ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଅଣସରରେ ଅଲାରନାଥଙ୍କ ଦର୍ଶନ ଆରମ୍ଭ

0

ବ୍ରହ୍ମଗିରି: ଆଜିଠୁ ମହାପ୍ରଭୁଙ୍କୁ ଅଣସର ଦର୍ଶନ। ଗତକାଲି ଦେବସ୍ନାନ ନୀତି ପରେ ଅଣସର ପିଣ୍ଡିରେ ଅଛନ୍ତି ଚତୁର୍ଦ୍ଧାମୂର୍ତି। ଅତ୍ୟଧିକ ସ୍ନାନ ହେତୁ ଶ୍ରୀବିଗ୍ରହମାନେ ଜ୍ବରରେ ପୀଡିତ ହୋଇଛନ୍ତି। ୧୫ ଦିନ ଧରି ଚାଲିବ ଅନବସର ଗୁପ୍ତ ନୀତି। ତେଣୁ ଶ୍ରୀମନ୍ଦିର ରତ୍ନ ସିଂହାସନରେ ତିନି ଠାକୁର ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ।

ଶ୍ରୀମନ୍ଦିରରେ ଏହି ସମୟରେ ପଟିଦିଅଁ ଦର୍ଶନ ବ୍ୟବସ୍ଥା ଥିବା ବେଳେ ଭକ୍ତମାନେ ଏହି ସମୟରେ ବ୍ରହ୍ମଗିରିର ଅଲାରନାଥଙ୍କୁ ଦର୍ଶନ କରୁଛନ୍ତି। ଆଜିଠାରୁ ବ୍ରହ୍ମଗିରିସ୍ଥିତ ଶ୍ରୀଅଲାରନାଥଙ୍କ ପୀଠରେ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ଏଥିପାଇଁ ଶ୍ରୀଅଲାରନାଥ ପୀଠରେ ସବୁ ପ୍ରସ୍ତୁତି ଶେଷ ହୋଇଛି। ଆଜି ଭୋରୁ ଶ୍ରୀଅଲାରନାଥଙ୍କ ମନ୍ଦିର ଦ୍ୱାରଫିଟା ପରେ ମଙ୍ଗଳଆରତି, ଅବକାଶ, ବେଶ, ଚନ୍ଦନ ତୁଳସୀ ଲାଗି, ଦ୍ୱାରପାଳ ପୂଜା, ସୂର୍ଯ୍ୟ ପୂଜା ଶେଷ ହୋଇଛି। ଏହି ଦର୍ଶନ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବ ଯୌବନ ଦର୍ଶନ ପର୍ଯ୍ୟନ୍ତ ଚାଲିବ। ଅଣସର ସମୟରେ ଅଲାରନାଥଙ୍କୁ ଦର୍ଶନ କଲେ କୋଟି ପୂର୍ଣ୍ୟ ପ୍ରାପ୍ତି ହୁଏ ବୋଲି ବିଶ୍ବାସ ରହିଛି।

ସକାଳ ୬ଟାରୁ ସର୍ବସାଧାରଣଙ୍କ ଦର୍ଶନ ଆରମ୍ଭ ହୋଇଛି। ଦର୍ଶନକୁ ଦୃଷ୍ଟିରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ମନ୍ଦିର ଆଗରେ ଏକ ଅସ୍ଥାୟୀ ଫାଣ୍ଡି ଖୋଲାଯାଇଛି। ୬ ପ୍ଲାଟୁର୍ନ ଫୋସ ମୁତୟକ ରାଯାଇଛି।

Leave A Reply

Your email address will not be published.