ପ୍ରମୁଖ ଖବର

୮ଟି ବିଧାନସଭା କ୍ଷେତ୍ର ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା: ଖୋର୍ଦ୍ଧାରୁ ପ୍ରଶାନ୍ତ, ସାଲେପୁରରୁ ଲଢ଼ିବେ ଅରିନ୍ଦମ
କେନ୍ଦ୍ରାପଡ଼ାରୁ ଗୀତାଞ୍ଜଳି ସେଠୀ, ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ ନାୟକ
କେନ୍ଦୁଝର ଜିଲ୍ଲା ତେଲକୋଇରୁ ଫକୀର ମୋହନ ନାଏକ, ଚମ୍ପୁଆରୁ ମୁରଲୀ ମନୋହର ଶର୍ମା, ବସ୍ତାରୁ ରବୀନ୍ଦ୍ର ଅଣ୍ଡିଆ ଓ ବାସୁଦେବପୁରରୁ ବାଣିକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଛି
ଅଷ୍ଟମ ପର୍ଯ୍ଯାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି, ଆଉ ରହିଲା ୩
ଭୋଗରାଇରୁ ପ୍ରାର୍ଥୀ ହେଲେ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଓ ବେଗୁନିଆରୁ ପ୍ରାର୍ଥୀ ହେଲେ ପ୍ରଦୀପ ସାହୁ
ଜଳୁଛି ଉତ୍ତରାଖଣ୍ଡ ଜଙ୍ଗଲ, ବାୟୂସେନାର ସାହାଯ୍ୟ ନେଲା ପ୍ରଶାସନ
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: କଟକ ଓ ଭୁବନେଶ୍ୱର ପାଇଁ ରେଡ୍ ଆଲର୍ଟ ଜାରି
୪୨ ଡିଗ୍ରି ଉପରେ ୫ ସହର, ଭୁବନେଶ୍ବରରେ ତାପମାତ୍ରା ୪୪.୬ଡିଗ୍ରି ରେକର୍ଡ
୫ଟି ଅଧ୍ୟକ୍ଷଙ୍କ ବିରୁଦ୍ଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲେ ବଳଭଦ୍ର ମାଝି
ଲୁଣା ନଦୀରେ ଅଘଟଣ; ବୁଡିଗଲେ ଦୁଇ ସାଙ୍ଗ, ଜଣେ ଉଦ୍ଧାର
ପୁରୀରେ ବ୍ୟାପିଲା ଝାଡ଼ାବାନ୍ତି, ଗଲାଣି ୨ ଜୀବନ

ଖୁବ୍ ଶୀଘ୍ର ଆଇପିଏସ୍ ମହଲରୁ ବଡ଼ ଖବର

0
  • ସୁଧାଂଶୁ, ଅରୁଣ ,ଖୁରାନିଆଙ୍କୁ ଡ଼ିଜି ପାହ୍ୟା
  • ଯେ କୌଣସି ମୁହୂର୍ତରେ ଆଇପିଏସ ସ୍ତରରେ ବଡ ଅଦଳବଦଳ
  • କିଛି ଟାଣୁଆ ଅଫିସରଙ୍କୁ ନେଇ ନୂଆ ଟିମ୍ ଗଠନ ହେବ
  • ସ୍ବତନ୍ତ୍ର ଡିଜି ପଦବି ସୃଷ୍ଟି ହୋଇପାରେ
ଅରୁଣ ଷଡ଼ଙ୍ଗୀ (ବସିଛନ୍ତି)
ଯୋଗେେଶ ବାହାଦୁର ଖୁରାନିଆ

ଭୁବନେଶ୍ବର: ରାଜ୍ୟ ସରକାର ତିନି ବରିଷ୍ଠ ଆଇପିଏସ୍ ଅଫିସରଙ୍କୁ ପଦୋନ୍ନତି ଦେଇଛନ୍ତି। ୧୯୯୦ ବ୍ୟାଚ୍ ଆଇପିଏସ୍ ତଥା ଏଡ଼ିିଜି ସୁଧାଂଶୁ ଷଡ଼ଙ୍ଗୀ, ଅରୁଣ କୁମାର ଷଡ଼ଙ୍ଗୀଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। କେନ୍ଦ୍ରୀୟ ଡେପୁଟେସନରେ ଥିବା ସେହି ବ୍ୟାଚର ଆଇପିଏସ୍ ଯୋଗେଶ ବାହାଦୁର ଖୁରାନିଆଙ୍କୁ ମଧ୍ୟ ପ୍ରୋଫର୍ମା ପ୍ରମୋସନ ଦିଆଯାଇଛି। ଏ ସଂକ୍ରାନ୍ତ ଫାଇଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦସ୍ତଖତ କରିବା ପରେ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିସହିତ ଖୁବ୍ ଶୀଘ୍ର ରାଜ୍ୟରେ ଆଇପିଏସ୍ ସ୍ତରରେ ଏକ ବଡ ଧରଣର ଅଦଳବଦଳ ହେବ ବୋଲି ଖବର ମିଳୁଛି।

ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ଖବର ଅନୁସାରେ, ବରିଷ୍ଠ ଆଇପିଏସ ସ୍ତରରେ ଅନେକ ଗୁରୁତ୍ବପୂର୍ଣ୍ଣ ପଦବିରେ ଅଧିକାରୀ ବଦଳିବେ। ଏପରିକି ରାଜ୍ୟରେ ସ୍ବତନ୍ତ୍ର ଡିଜି ପଦବି ସୃଷ୍ଟି କରାଗଲେ ମଧ୍ୟ ଆଶ୍ଚର୍ଯ୍ୟ ହେବାର ନାହିଁ। ମୁଖ୍ୟମନ୍ତ୍ରୀ ନିଜର ଜଣେ ଅତି ବିଶ୍ବସ୍ତ ଅଧିକାରୀଙ୍କୁ ଏହି ପଦବିରେ ନିଯୁକ୍ତି ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

କେବଳ ସେତିକି ନୁହେଁ, ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ସବୁ ବଛା ବଛା ଅଫିସରଙ୍କୁ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦବିରେ ନିଯୁକ୍ତି ଦିଆଯିବ ବୋଲି ସୂଚନା ମିଳୁଛି। ଏହାବ୍ୟତୀତ ଆଇଜି, ଡିଆଇଜି ଏବଂ ଏସ୍‌ପି ସ୍ତରରେ ବି ବ୍ୟାପକ ଅଦଳବଦଳ କରାଯିବ। ବିଭିନ୍ନ ରେଂଜରେ ଅଧିକାରୀମାନେ ବଦଳିବେ। ଏଠାରେ ଉଲ୍ଲେଖଥାଉକି, ଦୁଇ ବରିଷ୍ଠ ଆଇପିଏସ୍ ଅରୁଣ ରାୟ ଏବଂ ଏସ୍‌ ନରବଣେଙ୍କ ସଂକ୍ରାନ୍ତରେ ଗତ ସପ୍ତାହରେ ସରକାର ନେଇଥିବା ନିଷ୍ପତ୍ତି ଏମିତି ଆଶଙ୍କାକୁ ଅଧିକ ଦୃଢୀଭୂତ କରୁଥିଲା।

Leave A Reply

Your email address will not be published.