ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ସିଙ୍ଗାପୁର ଓ ବ୍ୟାଙ୍କକକୁ ଉଡିବ ବିମାନ: ଟିକେଟ ବିକ୍ରିର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର: ସିଙ୍ଗାପୁର ଓ ବ୍ୟାଙ୍କକକୁ ବିମାନ ଟିକେଟ ବିକ୍ରିର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜୁନ ୩ ତାରିଖରୁ ବ୍ୟାଙ୍କକ୍ ଓ ସିଙ୍ଗାପୁରକୁ ଚାଲିବ ଇଣ୍ଡିଗୋ ବିମାନ । ମେ ୧୫ ତାରିଖରୁ ଦୁବାଇକୁ ଚାଲିବ ବିମାନ ଏବଂ ଏଥିପାଇଁ ପୂର୍ବରୁ ମୁଖ୍ୟମନ୍ତ୍ରୀ ଦୁବାଇ ଟିକେଟ ବୁକିଂର ଶୁଭାରମ୍ଭ କରିଥିଲେ ।

ଲୋକଙ୍କ ସ୍ବାର୍ଥ ରକ୍ଷା କରି ଆନ୍ତର୍ଜାତିକ ବିମାନ ଚଳାଇବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ । ଏହାଦ୍ବାରା ରାଜ୍ୟର ଛାତ୍ରଛାତ୍ରୀଙ୍କ ପାଇଁ ବିଦେଶରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧିରେ ସହାୟକ ହେବ । ଏଥିସହିତ ଆଇଟି କ୍ଷେତ୍ରର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସାଧାରଣ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ସୁଯୋଗ ସୃଷ୍ଟି କରିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଓ ଇଣ୍ଡିଗୋ ବିମାନ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଚଳିତ ବର୍ଷ ରାଜ୍ୟ ସରକାର ବିମାନ ସେବା ପାଇଁ ବଜେଟରେ ୧୦୦ କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରିଛନ୍ତି ।

ଓଡ଼ିଶାବାସୀ ସୁଲଭ ମୂଲ୍ୟରେ ବିଦେଶ ଯାତ୍ରା ପାଇଁ ରାଜ୍ୟ ସରକାର ଆର୍ଥିକ ସହଯୋଗ କରୁଛନ୍ତି । ସିଙ୍ଗାପୁର ଓ ବ୍ୟାଙ୍କକକୁ ବିମାନ ସେବା ଦ୍ବାରା ଓଡ଼ିଶା ଏବେ ଗଲ୍ଫ ଓ ୟୁରୋପୀୟ ରାଷ୍ଟ୍ର ସହ ଯୋଡ଼ି ହୋଇପାରିଛି । ବର୍ତ୍ତମାନ ମାତ୍ର ଦୁଇରୁ ଅଢ଼େଇ ଘଣ୍ଟାର ଯାତ୍ରାରେ ଦେଶର ବହୁ ରାଷ୍ଟ୍ର ସହ ରାଜ୍ୟ ରାଜଧାନୀ ଯୋଡ଼ି ହୋଇପାରିଛି ।

ଭୁବନେଶ୍ବରରୁ ଦୁବାଇ ସୋମବାର, ବୁଧବାର ଓ ଶୁକ୍ରବାର ବିମାନ ଉଡିବ । ଏକପାଖିଆ ବିମାନ ଯାତ୍ରା ପାଇଁ ଫେୟାର ୧୦ ହଜାର ଟଙ୍କା ଥିବା ବେଳେ ଉଭୟ ପକ୍ଷର ଯାତ୍ରା ପାଇଁ ୨୦ ହଜାର ଟଙ୍କା ଫେୟାର ରହିଛି । ସେହିଭଳି ଭୁବନେଶ୍ବରରୁ ସିଙ୍ଗାପୁର ଓ ବ୍ୟାଙ୍ଗକକକୁ ଫେୟାର ସାଢେ ୭ ହଜାର ଓ ୧୫ ହଜାର ଟଙ୍କା । ସପ୍ତାହର ପ୍ରତି ମଙ୍ଗଳବାର ଓ ଶନିବାର ସିଙ୍ଗାପୁର ଓ ବ୍ୟାଙ୍କକକୁ ବିମାନ ଉଡ଼ିବ 

Leave A Reply

Your email address will not be published.