଦୁଇଟିକୁ ଉଦ୍ଧାର କରାଯାଇଛି।

ସୂଚନା ଥାଉକି, ଗତବର୍ଷ ଡିସେମ୍ବର ମାସରେ ମଧ୍ୟ ସିକ୍କିମ ଠାରେ ସମାନ ଧରଣର ଦୁର୍ଘଟଣା ହୋଇଥିଲା ଜେମା ଠାରେ ସେନାର ଏକ ଟ୍ରକ ରାସ୍ତାତଳକୁ ଖସିପଡିବାରୁ ୧୬ଜଣ ଯବାନ ସହିଦ ହୋଇଥିଲେ ।

Leave A Reply

Your email address will not be published.