ପ୍ରମୁଖ ଖବର

୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଛୁଇଁବ ଓଡ଼ିଶାର ଅର୍ଥନୀତି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵରରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏଆରଆଇ
ଶ୍ରୀରାମ ମନ୍ଦିରରେ ଉଡ଼ିଲା ଧର୍ମଧ୍ୱଜା

ମଣିପୁରରେ ସ୍ଥଗିତ ହେଲା ନିଟ୍ ୟୁଜି ପରୀକ୍ଷା

0

ନୂଆଦିଲ୍ଲୀ : ମଣିପୁରରେ ସୃଷ୍ଟି ହୋଇଥିବା ହିଂସାକୁ ଦୃଷ୍ଟିରେ ରଖି ନିଟ୍ ୟୁଜି ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ରାଜ୍ୟ ସରକାରଙ୍କ ଅନୁରୋଧକ୍ରମେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଏହି ନିଷ୍ପତ୍ତି ନେଇଛି। ମଣିପୁରରେ ଥିବା କେନ୍ଦ୍ରଗୁଡିକ ପାଇଁ ନୂତନ ତାରିଖ ଖୁବଶୀଘ୍ର ଘୋଷଣା କରାଯିବ ବୋଲି ଏନଟିଏ କହିଛି। ମଣିପୁରରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡ. ରାଜକୁମାର ରଞ୍ଜନ ଏନଟିଏକୁ ଚିଠି ଲେଖିଛନ୍ତି ।

ମଣିପୁରରେ ପରୀକ୍ଷା ସ୍ଥଗିତ ରଖିବା ନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ନୋଟିସ ଜାରି କରିଛି । neet.nta.nic.in ଅଫିସିଆଲ ୱେବସାଇଟରେ ଏହି ନୋଟିସ ଅପଲୋଡ୍ କରାଯାଇଛି । ତେବେ ସ୍ଥିତି ସ୍ୱାଭାବିକ ହେବା ପରେ ନୂଆ ତାରିଖ ଘୋଷଣା କରାଯିବ ବୋଲି ଏନଟିଏ କହିଛି । ନୂଆ ପରୀକ୍ଷା ତାରିଖ ଘୋଷଣା ହେବା ପରେ ଏନଟିଏ ପରୀକ୍ଷାର୍ଥୀଙ୍କ ପାଇଁ ସଂଶୋଧିତ ଆଡମିଟ୍ କାର୍ଡ ଜାରି କରିବାର ତାରିଖ ମଧ୍ୟ ଘୋଷଣା କରିବ। ପରୀକ୍ଷା କେନ୍ଦ୍ର ସମାନ ରହିବ, କେବଳ ତାରିଖ ବଦଳିବ। ବିବରଣୀକୁ ଅପେକ୍ଷା କରାଯାଇଛି ଏବଂ ପ୍ରାର୍ଥୀମାନଙ୍କୁ ଅଫିସିଆଲ ୱେବସାଇଟ ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.