ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ଭିଜିଲାନ୍ସ ଜାଲରେ କରଞ୍ଜିଆ ତହସିଲଦାର

0

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ କରଞ୍ଜିଆ ତହସିଲଦାର। ୧୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ କରଞ୍ଜିଆ ତହସିଲଦାରଙ୍କୁ ଧରିଛି ଭିଜିଲାନ୍ସ। ଜମି କ୍ଷତିପୂରଣ ବାବଦ ୫୧ଲକ୍ଷ ୭୫ହଜାର ୮୧୦ ଟଙ୍କା ଦେବାକୁ  ଲାଞ୍ଚ ନେଉଥିଲେ ଚାଲ୍ସ ନାୟକ।

ଏକକାଳୀନ ୪ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ରେଡ୍। କରଞ୍ଜିଆ ତହସିଲ ଅଫିସ, କରଞ୍ଜିଆ ସ୍ଥିତ କ୍ବାର୍ଟର୍ସ, ଭଦ୍ରକ ହସ୍ପିଟାଲ ନିକଟରେ ଥିବା ପୈତୃକ ଘର ଓ କରଞ୍ଜିଆର ଛଡେଇ ଭୋଲରେ  ଚାଲିଛି ଭିଜିଲାନ୍ସ ଛାପା। ରେଡ୍‌ରେ ଅତିରିକ୍ତ ଏସପି, ୭ ଡିଏସପି, ୩ ଇନସ୍ପେକ୍ଟର ସାମିଲ ଅଛନ୍ତି। ଅଭିଯୋଗକାରୀ ତହସିଲଦାରଙ୍କୁ ୨ଟି ବ୍ଲାଙ୍କ ଚେକ୍ ଦେଇଥିବା ଅଭିଯୋଗ ହୋଇଛି। ଲାଞ୍ଚ ରାଶି ପ୍ରତ୍ୟାହାର ଏବଂ ବ୍ୟାଙ୍କରେ ଉପସ୍ଥାପନ କରିବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଯୋଗକାରୀ ଭିଜିଲାନ୍ସକୁ ଜଣାଇଥିଲେ।

Leave A Reply

Your email address will not be published.