ପ୍ରମୁଖ ଖବର

ମୁମ୍ବାଇର ଭୟାବହ ଅଗ୍ନିକାଣ୍ଡ: ୩ ମୃତ, ଅନେକ ଆହତ
ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ପାର୍ଥ ଚାଟର୍ଜୀଙ୍କ ଘରେ ଇଡି ଚଢ଼ାଉ
ରିଲାଏନ୍ସ ଅନୁରୋଧରେ ଇରାନୀ ତେଲ ଟ୍ୟାଙ୍କରକୁ ବିଶେଷ ଅନୁମତି
ମହାନଦୀ ଟ୍ରିବ୍ୟୁନାଲ ଅବଧି ବଢାଇଲେ କେନ୍ଦ୍ର ସରକାର
‘ସିଜିମାଳି’ ପାଇଁ ଜୁଏଲଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର
ସାଗରମାଳା ଯୋଜନାରେ ୩୧୫ ପ୍ରକଳ୍ପ ସମାପ୍ତ

ମଣିପୁରରେ ସ୍ଥଗିତ ହେଲା ନିଟ୍ ୟୁଜି ପରୀକ୍ଷା

0

ନୂଆଦିଲ୍ଲୀ : ମଣିପୁରରେ ସୃଷ୍ଟି ହୋଇଥିବା ହିଂସାକୁ ଦୃଷ୍ଟିରେ ରଖି ନିଟ୍ ୟୁଜି ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ରାଜ୍ୟ ସରକାରଙ୍କ ଅନୁରୋଧକ୍ରମେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଏହି ନିଷ୍ପତ୍ତି ନେଇଛି। ମଣିପୁରରେ ଥିବା କେନ୍ଦ୍ରଗୁଡିକ ପାଇଁ ନୂତନ ତାରିଖ ଖୁବଶୀଘ୍ର ଘୋଷଣା କରାଯିବ ବୋଲି ଏନଟିଏ କହିଛି। ମଣିପୁରରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡ. ରାଜକୁମାର ରଞ୍ଜନ ଏନଟିଏକୁ ଚିଠି ଲେଖିଛନ୍ତି ।

ମଣିପୁରରେ ପରୀକ୍ଷା ସ୍ଥଗିତ ରଖିବା ନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ନୋଟିସ ଜାରି କରିଛି । neet.nta.nic.in ଅଫିସିଆଲ ୱେବସାଇଟରେ ଏହି ନୋଟିସ ଅପଲୋଡ୍ କରାଯାଇଛି । ତେବେ ସ୍ଥିତି ସ୍ୱାଭାବିକ ହେବା ପରେ ନୂଆ ତାରିଖ ଘୋଷଣା କରାଯିବ ବୋଲି ଏନଟିଏ କହିଛି । ନୂଆ ପରୀକ୍ଷା ତାରିଖ ଘୋଷଣା ହେବା ପରେ ଏନଟିଏ ପରୀକ୍ଷାର୍ଥୀଙ୍କ ପାଇଁ ସଂଶୋଧିତ ଆଡମିଟ୍ କାର୍ଡ ଜାରି କରିବାର ତାରିଖ ମଧ୍ୟ ଘୋଷଣା କରିବ। ପରୀକ୍ଷା କେନ୍ଦ୍ର ସମାନ ରହିବ, କେବଳ ତାରିଖ ବଦଳିବ। ବିବରଣୀକୁ ଅପେକ୍ଷା କରାଯାଇଛି ଏବଂ ପ୍ରାର୍ଥୀମାନଙ୍କୁ ଅଫିସିଆଲ ୱେବସାଇଟ ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.