ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ଡାକ୍ତର ଜଗନ୍ନାଥ ମହାପାତ୍ର ଆଉ ନାହାନ୍ତି

0

ଭୁବନେଶ୍ୱର: ପୂର୍ବତନ ପୌରାଧ୍ୟକ୍ଷ ଯଥା ଜନପ୍ରିୟ ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କର ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ବର୍ଷ ବୟସ ହୋଇଥିଲା। ଶ୍ରୀ ମହାପାତ୍ର ଗତ କିଛି ଦିନ ଅସୁସ୍ଥ ଥିଲେ। ଆଜି ସେ ସହିଦନଗରସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ଶେଷଶଯ୍ୟାରେ ଡାକ୍ତର ଜଗନ୍ନାଥ ମହାପାତ୍ର

ଏହି ଖବର ପ୍ରଚାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ନିକଟ ସଂପର୍କୀୟଙ୍କ ସମେତ, ସାଧାରଣ ଜନତା, ପୂର୍ବତନ ସହଯୋଗୀ ଏବଂ ବିଭିନ୍ନ ଦଳର ରାଜନୈତିକ ନେତା ତାଙ୍କ ବାସଭବନରେ ଶେଷ ଦର୍ଶନ ପାଇଁ ଭିଡ଼ ଜମାଇଛନ୍ତି। ବିଏମସି କର୍ମଚାରୀମାନେ ମଧ୍ୟ ଶ୍ରଦ୍ଧାସୁମନ ଅର୍ପଣ କରିଛ୍ତି। ଶ୍ରୀ ମହାପାତ୍ର ଭୁବନେଶ୍ବର ସହିଦନଗର ପୂଜାମଣ୍ଡପର ଜଣେ ଆଗଧାଡି଼ର କର୍ମକର୍ତ୍ତା ଥିଲେ।

Leave A Reply

Your email address will not be published.