ପ୍ରମୁଖ ଖବର

ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ
ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ
ପାରାଦୀପକୁ ମିଳିଲା ମେଗା ବନ୍ଦର ମାନ୍ୟତା
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
୩.୩୫ କେଜି ହେରୋଇନ୍‌ ସହ ପଞ୍ଜାବ ପୁଲିସ୍‌ ଇନ୍‌ସପେକ୍ଟର ଗିରଫ
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ଯୋଜନା, ଢେଙ୍କାନାଳରେ ହେବ ସ୍ମେଲ୍ଟର ପ୍ଲାଣ୍ଟ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ

ଭିଜିଲାନ୍ସ ଜାଲରେ କରଞ୍ଜିଆ ତହସିଲଦାର

0

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ କରଞ୍ଜିଆ ତହସିଲଦାର। ୧୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ କରଞ୍ଜିଆ ତହସିଲଦାରଙ୍କୁ ଧରିଛି ଭିଜିଲାନ୍ସ। ଜମି କ୍ଷତିପୂରଣ ବାବଦ ୫୧ଲକ୍ଷ ୭୫ହଜାର ୮୧୦ ଟଙ୍କା ଦେବାକୁ  ଲାଞ୍ଚ ନେଉଥିଲେ ଚାଲ୍ସ ନାୟକ।

ଏକକାଳୀନ ୪ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ରେଡ୍। କରଞ୍ଜିଆ ତହସିଲ ଅଫିସ, କରଞ୍ଜିଆ ସ୍ଥିତ କ୍ବାର୍ଟର୍ସ, ଭଦ୍ରକ ହସ୍ପିଟାଲ ନିକଟରେ ଥିବା ପୈତୃକ ଘର ଓ କରଞ୍ଜିଆର ଛଡେଇ ଭୋଲରେ  ଚାଲିଛି ଭିଜିଲାନ୍ସ ଛାପା। ରେଡ୍‌ରେ ଅତିରିକ୍ତ ଏସପି, ୭ ଡିଏସପି, ୩ ଇନସ୍ପେକ୍ଟର ସାମିଲ ଅଛନ୍ତି। ଅଭିଯୋଗକାରୀ ତହସିଲଦାରଙ୍କୁ ୨ଟି ବ୍ଲାଙ୍କ ଚେକ୍ ଦେଇଥିବା ଅଭିଯୋଗ ହୋଇଛି। ଲାଞ୍ଚ ରାଶି ପ୍ରତ୍ୟାହାର ଏବଂ ବ୍ୟାଙ୍କରେ ଉପସ୍ଥାପନ କରିବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଯୋଗକାରୀ ଭିଜିଲାନ୍ସକୁ ଜଣାଇଥିଲେ।

Leave A Reply

Your email address will not be published.