ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ସଭାପତି ପଦକୁ ଫେରିଲେ ଶରତ ପୱାର

0

ମୁମ୍ବାଇ: ଏନସିପି ସଭାପତି ପଦକୁ ପୁଣି ଫେରିଲେ ପୱାର । ସଭାପତି ଭାବେ କାର୍ଯ୍ୟ ଜାରି ରଖିବେ ଶରଦ ପୱାର । ଇସ୍ତାଫା ପ୍ରତ୍ୟାହାର କରିଛନ୍ତି ଏନସିପି ସୁପ୍ରିମୋ ଶରଦ ପୱାର । ସେ ଆଜି ଅପରାହ୍ନରେ ପ୍ରେସ୍ କନଫରେନ୍ସରେ ଘୋଷଣା କରି କହିଛନ୍ତି ଯେ, ମୁଁ ଆପଣମାନଙ୍କ ଭାବନାକୁ ଅପମାନ କରିପାରିବି ନାହିଁ । ମୁଁ ଭାବୁକ ହୋଇଯାଇଛି ଏବଂ ନିଜ ନିଷ୍ପତ୍ତି ପ୍ରତ୍ୟାହର କରୁଛି ।

ସୂଚନାଯୋଗ୍ୟ, ମେ ୨ ତାରିଖରେ ଏନସିପି ଅଧ୍ୟକ୍ଷ ପଦରୁ ଶରଦ ପାୱାର ଇସ୍ତଫା ଦେବା ପରେ ଦଳ ଭିତରେ ହଲଚଲ ସୃଷ୍ଟି ହୋଇଛି । ଶରଦଙ୍କ ଇସ୍ତଫାକୁ ଦଳ ନା ସମର୍ଥକ ଗ୍ରହଣ କରିପାରିନଥିଲା । ୩ଦିନ ହେବ ଶରଦଙ୍କୁ ଇସ୍ତଫା ପ୍ରତ୍ୟାହାର କରିବା ପାଇଁ ଦଳର କର୍ମୀ, ସମର୍ଥକ, ବୁଝାଇବା ସହ ଆପ୍ରାଣ ଉଦ୍ୟମ କରଥିିଲେ । ଏହା ଭିତରେ ଶୁକ୍ରବାର ଏନସିପି ସଂଦୀୟ କମିଟି ଶରଦଙ୍କ ଇସ୍ତଫାକୁ ନାମଂଜୁର କରଥିଲାି ।

ନୂଆ ଅଧ୍ୟକ୍ଷ ଚୟନ ପାଇଁ ୧୬ଜଣିଆ ସଦସ୍ୟଙ୍କୁ ନେଇ କମିଟି ବୈଠକ ବସିଥିଲା । ଦଳର ରାଷ୍ଟ୍ରୀୟ ମହାସଚିବ ପ୍ରଫୁଲ ପଟେଏ ଶରଦଙ୍କ ଇସ୍ତଫା ଖାରଜ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ।କମିଟିର ଅନ୍ୟ ସଦସ୍ୟମାନେ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ । ଏନସିପି କର୍ମୀମାନେ କାର୍ଯ୍ୟାଳୟ ନିକଟରେ ପହଁଚି ଶରଦଙ୍କ ଇସ୍ତଫା ଫେରାଇ ନେବାକୁ ଅନୁରୋଧ କରିଥିଲେ ।

Leave A Reply

Your email address will not be published.