ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ବିଶ୍ୱ ମହାମାରୀ ତାଲିକାରୁ ହଟିଲା କୋଭିଡ-୧୯

0

ନୂଆଦିଲ୍ଲୀ: ବିଶ୍ୱ ମହାମାରୀ ତାଲିକାରୁ ହଟିଲା କୋଭିଡ-୧୯। ଏହାକୁ ଘୋଷଣା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଡବ୍ଲୁଏଚଓ କହିଛି ଯେ ଏବେ କରୋନା ବୈଶ୍ୱିକ ମହାମାରୀ ରହିଯାଇ ନାହିଁ । ଏନେଇ ଜରୁରୀକାଳୀନ କମିଟିର ୧୫ତମ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଡବ୍ଲୁଏଚଓ ମହାନିର୍ଦ୍ଦେଶକ ଡା. ଟେଡ୍ରୋସ କହିଛନ୍ତି, ଗତକାଲି ଇମରଜେନ୍ସି କମିଟିର ୧୫ତମ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମୋତେ କୁହାଯାଇଥିଲା ଯେ, ବିଶ୍ୱ ମହାମାରୀ ତାଲିକାରୁ କୋଭିଡ-୧୯କୁ ହଟାଇବା ନେଇ ଘୋଷଣା କରିବାକୁ । ମୁଁ ସେମାନଙ୍କ ପରାମର୍ଶ ମାନିନେଇଛି

ସଂଗଠନ କହିଛି ଯେ, ୩୦ ଜାନୁଆରୀ ୨୦୨୦ରେ କୋଭିଡକୁ ବିଶ୍ୱ ସ୍ୱାସ୍ଥ୍ୟ ଜରୁରୀକାଳୀନ ଘୋଷଣା କରାଯାଇଥିଲା।  ତେବେ କରୋନା ଏବେ ବି ବିଶ୍ୱସ୍ୱାସ୍ଥ୍ୟ ପ୍ରତି ବିପଦ ବୋଲି ଡବ୍ଲୁଏଚଓ ସ୍ପଷ୍ଟ କରିଛି । ସଂଗଠନ ଅନୁଯାୟୀ, ଯେତେବେଳେ କରୋନାକୁ ବିଶ୍ୱ ସ୍ୱାସ୍ଥ୍ୟ ଜରୁରୀକାଳୀନ ଘୋଷଣା କରାଯାଇଥିଲା, ସେତେବେଳେ ଚୀନରେ ୧୦୦ରୁ କମ୍ କୋରୋନା ମାମଲା ଚିହ୍ନଟ ହୋଇଥିଲା ଏବଂ କାହାର ମୃତ୍ୟୁ ହୋଇନଥିଲା । କିନ୍ତୁ ତିନି ବର୍ଷ ପରେ ଏହି ସଂଖ୍ୟା ୭ ନିୟୁତକୁ ବୃଦ୍ଧି ପାଇଛି ।

ଡବ୍ଲୁଏଚଓ କହିଛି ଯେ କରୋନାକୁ ବିଶ୍ୱ ମହାମାରୀ ତାଲିକାରୁ ହଟାଇବାର ନିଷ୍ପତ୍ତି ଗତ ଏକ ବର୍ଷରେ ହୋଇଥିବା କୋଭିଡ ମାମଲାରେ ହ୍ରାସକୁ ଦେଖି ନିଆଯାଇଛି । ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ କୋଭିଡର ଏତେ ବଡ଼ ପ୍ରଭାବ ପଡ଼ିଛି ଯେ ସ୍କୁଲଠୁ ନେଇ ଅଫିସ ପର୍ଯନ୍ତ ସବୁକିଛି ବନ୍ଦ ରହିଥିଲା । ଅନେକ ଲୋକ ଏହି ସମୟରେ ଉତ୍ତେଜନା ଏବଂ ଚିନ୍ତା ଦେଇ ଗତି କରିଥିଲେ । ଏହା ବିଶ୍ୱର ଅର୍ଥବ୍ୟବସ୍ଥାକୁ ମଧ୍ୟ ନଷ୍ଟ କରିଦେଇଛି । ଡବ୍ଲୁଏଚଓର ମହାନିର୍ଦ୍ଦେଶକ ଟେଡ୍ରୋସ କହିଛନ୍ତି ଯେ କରୋନାକୁ ବିଶ୍ୱ ମହାମାରୀରୁ ହଟାଇବାର ଏହା ଅର୍ଥ ନୁହେଁ ଯେ କରୋନା ସମାପ୍ତ ହୋଇଯାଇଛି । ଗତ ସପ୍ତାହରେ ହିଁ କୋଭିଡ ପ୍ରତି ତିନି ମିନଟରେ ଜଣଙ୍କ ଜୀବନ ନେଉଥିଲା । ଏବେ ବି ନୂଆ ଭାରିଆଣ୍ଟ ଆସୁଛି । ଏପରି ସ୍ଥିତିରେ ସତର୍କ ରହିବାର ଆବଶ୍ୟକତା ରହିଛି ।

Leave A Reply

Your email address will not be published.