ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

୨୦୨୪ ଜାନୁଆରି ୨୬ରେ କର୍ତ୍ତବ୍ୟ ପଥରେ କେବଳ ମହିଳାମାନେ ପରେଡ୍‌ କରିବେ

0

ନୂଆଦିଲ୍ଲୀ: ଆସନ୍ତା ବର୍ଷ ୨୦୨୪ ଜାନୁଆରୀ ୨୬ ଗଣତନ୍ତ୍ର ଦିବସ ଉତ୍ସବରେ ଚଳିତ ବର୍ଷ ଦିଲ୍ଲୀର କର୍ତ୍ତବ୍ୟ ପଥରେ କେବଳ ମହିଳା ଯବାନମାନଙ୍କୁ ପରେଡ୍‌ କରିବା ଦେଖିବାକୁ ମିଳିବ। ଏହାଛଡ଼ା ମାର୍ଚ୍ଚିଂ ଓ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ତଥା ପ୍ରସ୍ତୁତିରେ କେବଳ ମହିଳାଙ୍କୁ ଦେଖିବାକୁ ମିଳିବ। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ପ୍ରସ୍ତାବ ଉପରେ ବ୍ୟାପକ ବିଚାର ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି।

ସୂଚନାଯୋଗ୍ୟ,  ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ ପ୍ରସ୍ତାବରେ କୁହାଯାଇଛି  କି, ଏ ପ୍ରସଙ୍ଗରେ  ଅନେକ ବିସ୍ତୃତ ଆଲୋଚନା କରାଯାଇଥିଲା। ସମସ୍ତଙ୍କ ଠାରୁ ମତାମତ ନିଆଯିବା  ପରେ ଯାଇ ଏହି ନିଷ୍ପତ୍ତି ନିଆଯାଇଛି । ଅର୍ଥାତ ୨୦୨୪ ମସିହାର ଗଣତନ୍ତ୍ର ଦିବସରେ କେବଳ ମହିଳାମାନେ ହିଁ  ଅଂଶଗ୍ରହଣ କରି ପାରିବେ।

ପ୍ରତିରକ୍ଷା ମନ୍ତ୍ରଣାଳୟ ଏନେଇ ଗୃହ, ସଂସ୍କୃତି ଏବଂ ନଗର ଉନ୍ନୟନ ମନ୍ତ୍ରଣାଳୟ ସମେତ ବିଭିନ୍ନ ମନ୍ତ୍ରଣାଳୟକୁ ସୂଚନା ଦେଇଛି। ତେବେ ଏହି ନିଷ୍ପତ୍ତି ସାମ୍ନାକୁ ଆସିବା ପରେ ଚର୍ଚ୍ଚାରେ ରହିଛି। କେହିକେହି କେବଳ ମହିଳାମାନେ ପରେଡରେ ସାମିଲ ହେବାର ନିଷ୍ପତ୍ତିକୁ ସମର୍ଥନ କରୁଥିବା ବେଳେ ଅନ୍ୟମାନେ ଏହାକୁ ସମାଲୋଚନା କରିବା ସହିତ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। କିନ୍ତୁ ଏଭଳି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।

Leave A Reply

Your email address will not be published.