ପ୍ରମୁଖ ଖବର

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ୍ ଦୁର୍ଘଟଣା; ୨ ମୃତ, ଅନେକ ଆହତ
ମୁଖ୍ୟମନ୍ତ୍ରୀଙ୍କ ପତାକା ପ୍ରଦର୍ଶନରେ ଆରମ୍ଭ ହେଲା ‘ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬’
୨୦ ଜୁନରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି, ପ୍ରକାଶ ପାଇଲା ମିନିଟ୍‌-ଟୁ-ମିନିଟ୍ କାର୍ଯ୍ୟସୂଚୀ
ନିର୍ମାଣାଧୀନ ପୋଲ ତଳକୁ ଖସିଗଲା ବାଇକ, ୨ ଯୁବକଙ୍କ ମୃତ୍ୟୁ
୧୮ରୁ ଖୋଲିବ ସମସ୍ତ ସ୍କୁଲ, ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ସ୍ପଷ୍ଟ କଲେ ଗଣଶିକ୍ଷା ମନ୍ତ୍ରୀ

ଅନ୍ଧାରରେ ଭାଷଣ ଦେଲେ ମହାମହିମ ଦ୍ରୌପଦୀ ମୁର୍ମୁ

0
  • ଅନ୍ଧାରରେ ଭାଷଣ ଦେଲେ ରାଷ୍ଟ୍ରପତି
  • ରାଷ୍ଟ୍ରପତି ଭାଷଣ ଦେଲା ବେଳେ ଚାଲିଗଲା ବିଦ୍ୟୁତ
  • ସମାବର୍ତ୍ତନ ଉତ୍ସବରେ ଅନ୍ଧାରରେ ଭାଷଣ ଦେଲେ ରାଷ୍ଟ୍ରପତି

ବାରିପଦା: ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ବିଜୁଳି କାଟ ହେଲା । ଅନ୍ଧାରରେ ଅଭିଭାଷଣ ରଖିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ବେଳେ ଏଭଳି ସମସ୍ୟା ଦେଖିବାକୁ ମିଳିଛି । ମଞ୍ଚରେ ଉପସ୍ଥିତ ଥିଲେ ରାଷ୍ଟ୍ରପତିଙ୍କ ସମେତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ବିଶ୍ୱବିଦ୍ୟାଳୟର କୁଳପତି ।

ମିଳିଥିବା ସୂଚନା ଅନୁସାରେ ୧୧ଟା ୫୬ରୁ ୧୨ଟା ୫ ପର୍ଯ୍ୟନ୍ତ ପାୱାର ଟ୍ରିପ୍ ଥିଲା । ବିଜୁଳି ଚାଲିଯିବା ପରେ ଅଭିଭାଷଣରେ ରାଷ୍ଟ୍ରପତି କହିଥିଲେ ‘ଅନ୍ଧାର ଯେତିକି ଆଲୁଅ ସେତିକି ଏହି ଯେ ଗହନ ବନ’ । ତଥାପି ରାଷ୍ଟ୍ରପତି କାଙ୍କର ଅଭିଭାଷଣ ଜାରି ରଖିଥିଲେ।

ତେବେ ସମାବର୍ତ୍ତନ ଉତ୍ସବରେ ମୋଟ ୧୩୨ ଜଣଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଏହା ଭିତରେ ୮ ଜଣଙ୍କୁ ଡିଲିଟ୍ ଉପାଧି ପ୍ରଦାନ କରାଯାଇଛି । ୯୦ ଜଣ ଗବେଷକଙ୍କୁ ପିଏଚଡି ଓ ୩୪ ଜଣ କୃତି ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଛି । ଡିଲିଟ୍ ପାଇବାକୁ ଥିବା ୮ ଜଣ ବ୍ୟକ୍ତି ହେଲେ ରାଜଯୋଗିନୀ ବ୍ରହ୍ମକୁମାରୀ କମଲେଶ, କଂଠଶିଳ୍ପୀ ସ୍ୱରୂପା ଚକ୍ରବର୍ତ୍ତୀ, ଆଦିବାସୀ ସଙ୍ଗୀତ ଗବେଷିକା ଡକ୍ଟର ବୀଣାପାଣି ମହାନ୍ତି, ପ୍ରଶାସକ ତଥା ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ, କଳାକାର ନନ୍ଦିତା ଦାସ, କଳାକାର ସଂଗ୍ରାମ କେଶରୀ ମହାନ୍ତି ଏବଂ ସାହ୍ୟିତିକ ଅର୍ଜୁନ ଚରଣ ହେମ୍ବ୍ରମ । ବୈଜ୍ଞାନିକ ଅଶୋକ କୁମାର ଦାସଙ୍କୁ ଡିଏସସି ଉପାଧି ମିଳିଛି 

Leave A Reply

Your email address will not be published.